Below header

ନୂଆ ଡ୍ରେସ ବୋଲି ଦେଖେଇ ହେଲେ ଜାହ୍ନବୀ କପୁର, ପ୍ରାଇସ୍ ଟ୍ୟାଗ୍ ନ କାଢ଼ି ଆସିଲେ କ୍ୟାମେରା ସାମ୍ନାକୁ

ବଲିଉଡ୍ କଳାକାରଙ୍କ ଫ୍ୟାସନକୁ ନେଇ ସେମାନଙ୍କ ଫ୍ୟାନ ମାନେ ବହୁତ ପ୍ରଭାବିତ ହୋଇଥାନ୍ତି। ଏମିତିରେ ସବୁବେଳେ ହିରୋଇନଙ୍କର ଅର୍ଥାତ ଉପରେ ଫ୍ୟାନସଙ୍କର ନଜର ରହିଥାଏ। କିନ୍ତୁ ଏବେ ଜାହ୍ନବୀ କପୁର ନିଜର ଆଉଟଫିଟ ପାଇଁ ସୋସିଆଲ ମିଡିଆରେ ମଜାକର କାରଣ ହୋଇଯାଇଛନ୍ତି। ଜାହ୍ନବୀ ପିନ୍ଧିଥିବା ଡ୍ରେସର ଟ୍ୟାଗ୍ କାଢ଼ିବାକୁ ଭୁଲି ଯାଇଛନ୍ତି କିନ୍ତୁ ତାଙ୍କର ଏହି ଭୁଲ କ୍ୟାମେରାରେ କଏଦ ହୋଇଯାଇଛି। ଏହି ଘଟଣା ପରେ ତାଙ୍କର ଖୁବ୍ ମଜାକ ଉଡାଯାଉଛି। କିଛି ଫ୍ୟାନ ମଜାକରେ ଜାହ୍ନବୀଙ୍କୁ କହିଛନ୍ତି ‘ଏ କଣ ! ପ୍ରାଇସ୍ ଟ୍ୟାଗ୍‌, ଏହା ବିନା କପଡା ପୁଣି ଫେରାଇପାରିବେନି, ଏଥିପାଇଁ ପ୍ରାଇସ୍ ଟ୍ୟାଗ୍ ହଟାଯାଇନାହିଁ।

JahnviKapoorଜାହ୍ନବୀ କପୁରଙ୍କ ଭିଡିଓ ଫଟୋଗ୍ରାଫର ବିରଳ ଭୟାନୀ ସେୟାର କରିଛନ୍ତି। ଯେଉଁଥିରେ ସେ ହଳଦିଆ ରଙ୍ଗର ସୁଟ ଏବଂ ପାଲାଜୋ ସେଟରେ ନଜର ଆସିଛନ୍ତି। ଜାହ୍ନବୀ ନିଜର ପ୍ଲାଟେ କ୍ଲାସରୁ ବାହାରୁଥିବାର ଦେଖିବାକୁ ମିଳିଥିଲା। କିନ୍ତୁ ଯେତେବେଳେ ସେ ନିଜ କାର ଆଡକୁ ଆସୁଥିଲେ ସେତେବେଳେ ଜାହ୍ନବୀଙ୍କ ଆଉଟଫିଟରେ ନଜର ଆସିଲା ଟ୍ୟାଗ୍‌। ତାଙ୍କ ଓଢ଼ଣୀରେ ପ୍ରାଇସ୍ ଟ୍ୟାଗ୍ କଢ଼ା ହୋଇନଥିଲା।

ଏହାସହ ପଢନ୍ତୁ : ନେହା କକ୍କରଙ୍କୁ ମଞ୍ଚ ଉପରେ ଜୋର ଜବରଦସ୍ତ କିସ୍ କଲେ ଜଣେ ପ୍ରତିଯୋଗୀ, ଦେଖନ୍ତୁ ଭିଡିଓ

ତେବେ ଏହି ଭିଡିଓକୁ ଦେଖବା ପରେ ଲୋକମାନେ ବିଭିନ୍ନ ପ୍ରକାର ପ୍ରତିକ୍ରୀୟା ଦେଉଛନ୍ତି, କିଏ କହୁଛି ବାଲା ଏହାକୁ ବିନା ଟ୍ୟାଗରେ ରିଟର୍ଣ୍ଣ ନେବ। ଆପଣ ବି ଦେଖନ୍ତୁ ଭିଡିଓ

 

View this post on Instagram

 

#jhanvikapoor snapped at her pilates class today #viralbayani @viralbhayani

A post shared by Viral Bhayani (@viralbhayani) on

ଜାହ୍ନବୀ ନିଜର ଆଗାମୀ ଫିଲ୍ମ ‘ଦୋସ୍ତାନା ୨’ ର ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଫିଲ୍ମରେ ସେ କାତ୍ତିକ ଆର‌୍ୟନଙ୍କ ସହିତ ନଜର ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.