Below header

ପୁରୀ: ଶ୍ରୀମନ୍ଦିର ଗର୍ଭଗୃହ ପ୍ରତି ବିପଦ, ରତ୍ନ ସିଂହାସନ ପଛ କାନ୍ଥରେ ଲାଗିଲାଣି ଫିମ୍ପି ଓ ବହଳ କଳା ଆସ୍ତରଣ

ପୁରୀ(କେନ୍ୟୁଜ୍): ଶ୍ରୀମନ୍ଦିର ଗର୍ଭଗୃହ ପ୍ରତି ବିପଦ ବଢ଼ିବାରେ ଲାଗିଛି । ଚଟାଣ ସବୁବେଳେ ସନ୍ତସନ୍ତିଆ ରହୁଛି । ଗର୍ଭଗୃହର ୧ ମିଟର ଯାଏ ଶ୍ରୀମନ୍ଦିର କାଂଥରେ ଧଳାଧଳା ଛାପ ମାଡିଯାଇଛି । ଏପରିକି ରତ୍ନ ସିଂହାସନ ପଛ କାଂଥରେ ଫିମ୍ପି ଲାଗିଲାଣି । କାଂଥରେ ଲାଗିଲାଣି ବହଳ କଳା ଆସ୍ତରଣ । ଜୁଲାଇ ୬ ତାରିଖରେ ବିଶେଷଜ୍ଞ କମିଟି ଶ୍ରୀମନ୍ଦିର ସ୍ଥିତି ଯାଞ୍ଚ କରି ଯେଉଁ ରିପୋର୍ଟ ଦେଇଛନ୍ତି, ସେଥିରୁ ଏଭଳି ସୂଚନା ମିଳିଛି । କଣ କରାଯିବ , କଣ କରାନଯିବ ସେନେଇ ବିଶେଷଜ୍ଞମାନେ ସୁପାରିଶ କରିଛନ୍ତି । ଏହାରି ମଧ୍ୟରେ ଚାରିମାସ ବିତିଗଲାଣି ହେଲେ କୌଣସି ପଦକ୍ଷେପ ନିଆଯାଇନାହିଁ । ଜୁଲାଇ ମାସରେ ଗର୍ଭଗୃହ ଅନୁଧ୍ୟାନ କରିବା ବେଳେ ବିଶେଷଜ୍ଞମାନେ ଏହା ଦେଖିବାକୁ ପାଇଥିଲେ । ଏସବୁ କେଉଁଠୁ ଆସୁଛି ତାହାର ରସାୟାନିକ ବିଶ୍ଳେଷଣ କରିବା ଲାଗି ଏଏସଆଇକୁ କୁହାଯାଇଥିଲା । ଯାହାଦ୍ୱାରା ଜଣାପଡିବ ଏହାର ନିରାକରଣ କିପରି ହୋଇପାରିବ । ପୂର୍ବବର୍ଷ କିନ୍ତୁ ଏଭଳି ସ୍ଥିତି ନଥିଲା ବୋଲି କହିଛନ୍ତି ଯାଞ୍ଚ କମିଟି । ଗଭଗୃହର କାଂଥ ପୁରା ଓଦାଳିଆ ରହୁଛି । ଏହା ଶ୍ରୀମନ୍ଦିର ପାଇଁ ଆଦୌ ଶୁଭଙ୍କର ନୁହେଁ । ବର୍ଷସାରା ସେଠାରେ ଦୀପ ଲାଗୁଥିବାରୁ କାଂଥରେ ମୋଟା ପରିମାଣର କଳା ଆସ୍ତରଣ ଜମିଗଲାଣି । ଏହା କନକମୁଣ୍ଡି ପର୍ଯ୍ୟନ୍ତ ବ୍ୟାପିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.