ସାପକୁ ଗିଳୁଥିଲା ସାପ, ଆଉ ଏତିକି ବେଳେ ପ୍ରତିବନ୍ଧକ ସାଜିଲା ବିରୁଡ଼ି, ଦେଖନ୍ତୁ ତା’ପରେ କ’ଣ ହେଲା

ସାପକୁ ଦେଖିଲେ ଆମେ ସମସ୍ତେ ଖୁବ୍ ଭୟ କରିଥାଉ। ଏଣୁ ଦୂରରେ ବି ସାପକୁ ଦେଖିଲେ ଆମେ ମାରି ଗୋଡ଼ାଇଥାଉ କିମ୍ବା ସେ ସ୍ଥାନ ଛାଡ଼ିଚାଲିଯାଉଥାଉ। ମଣିଷଙ୍କ ମନରେ ସାପକୁ ନେଇ ଭୟ ଥିବା ବେଳେ ସାପମାନେ ମଧ୍ୟ ନିଜ ବଂଶଜ ବା ସାପଙ୍କ ପାଇଁ ଜୀବନଘାତୀ ହୋଇଥାନ୍ତି, ଏକଥା ବୋଧେ କେହି କେବେ ଭାବି ନଥିବେ। ବିଶ୍ୱାସ ହେଉନଥିଲେ ମଧ୍ୟ ଏହା ସତ। ଏବେ ସେଭଳି ଏକ ଭିଡିଓ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ଏକ ସାପ ଆଉ ଏକ ସାପକୁ ଗିଳୁଥିବା ଭିଡିିଓ ଏବେ ଭାଇରାଲ ହେବାରେ ଲାଗିଛି।
ଦେଖନ୍ତୁ ଭିଡିଓ:
Um ok, @UFEntomology and @MartaWayneUF , I believe I just witnessed a BEE 🐝 stinging a CORAL SNAKE 🐍 while the CORAL was dining on a RAT (?) SNAKE 🐍 and I need your support to process this. @UF #FloridaBackyard pic.twitter.com/djbJJGxaUk
— Evangeline Cummings (@EvieCummings23) October 17, 2019
ଭିଡିଓରେ ଦେଖିବାକୁ ମିଳିଛି ଯେ ଏକ ସାପ ଆଉ ଏକ ସାପକୁ ଖାଇବାକୁ ଚେଷ୍ଟା କରୁଛି। ଏହି ସମୟରେ ଏକ ବିରୁଡ଼ି ଉକ୍ତ ସାପକୁ ବାଧା ଦେଉଥିବା ନଜର ଆସିଛି। ବିରୁଡ଼ି ବାଧା ଦେବା ପରେ ସାପଟି ଅନ୍ୟ ସାପକୁ କିଛି ସମୟ ପର୍ଯ୍ୟନ୍ତ ଛାଡ଼ି ଦେଉଛି। ତେବେ ଅନ୍ୟ ସାପଟି କୌଣସି ପ୍ରତିକ୍ରିୟା ଦେଉନଥିବାରୁ ତାହା ମୃତ ବୋଲି ଅନୁମାନ କରାଯାଉଛି।
So we’ve now settled on our favorite theory: rat snake was dropped by a hawk or similar and landed in the rosebush. (But the rat snake is somewhat twisted around the branches so I wonder if when I was dropped it was still partially alive and tried to free itself and could not.🤔)
— Evangeline Cummings (@EvieCummings23) October 20, 2019
This is gross JC
— Michele Lossius (@MLossius13) October 18, 2019
ଏହାସହ ପଢ଼ନ୍ତୁ: ମଣିଷ ତ ମଣିଷ ଏବେ କୁକୁର ବି ମାନୁଛି ଟ୍ରାଫିକ୍ ନିୟମ ଓ ପିନ୍ଧୁଛି ହେଲ୍ମେଟ୍, ଭାଇରାଲ ହେଉଛି ଫଟୋ
Interestingly, this appears to be:
a dead rat snake…and then both yellowjackets (thx for the fix) & the coral snake are showing up to devour it. Don’t know how rat snake got there. Dropped by a hawk? So many questions. And how does a coral snake climb the thorny rose bush!?! pic.twitter.com/Ly2DcLzqF5— Evangeline Cummings (@EvieCummings23) October 17, 2019
ଫ୍ଲୋରିଡା ବିଶ୍ୱବିଦ୍ୟାଳୟର ଜଣେ କର୍ମଚାରୀ ଇଭାନ୍ଗେଲିନା କୁମିଙ୍ଗ୍ସ୍ ଏହି ଭିଡିଓକୁ ନିଜ ଟ୍ଵିଟର ଆକାଉଣ୍ଟରେ ସେୟାର କରିଛନ୍ତି। ଏହି ଭିଡିଓକୁ ମାତ୍ର ୪ ଦିନରେ ୪୨ ହଜାର ଥର ଦେଖାଯାଇଥିବା ବେଳେ ହଜାର ହଜାର ଲୋକ କମେଣ୍ଟ କରିଥିବା ଦେଖିବାକୁ ମିଳିଛି।