Below header

ଜବରଦସ୍ତ ମାଇଲେଜ୍‌ ଦିଏ ଏହି ୪ ବାଇକ୍‌, ଆଖି ବନ୍ଦ କରି ଘରକୁ କିଣିଆଣନ୍ତୁ

ଭାରତୀୟ ବଜାରରେ କାରର ଯେତିକି କ୍ରେଜ ରହିଛି ବାଇକର ବି ସେତିକି କ୍ରେଜ ରହିଛି । ଦେଶର ଅଧିକାଂଶ ଲୋକ ଅଳ୍ପ ଦୂର ଏବଂ ଡେ-ଟୁ-ଡେ ଲାଇଫ୍‌ ପାଇଁ ଟୁ-ହ୍ଵିଲ୍ସର୍ସର ବ୍ୟବହାର କରିବାକୁ ଅଧିକ ପସନ୍ଦ କରୁଛନ୍ତି । ଏହି କାରଣରୁ ଅଧିକ ମାଇଲେଜ ଦେଉଥିବା କମ୍ପ୍ୟୁଟର ବାଇକର ଡିମାଣ୍ଡ ଅଧିକ ରହିଥାଏ ।

ଭାରତୀୟ ବଜାରରେ କାରର ଯେତିକି କ୍ରେଜ ରହିଛି ବାଇକର ବି ସେତିକି କ୍ରେଜ ରହିଛି । ଦେଶର ଅଧିକାଂଶ ଲୋକ ଅଳ୍ପ ଦୂର ଏବଂ ଡେ-ଟୁ-ଡେ ଲାଇଫ୍‌ ପାଇଁ ଟୁ-ହ୍ଵିଲ୍ସର୍ସର ବ୍ୟବହାର କରିବାକୁ ଅଧିକ ପସନ୍ଦ କରୁଛନ୍ତି । ଏହି କାରଣରୁ ଅଧିକ ମାଇଲେଜ ଦେଉଥିବା କମ୍ପ୍ୟୁଟର ବାଇକର ଡିମାଣ୍ଡ ଅଧିକ ରହିଥାଏ । ଏଥିପାଇଁ ଆଜି ଆମେ ଆପଣଙ୍କୁୁ ୪ଟି ଏପରି ବାଇକ୍ସ ବିଷୟରେ ସୂଚନା ଦେବୁ, ଯାହା ବଢ଼ିଆ ମାଇଲେଜ୍‌ ଅଫର କରିଥାଏ । ଏବଂ ଏହାର ଦାମ ବି ବହୁତ ଅଧିକ ନୁହେଁ ।

ଟିଭିଏସ ସ୍ପୋର୍ଟ

ଟିଭିଏସ ସ୍ପୋର୍ଟକୁ ମାର୍କେଟରେ ସବୁଠାରୁ ଅଧିକ ପସନ୍ଦ କରାଯାଇଥାଏ । ଏହି ବାଇକରେ ଏକ ୧୦୯.୭ସିସିର ବିଏସ୬ ଇଞ୍ଜିନ ମିଳିଥାଏ । ଯାହା ୮.୧୮ବିଏଚପି ପାଓ୍ଵାର ଏବଂ ୮.୭ଏନଏମ ଟର୍କ ଜେନେରେଟ କରିଥାଏ । ଏଥିରେ ଦୁଇଟି ଡ୍ରମ ବ୍ରେକ ଦିଆଯାଇଛି । ଏହିି ବାଇକ ବଜାରରେ ତିନିଟି ଭ୍ୟାରିୟଣ୍ଟ ଏବଂ ୭ଟି ରଙ୍ଗରେ ଆପଣଙ୍କୁ ସହଜରେ ମିଳିଯିବ । ଏଥିରେ ୧୦ ଲିଟରର ଫୁଏଲ ଟ୍ୟାଙ୍କ ମଧ୍ୟ ମିଳିଥାଏ । ଏହି ବାଇକର ଏକ୍ସ ଶୋରୁମ ଦାମ ୬୧,୦୨୫ ଟଙ୍କାରୁ ଆରମ୍ଭ ହୋଇ ୭୬,୫୩୦ଟଙ୍କା ପର୍ଯ୍ୟନ୍ତ ଯାଇଥାଏ । ଏଥିରେ ୭୭୦କେଏମପିଏଲ ମାଇଲେଜ୍‌ ମିଳିଥାଏ ।

ହିରୋ ଏଚଏଫ ଡିଲକ୍ସ

ହିରୋ ଏଚଏଫ ଡିଲକ୍ସରେ ଏକ ୯୭.୨ସିସି ବିଏସ୬ର ଇଞ୍ଜିନ ମିଳିବ ଯାହା ୭.୯୧ ବିଏଚପିର ପାଓ୍ଵାର ଏବଂ ୮.୦୫ଏନଏମ ଟର୍କ ପ୍ରଡ୍ୟୁସ କରିବ । ଏହାର ଫ୍ରଣ୍ଟ ଏବଂ ରିୟରରେ ଡ୍ରମ ବ୍ରେକ ଦିଆଯାଇଛି । ଏହି ବାଇକ ବଜାରରେ ୫ଟି ଭ୍ୟାରିୟଣ୍ଟ ଏବଂ ୧୦ଟି ରଙ୍ଗରେ ଆପଣଙ୍କୁ ମିଳିଯିବ । ଏଥିରେ ୯.୧ ଲିଟର ଫୁଏଲ ଟ୍ୟାଙ୍କ ମିଳିବ । ଏବଂ ଏହି ବାଇକର ଏକ୍ସ ଶୋରୁମ ଦାମ୍‌ ୫୫,୦୨୨ ଟଙ୍କାରୁ ନେଇ ୬୭,୧୭୮ ଭିତରେ ଆସିଥାଏ । ଏଥିରେ ୬୫କେଏମପିଏଲର ମାଇଲେଜ ମିଳିବ ।

ହୋଣ୍ଡା ଏସପି ୧୨୫

ହୋଣ୍ଡା ଏସପି ୧୨୫ ବାଇକରେ ଏକ ୧୨୪ସିସି ବିଏସ୬ ଇଞ୍ଜିନ ମିଳିବ । ଯାହା ୧୦.୭୨ବିଏଚପି ପାଓ୍ଵାର ଏବଂ ୧୦.୯ଏନଏମ ଟର୍କ ପ୍ରଡ୍ରସ କରିଥାଏ । ଏଥିରେ ଫ୍ରଣ୍ଟ ଏବଂ ରିୟରରେ ଡ୍ରମ ବ୍ରେକ ସହିତ କମ୍ପାଇନଡ ବ୍ରେକିଙ୍ଗ ସିଷ୍ଟମ ମଧ୍ୟ ମିଳିଥାଏ । ଏହି ବାଇକ ବଜାରରେ ଦୁଇଟି ଭ୍ୟାରିୟଣ୍ଟ ଏବଂ ୫ ରଙ୍ଗରେ ମିଳିବ । ଏଥିରେ ୧୧ ଲିଟରର ଫୁଏଲ ଟ୍ୟାଙ୍କ ମିଳିଥାଏ । ଏହି ବାଇକର ଏକ୍ସ ସୋରୁମ ଦାମ ୮୩,୦୮୮ ଠାରୁ ନେଇ ୬୯,୭୦୨ ମଧ୍ୟରେ ଆସିବ । ଏଥିରେ ୬୫କେଏମପିଏଲର ମାଇଲେଜ ମିଳିଥାଏ ।

ହୋଣ୍ଡା ଲିଭୋ

ହୋଣ୍ଡା ଲିଭୋ ବଜାରରେ ଦୁଇଟି ଭ୍ୟାରିୟଣ୍ଟ ଏବଂ ୪ ରଙ୍ଗରେ ଆପଣଙ୍କୁ ସହଜରେ ମିଳିଯିବ । ଏଥିରେ ୧୦୯.୫୧ସିସି ବିଏସ୬ ଇଞ୍ଜିନ ମିଳିଥାଏ । ଯାହା ୮.୬୭ ବିଏଚପି ପାଓ୍ଵାର ଏବଂ ୯.୩୦ଏନଏମର ଟର୍କ ଜେନେରେଟ କରିଥାଏ । ଏହି ବାଇକରେ କମ୍ବାଇନଡ ବ୍ରେକିଙ୍ଗ ସିଷ୍ଟମ ସହିତ ଫ୍ରଣ୍ଟ ଏବଂ ରିୟରରେ ଡ୍ରମ ବ୍ରେକ ମିଳିଥାଏ । ଏହି ବାଇକରେ ୯ ଲିଟର ଫୁଏଲ ଟ୍ୟାଙ୍କ ରହିଛି । ଏହାର ପ୍ରାରମ୍ଭିକ ଏକ୍ସ ସୋରୁମ ଦାମ୍‌ ୭୫,୬୫୯ ଟଙ୍କା ରହିଥିବାବେଳେ ୬୦କେଏମପିଏଲର ମାଇଲେଜ୍‌ ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.