Below header

ମାଫିଆ ଡନ୍‌ ଅତିକ୍‌ ଅହମ୍ମଦଙ୍କ ଫ୍ୟାମିଲି ଫଟୋ ସୋସିଆଲ ମିଡିଆରେ ଭାଇରାଲ, ସାଙ୍ଗରେ ଅଛନ୍ତି ପତ୍ନୀ ଓ ଶିଶୁ

ମାଫିଆ ଡନ୍ ଅତିକ୍‌ ଅହମ୍ମଦଙ୍କ ହତ୍ୟାର ୧୫ ଦିନ ପରେ ଏବେ ତାଙ୍କ ଆଲବମ୍‌ରୁ କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଫଟୋଗୁଡ଼ିକରେ ସେ ନିଜ ପରିବାର ସହିତ ନଜର ଆସିଛନ୍ତି। ଏହି ସବୁ ଫଟୋ ପ୍ରାୟ ୨୦ ବର୍ଷ ପୁରୁଣା ବୋଲି କୁହାଯାଉଛି।

ମାଫିଆ ଡନ୍ ଅତିକ୍‌ ଅହମ୍ମଦଙ୍କ ହତ୍ୟାର ୧୫ ଦିନ ପରେ ଏବେ ତାଙ୍କ ଆଲବମ୍‌ରୁ କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଫଟୋଗୁଡ଼ିକରେ ସେ ନିଜ ପରିବାର ସହିତ ନଜର ଆସିଛନ୍ତି। ଏହି ସବୁ ଫଟୋ ପ୍ରାୟ ୨୦ ବର୍ଷ ପୁରୁଣା ବୋଲି କୁହାଯାଉଛି।

ଅତିକ୍‌ ଅହମ୍ମଦଙ୍କ ଆଲବମରୁ ଭାଇରାଲ୍ ହେଉଥିବା ଫଟୋ ମଧ୍ୟରେ ଗୋଟିଏ ଫଟୋରେ ସେ ପତ୍ନୀ ଶାଇସ୍ତାଙ୍କ ସହ ଅଛନ୍ତି। ଅତିକ୍‌ଙ୍କ କୋଳରେ ଏକ ଶିଶୁ ନଜର ଆସିଛି। ଅତିକ୍‌ଙ୍କ ଆଲବମ୍‌ରୁ ଆଉ ଏକ ଫଟୋ ମଧ୍ୟ ମିଳିଛି। ଏହି ଫଟୋ ଜେଲରେ ଆୟୋଜିତ କାର୍ଯ୍ୟକ୍ରମର। ଏଥିରେ ସେ ଫୁଲମାଳ ପିନ୍ଧିଥିବାର ଦେଖାଯାଉଛନ୍ତି। ଏହି କାର୍ଯ୍ୟକ୍ରମ ସମୟରେ ସେ ତାଙ୍କ ସମର୍ଥକଙ୍କ ସହ ଉପସ୍ଥିତ ଅଛନ୍ତି।

atiq2
photo: tv9hindi

ଭାଇରାଲ୍ ଫଟୋ ମଧ୍ୟରୁ ଗୋଟିଏ ଫଟୋ ହିଲ୍‌ ଷ୍ଟେସନର ରହିଛି, ଯେଉଁଠାକୁ ସେ ନିଜ ପରିବାର ସହିତ ବୁଲିବାକୁ ଯାଇଛନ୍ତି। ଏହି ଫଟୋରେ ସେ ଏକ ଶିଶୁ ସହିତ ନଜର ଆସିଛନ୍ତି। ଏକ ଖୋଲା ବାଲ୍‌କୋନୀରେ ଅତିକ୍‌ ଶିଶୁ ସହିତ ପାଗକୁ ଉପଭୋଗ କରୁଥିବା ନଜର ଆସିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.