ହ୍ଵାଟ୍ସଆପରେ Call କରିବା ଏବେ ହେଲା ଆହୁରି ସହଜ, ଏବେ କଲ୍ ମଝିରେ କରିପାରିବେ ରିପ୍ଲାଏ
ହ୍ଵାଟ୍ସଆପରେ ଗତ କିଛି ମାସରେ ନୂଆ ଫିଚର୍ସ ଆସିଛି । ଆଉ ଆଗାମୀ ସମୟରେ ମଧ୍ୟ ନୂଆ ଫିଚର୍ସକୁ ଯୋଡିବ କମ୍ପାନୀ । ହ୍ଵାଟ୍ସଆପ୍ ଆଣ୍ଡ୍ରଏଡ ଫୋନରେ କିଛି ବିଟା ଟେଷ୍ଟର ପାଇଁ କଲ୍ ନୋଟିଫିକେସନ୍ ଭିତରେ ଏକ ନୂଆ ରିପ୍ଲାଏ ଓ୍ଵିଥ୍ ମେସେଜ୍ ଫିଚର ଆରମ୍ଭ କରିଛି ।
ହ୍ଵାଟ୍ସଆପରେ ଗତ କିଛି ମାସରେ ନୂଆ ଫିଚର୍ସ ଆସିଛି । ଆଉ ଆଗାମୀ ସମୟରେ ମଧ୍ୟ ନୂଆ ଫିଚର୍ସକୁ ଯୋଡିବ କମ୍ପାନୀ । ହ୍ଵାଟ୍ସଆପ୍ ଆଣ୍ଡ୍ରଏଡ ଫୋନରେ କିଛି ବିଟା ଟେଷ୍ଟର ପାଇଁ କଲ୍ ନୋଟିଫିକେସନ୍ ଭିତରେ ଏକ ନୂଆ ରିପ୍ଲାଏ ଓ୍ଵିଥ୍ ମେସେଜ୍ ଫିଚର ଆରମ୍ଭ କରିଛି । କମ୍ପାନୀ ଦାବି କରିଛି ଯେ ଆଗାମୀ ଦିନରେ ଏହି ଫିଚରକୁ ଆହୁରି ବି ଲୋକଙ୍କ ପାଖରେ ପହଁଚିବ । ମୁତାବକ ଏହି ଫିଚର ୟୁଜର୍ସଙ୍କୁ ଇନକମିଙ୍ଗ କଲକୁ ସହଜରେ ଅସ୍ୱିକାର କରିବା ଏବଂ ସେହି ସମୟରେ କଲରଙ୍କୁ ମେସେଜ୍ ପଠାଇବାର ସୁବିଧା ଦେବ ।
ହ୍ଵାଟ୍ସଆପ୍ ୟୁଜରଙ୍କୁ ଏବେ ଇନକମିଙ୍ଗ କଲ୍ ନୋଟିଫିକେସନରେ ଏକ ନୂଆ ରିପ୍ଲାଏ ବଟନ ଦେଖାଇବ । ଯାହା ବର୍ତ୍ତମାନର ରିପ୍ଲାଏ ଏବଂ ଆନ୍ସର ବଟନ ସହିତ ଦେଖାଯିବ । ରିପୋର୍ଟରେ କୁହାଯାଇଛି ଯେ ଯଦି କୌଣସି ୟୁଜର ରିପ୍ଲାଏ ବଟନ ଉପରେ ଟ୍ୟାପ୍ କରିବାକୁ ଚାହିଁବେ ତ ଆସୁଥିବା କଲକୁ କଟ୍ କରିଦିଆଯିବ । ଏବଂ ଏକ ମେସେଜ୍ ବକ୍ସ ସ୍ୱଚାଳିତ ରୁପରେ ଖୋଲିଯିବ । ଯେଉଁଥିରେ ୟୁଜର କଲରଙ୍କୁ ଏକ ତ୍ୱରିତ ମେସେଜ୍ ସେଣ୍ଡ କରିପାରିବେ ।
ଏହି ସୁବିଧା ସେହି ସ୍ଥିତିରେ ଉପଯୋଗୀ ହୋଇପାରିବ ଯେଉଁସମୟରେ ୟୁଜର କଲର ଉତ୍ତର ଦେଇପାରିବେନାହିଁ । ଯେପରିକି ମିଟିଙ୍ଗରେ ଥିବା ସମୟରେ, କିନ୍ତୁ ଯଦି ଆପଣ କଲକୁ ସ୍ୱିକାର କରିବାକୁ ଚାହୁଁଛନ୍ତି ଏବଂ କହିବାକୁ ଚାହୁଁଛନ୍ତି ଯେ ସେ କିଛି ସମୟ ପରେ ଉତ୍ତର ଦେବେ । ତାହେଲେ ୟୁଜର ଏବେ ମଲଟି ଡିଭାଇସ ଲଗଇ୍ ସୁବିଧା ମାଧ୍ୟମରେ ଏକ ରୁ ଅଧିକ ଫୋନରେ ଗୋଟିଏ ହିଁ ହ୍ଵାଟ୍ସଆପ ଆକାଉଣ୍ଟର ଉପଯୋଗ କରିପାରିବେ ।
ୟୁଜର ଏବେ ନିଜର ଫୋନକୁ ଚାରିଟି ଅତିରିକ୍ତ ଉପକରଣରେ ଲିଙ୍କ କରିପାରିବେ । କମ୍ପାନୀର କହିବା କଥା ଯେ ଏହି ଅପଡେଟ ଗ୍ଲୋବାଲୀ ୟୁଜର୍ସଙ୍କ ପାଇଁ ଆରମ୍ଭ ହୋଇଯାଇଛି ଏବଂ ଆଗାମୀ ସପ୍ତାହରେ ସମସ୍ତଙ୍କ ପାଇଁ ଉପଲବ୍ଧ ହେବ ।