ଟ୍ରେନରେ ଏହିସବୁ ଜିନିଷ ନେଉଥିଲେ ସାବଧାନ୍‌ ! ପୋଲିସ ଧରିଲେ ଜରିମାନା ଦେବା ସହ ହୋଇପାରେ ଜେଲ୍

ଟ୍ରେନରେ ଯାତ୍ରା କରିବା ପାଇଁ କିଛି ନିୟମ ମଧ୍ୟ ଅଛି, ଯାହା ପ୍ରତ୍ୟେକ ଯାତ୍ରୀଙ୍କୁ ମାନିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଭଳି ପରିସ୍ଥିତିରେ ଆଜି ଆମେ ରେଳବାଇର ଏକ ଗୁରୁତ୍ୱପୂର୍ଣ୍ଣ ନିୟମ ବିଷୟରେ କହିବାକୁ ଯାଉଛୁ, ଏହା ଅଧୀନରେ ରେଳବାଇରେ କିଛି ସାମଗ୍ରୀ ନେବା ନିଷେଧ ।

ଭାରତୀୟ ରେଳବାଇରେ ପ୍ରତିଦିନ କୋଟି କୋଟି ଯାତ୍ରୀ ଯାତ୍ରା କରୁଛନ୍ତି । ଏଭଳି ପରିସ୍ଥିତିରେ ସେହି ଯାତ୍ରୀମାନଙ୍କ ସହିତ ବହୁତ ସାମଗ୍ରୀ ମଧ୍ୟ ଯାଉଛି । ପ୍ରତିଦିନ କୋଟି କୋଟି ଯାତ୍ରୀ ରେଳରେ ଯାତ୍ରା କରନ୍ତି, ତେଣୁ ରେଳବାଇକୁ ସେମାନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ପଡୁଛି । ଟ୍ରେନରେ ଯାତ୍ରା କରିବା ପାଇଁ କିଛି ନିୟମ ମଧ୍ୟ ଅଛି, ଯାହା ପ୍ରତ୍ୟେକ ଯାତ୍ରୀଙ୍କୁ ମାନିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଭଳି ପରିସ୍ଥିତିରେ ଆଜି ଆମେ ରେଳବାଇର ଏକ ଗୁରୁତ୍ୱପୂର୍ଣ୍ଣ ନିୟମ ବିଷୟରେ କହିବାକୁ ଯାଉଛୁ, ଏହା ଅଧୀନରେ ରେଳବାଇରେ କିଛି ସାମଗ୍ରୀ ନେବା ନିଷେଧ । ଯଦି କେହି ଏହି ସାମଗ୍ରୀ ସହିତ ଯାଆନ୍ତି, ତେବେ ରେଳ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇପାରେ । ଯଦି ସେହି ଜିନିଷ ଟିଟି ସାମ୍ନାରେ ଧରାପଡେ ତେବେ ଆମକୁ ଜୋରିମାନା ଦେବା ସହ ଜେଲ ଦଣ୍ଡ ମଧ୍ୟ ହୋଇପାରେ । ବର୍ତ୍ତମାନ ଆସନ୍ତୁ ଜାଣିବା ସେହିସବୁ ଜିନିଷ କଣ ।
ଏହି ଜିନିଷକୁ ନେବା ମନା

ଷ୍ଟୋଭ ବା ଗ୍ୟାସ୍ ସିଲିଣ୍ଡର

ଭାରତୀୟ ରେଳ ବିଭାଗ ନିୟମ ଅନୁଯାୟୀ ଟ୍ରେନରେ ଯାତ୍ରା ସମୟରେ ଆପଣ କୌଣସି ଷ୍ଟୋଭ କିମ୍ବା ଗ୍ୟାସ୍ ସିଲିଣ୍ଡର ନେଇ ପାରିବେ ନାହିଁ । କାରଣ ଏହା ରେଳ ଅଧିନିୟମ ଅନୁଯାୟୀ ବେଆଇନ୍ ଅଟେ । ତେଣୁ ଆପଣ ଯଦି କୌଣସି ପ୍ରକାର ଗ୍ୟାସ ସିଲିଣ୍ଡର କିମ୍ବା ଷ୍ଟୋଭ ନେଇ ଟ୍ରେନରେ ଯାତ୍ରା କରିବାକୁ ଚାହୁଁଛନ୍ତି ତେବେ ପ୍ରଥମେ ରେଳବାଇର ଅନୁମତି ଆଣନ୍ତୁ । କିନ୍ତୁ ଯଦି ଆପଣ ଭରା ହୋଇଥିବା ଗ୍ୟାସ ସିଲିଣ୍ଡର ନିଅନ୍ତି ଏବଂ ଧରାପଡନ୍ତି ତେବେ ଆପଣଙ୍କୁ ଜୋରିମାନା ସହ ଜେଲ ଦଣ୍ଡ ଭୋଗିବାକୁ ପଡିପାରେ ।

ଏସିଡ୍

ଟ୍ରେନରେ ଯାତ୍ରା କରିବା ସମନୟରେ ଏସିଡ୍ ବୋତଲ ବହନ କରିବା ସମ୍ପୂର୍ଣ୍ଣ ରୂପେ ନିଷେଦ୍ଧ ଅଟେ । ଯଦି କୌଣସି ଯାତ୍ରୀ ଏପରି କରିବାର ଧରାପଡନ୍ତି ତେବେ ତାଙ୍କୁ ତୁରନ୍ତ ରେଳବାଇ ଆଇନର ଧାରା ୧୬୪ ଅନୁଯାୟୀ ଗିରଫ କରାଯାଇ ୩ ବର୍ଷ ଜେଲଦଣ୍ଡ ଦିଆଯିବ । ଏଥିସହିତ ଆପଣଙ୍କୁ ୧୦୦୦ ଟଙ୍କା ଜରିମାନା ମଧ୍ୟ ଦେବାକୁ ପଡିବ । ତେଣୁ ଟ୍ରେନରେ ଯାତ୍ରା ସମୟରେ ଏହିପରି ଜିନିଷ ନିଅନ୍ତୁ ନାହିଁ ।

ବାଣ

ଦୀପାବଳି ସମୟରେ ଖାସ୍ କରି ବିଦେଶରୁ ଅନେକ ଲୋକେ ଘରକୁ ଆସିଥାନ୍ତି । ଫଳରେ ଘରପାଇଁ ଅନେକ କିଛି ଜିନିଷ ଆଣିବା ସହ ବାଣ ମଧ୍ୟ ଆଣିଥାନ୍ତି । କିନ୍ତୁ ଆପଣ ଯଦି ଟ୍ରେନରେ ଯାତ୍ରା କରୁଛନ୍ତି ତେବେ ଆପଣ ନିଜ ସହ ବାଣ ଆଣିବା ସମ୍ପୂର୍ଣ୍ଣ ନିଷେଦ୍ଧ ହୋଇଥାଏ । ଯଦି ଆପଣ ବାଣ ଆଣୁଥିବା ଧରା ପଡନ୍ତି ତେବେ ଆପଣଙ୍କୁ ଜରିମାନା ସହ ଜେଲ ଦଣ୍ଡ ମଧ୍ୟ ହୋଇପାରେ । ତଚେଣୁ ଟ୍ରେନରେ ଯାତ୍ରା ସମୟରେ ନିଜସହ କେବେ ବି ବାଣ ଆଣନ୍ତୁ ନାହିଁ ।

ମାରଣାଅସ୍ତ୍ର

ଟ୍ରେନରେ ଲାଇସେନ୍ସ ପ୍ରାପ୍ତ ମାରଣାସ୍ତ୍ର ବ୍ୟତୀତ ଅନ୍ୟ କୌଣସି ଅସ୍ତ୍ରଶସ୍ତ୍ର ନେବାକୁ ବାରଣ କରାଯାଏ । ତେବେ ଯଦି ଆପଣ ଠାରୁ କୌଣସି ମାରଣାସ୍ତ୍ର ବାହାରେ ତେବେ ରେଲୱେ ଆକ୍ଟ ଏବଂ ଆର୍ମସ୍ ଆକ୍ଟ ଅନୁଯାୟୀ ଆପଣଙ୍କ ବିରୋଧରେ ମାମଲା ଦାୟର କରି କାର୍ୟ୍ୟ ଆରମ୍ଭ କରାଯାଇପାରିବ। ଏଥିସହିତ ଆପଣଙ୍କୁ ଭାରି ଅଙ୍କର ଜୋରିମାନା ମଧ୍ୟ ଦେବାକୁ ପଡିବ । ତେଣୁ ଟ୍ରେନରେ ଯାତ୍ରା ସମୟରେ ଏହି ସବୁ ଜିନିଷ ନିଜ ସହ କେବେ ବି ନିଅନ୍ତୁ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.