ଏହି ଟେଲିକମ୍‌ କମ୍ପାନୀ ଦେଉଛନ୍ତି ଶସ୍ତାରେ ଦିନକୁ ୩ ଜିବି ଡାଟା, ତୁରନ୍ତ ଉଠାନ୍ତୁ ଲାଭ

ବର୍ତ୍ତମାନ ଭାରତରେ ଟେଲିକମ୍‌ ସେକ୍ଟରରେ ଶସ୍ତାରେ ଡାଟା ପ୍ଲାନ୍‌ ଯୋଗାଇବାକୁ ନେଇ କମ୍ପାନୀମାନଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଛି। ରିଲାଏନ୍ସ ଜିଓଠୁ ଆରମ୍ଭ କରି ଏୟାରଟେଲ୍‌ ପର୍ଯ୍ୟନ୍ତ ସବୁ କମ୍ପାନୀ ଉପଭୋକ୍ତାଙ୍କ ପାଇଁ ଗୋଟିଏ ପରେ ଗୋଟିଏ ପ୍ଲାନ୍‌ ମାର୍କେଟ୍‌କୁ ଆଣୁଛନ୍ତି। ଗ୍ରାହକମାନେ ଏହି ରିଚାର୍ଜ ପ୍ୟାକ୍‌ରେ ଅନ୍‌ଲିମିଟେଡ୍‌ କଲିଂ, ଏସ୍‌ଏମ୍‌ଏସ୍‌ ଏବଂ ଡାଟାର ସୁବିଧା ପାଇପାରିବେ। ଆଜି ଆମେ ଆପଣଙ୍କୁ କେତେକ କମ୍ପାନୀର ରିଚାର୍ଜ ପ୍ୟାକ୍‌ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ପ୍ରତିଦିନ ୩ ଜିବି ଡାଟା ଅଫର କରୁଛନ୍ତି।

Reliance Jioର ପ୍ଲାନ୍‌:

ଗ୍ରାହକଙ୍କ ପାଇଁ ଜିଓ ଏବେ ୨୯୯ ଟଙ୍କିଆ ପ୍ଲାନ୍‌ ଆରମ୍ଭ କରିଛି। ଏହି ପ୍ଲାନ୍‌ ଅନୁସାରେ ଗ୍ରାହକମାନେ ପ୍ରତିଦିନ ୩ ଜିବି ଡାଟା ପାଇବେ। ଏଥିସହ ଅନ୍‌ଲିମିଟେଡ୍‌ କଲ୍‌ ଏବଂ ୧୦୦ଟି ଏସ୍‌ଏମ୍‌ଏସ୍‌ର ସୁବିଧା ମଧ୍ୟ ଦିଆଯାଇଛି। ଏଥିସହ ଗ୍ରାହକ ମାଗଣାରେ ଜିଓ ଆପ୍‌ ବ୍ୟବହାର କରିପାରିବେ। ସେହିପରି ୫୦ ଟଙ୍କାର ଅତିରିକ୍ତ ରିଚାର୍ଜ ଉପରେ ୬୫୬ ଆଇୟୁସି ମିନିଟ୍‌ ମଧ୍ୟ ମିଳିବ। ଏହି ପ୍ୟାକ୍‌ର ବୈଧତା ୨୮ ଦିନ ରହିଛି।

Airtelର ପ୍ଲାନ୍‌:

ଏୟାରଟେଲ୍‌ ମଧ୍ୟ ଗ୍ରାହକଙ୍କୁ ଆକର୍ଷଣୀୟ ପ୍ଲାନ୍‌ ଅଫର କରିବାରେ ପଛରେ ରହିନାହିଁ। ଏୟାରଟେଲ୍‌ ଏବେ ଗ୍ରାହକଙ୍କ ପାଇଁ ୩୪୯ଟଙ୍କିଆ ପ୍ଲାନ୍‌ ଉପଲବ୍ଧ କରିଛି। ଏହି ପ୍ଲାନ୍‌ରେ ପ୍ରତିଦିନ ୩ ଜିବି ଡାଟା ସହ ଅନ୍‌ଲିମିଟେଡ୍‌ ଲୋକାଲ, ଏସ୍‌ଟିଡି ଏବଂ ଏସ୍‌ଏମ୍‌ଏସ୍‌ର ସୁବିଧା ମିଳିବ। ଏଥିରେ ଗ୍ରାହକ ମାଗଣାରେ ଓ୍ଵିଙ୍କ୍‌ ଏବଂ ଏକ୍ସଟ୍ରିମ୍‌ ଭଳି ସେବାକୁ ମଧ୍ୟ ବ୍ୟବହାର କରିପାରିବେ। ଏହି ପ୍ଲାନ୍‌ର ବୈଧତା ୨୮ ଦିନ ରହିଛି।

ଏହାସହ ପଢ଼ନ୍ତୁ: ୟାମାହା ଲଞ୍ଚ୍‌ କରିବାକୁ ଯାଉଛି ତିନିଚକିଆ ସ୍କୁଟର, ଜାଣନ୍ତୁ ଏହାର ଫିଚର ଓ ଦାମ୍‌

Vodafoneର ରିଚାର୍ଜ ପ୍ଲାନ୍‌:

ଭୋଡାଫୋନ୍‌ ଗ୍ରାହକଙ୍କ ପାଇଁ ୫୬୯ ଟଙ୍କାର ରିଚାର୍ଜ ପ୍ଲାନ୍‌ରେ ୩ ଜିବି ଡାଟା ଅଫର କରୁଛି। ଏଥିସହ ଅନ୍‌ଲିମିଟେଡ୍‌ କଲ ଏବଂ ୧୦୦ ଏସ୍‌ଏମ୍‌ଏସ୍‌ର ସୁବିଧା ମଧ୍ୟ ମିଳିବ। ଏହି ପ୍ଲାନ୍‌ର ବୈଧତା ୮୪ ଦିନ ରହିବ। ଗ୍ରାହକମାନେ ଏହି ପ୍ଲାନ୍‌ରେ ଭୋଡାଫୋନ୍‌ ପ୍ଲେ ଆପ୍‌ର ବ୍ୟବହାର ମଧ୍ୟ କରିପାରିବେ।

BSNLର ରିଚାର୍ଜ ପ୍ଲାନ୍‌:

ଭାରତର ଏକମାତ୍ର ସରକାରୀ ଟେଲିକମ୍‌ କମ୍ପାନୀ ବିଏସ୍‌ଏନ୍‌ଏଲ୍‌ ଅଧିକରୁ ଅଧିକ ଗ୍ରାହକଙ୍କୁ ନିଜ ସହ ଯୋଡ଼ିବା ଲାଗି ୧୮୭ ଟଙ୍କିଆ ପ୍ଲାନ୍‌ ମାର୍କେଟକୁ ଆଣିଛି। ଏହି ପ୍ୟାକ୍‌ରେ ଗ୍ରାହକମାନେ ୨୫୦ ମିନିଟ୍‌ ଓ ପ୍ରତିଦିନ ୩ ଜିବି ଡାଟା ପାଇ ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.