Below header

କୋଲକାତା ଶତାବ୍ଦୀ ଏକ୍ସପ୍ରେସ୍‌ରେ ଆରମ୍ଭ ହେଲା ବାୟୋ-ଭାକ୍ୟୁମ୍‌ ଶୌଚାଳୟ ସୁବିଧା, ଆଉ ଅପରିଷ୍କାର ହେବନି ଟ୍ରେନ୍‌ର ଟଏଲେଟ୍‌

ଟ୍ରେନ୍‌ର ଅପରିଷ୍କାର ଶୌଚାଳୟରୁ ଖୁବ୍‌ ଶୀଘ୍ର ମୁକ୍ତି ମିଳିବାକୁ ଯାଉଛି। ଭାରତୀୟ ରେଳ ବିଭାଗ ଏବେ ଟ୍ରେନ୍‌ରେ ଦେବାକୁ ଯାଉଛି ବିମାନ ଭଳି ଭାକ୍ୟୁମ୍‌ ଟଏଲେଟ୍‌ର ସୁବିଧା। ଏହାର ଆରମ୍ଭ ଉତ୍ତର ରେଳପଥର କୋଲକାତା ଶତାବ୍ଦୀ ଏକ୍ସପ୍ରେସ୍‌(୧୨୦୦୫)ରୁ ହୋଇଛି। ଶତାବ୍ଦୀ ଏକ୍ସପ୍ରେସ୍‌ର ସମସ୍ତ କୋଚ୍‌ରେ ବାୟୋ-ଭାକ୍ୟୁମ୍‌ ଶୌଚାଳୟର ସୁବିଧା ରହିଛି।

Image result for bio vacuum toilets starts in irctc northern shatabdi express

ସୂଚନାଯୋଗ୍ୟ ଯେ, ଟ୍ରେନ୍‌ରେ ଏକକାଳୀନ ଶତାଧିକ ଯାତ୍ରୀ ଯିବା ଆସିବା କରୁଥିବାରୁ ଶୌଚାଳୟକୁ ସବୁବେଳେ ପରିଷ୍କାର ରଖିବା ସମ୍ଭବ ହୋଇନଥାଏ। ଏଥିରେ ଅଧିକ ପାଣି ମଧ୍ୟ ଖର୍ଚ୍ଚର୍ ହୋଇଥାଏ। ଏଥିସହ ମଇଳା ରେଳଧାରଣା ଉପରେ ପଡ଼ି ଅପରିଷ୍କାର କରିଥାଏ। ଏଥିରୁ ମୁକ୍ତି ପାଇବାରେ ବାୟୋ-ଭାକ୍ୟୁମ୍‌ ସାହାଯ୍ୟ କରିବ।

bio-vacuum-toilet-1

ବାୟୋ-ଭାକ୍ୟୁମ୍‌ ପାଣି ବଞ୍ଚାଇବା ସହ ଅପରିଷ୍କାରକୁ ଏଣେତେଣେ ଫିଙ୍ଗିବାରୁ ରୋକିବ।

train

IRCTC ଖୁବ୍‌ଶୀଘ୍ର ସମସ୍ତ ଶତାବ୍ଦୀ ଏକ୍ସପ୍ରେସ, ରାଜଧାନୀ, ତେଜସ୍‌, ହମ୍‌ସଫର, ବନ୍ଦେ ଭାରତ ଭଳି ଟ୍ରେନ୍‌ରେ ମଧ୍ୟ ବାୟୋ-ଭାକ୍ୟୁମ୍‌ ଶୌଚାଳୟ ଲଗାଇବାକୁ ପ୍ରସ୍ତୁତି ଚଳାଇଛନ୍ତି। ରେଳ ବିଭାଗୀୟ ଅଧିକାରୀଙ୍କ କହିବାନୁସାରେ ବାୟୋ-ଭାକ୍ୟୁମ୍‌ ଟଏଲେଟ୍‌ ଲଗାଇବା ଦ୍ୱାରା ଶୌଚାଳୟରୁ ଆସୁଥିବା ଦୁର୍ଗନ୍ଧ ଦୂର ହେବ। କୋଲକାତା ଶତାବ୍ଦୀ ଏକ୍ସପ୍ରେସ୍‌ର କୋଚ୍‌ର ନୂଆଦିଲ୍ଲୀସ୍ଥିତ କୋଚ୍‌ କେୟାର ସେଣ୍ଟରରେ ବାୟୋ-ଭାକ୍ୟୁମ୍‌ ଟୟଲେଟ୍‌ ଲଗାଯାଇଛି।

ରେଳ ମନ୍ତ୍ରୀ ପୀୟୁଷ ଗୋୟଲ ଟ୍ଵିଟ୍‌ କରି କୋଲକାତା ଶତାବ୍ଦୀ ଏକ୍ସପ୍ରେସ୍‌ରେ ବାୟୋ ଟଏଲେଟ୍‌ ଲଗାଯାଇଥିବା ନେଇ ସୂଚନା ଦେଇଛନ୍ତି। ରେଲେଓ୍ଵ ଅନୁସାରେ, ଜାନୁଆରୀ ୨୦୧୧ ପର୍ଯ୍ୟନ୍ତ ବିଭିନ୍ନ ରେଳରେ ୫୭ ବାୟୋଟଏଲେଟ୍‌ ଲଗାଯାଇଥିବା ବେଳେ ଏବେ ଏହି ସଂଖ୍ୟା ବୃଦ୍ଧି କରାଯାଇ ୨.୨ ଲକ୍ଷରେ ପହଞ୍ଚିଛି। ସୂଚନାଯୋଗ୍ୟ ଯେ, ଏହି ସିଷ୍ଟମ୍‌ରେ ବାୟୋଡିଗ୍ରିଡେବଲ ଟ୍ୟାଙ୍କରେ ସମସ୍ତ ବର୍ଜ୍ୟବସ୍ତୁ ଡିସ୍‌ଚାର୍ଜ ହୋଇଥାଏ। ଫଳରେ ପାଣି କମ୍‌ ଖର୍ଚ୍ଚ ହେବା ସହ ଦୁର୍ଗନ୍ଧ ଦୂର ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.