Below header

ମହାକାଶରେ ପ୍ରସ୍ତୁତ ହେଲା ଚକୋଲେଟ କୁକିଜ୍‌, ପରୀକ୍ଷଣ ପରେ ଜଣାପଡିବ ଏହା ଖାଦ୍ୟୋପଯୋଗୀ କି ନୁହେଁ ?

ଅନ୍ତରାଷ୍ଟ୍ରିୟ ମହାକାଶ ଷ୍ଟେସନରେ ମହାକାଶଚାରୀ ପ୍ରଥମେ କୁକିଜ୍‌ କୁ ଅନ୍ତରିକ୍ଷରେ ପ୍ରସ୍ତୁତ କରିବାରେ ସଫଳ ହୋଇଛନ୍ତି। କିନ୍ତୁ ଅନ୍ତରିକ୍ଷ କୁକିଜ୍‌ କୁ ପୃଥିବୀ ତୁଳନାରେ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହେବାରେ ଅଧିକ ସମୟ ଲାଗିଥିଲା। ସୂଚନା ମୁତାବକ ଅନ୍ତରିକ୍ଷ ଷ୍ଟେସନର ଇତାଲଓ୍ଵି କମାଣ୍ଡର ଲୁକା ପରମିଟାନୋ ହେଡ୍‌ ବେକର ଥିଲେ। ପ୍ରୟୋଗ କରିବା ପାଇଁ ସେ ନାସାର ଅନ୍ତାକ୍ଷ ଯାତ୍ରୀ କ୍ରିଷ୍ଟୀନା କୋଚ ତାଙ୍କୁ ସହାୟତା ପ୍ରଦାନ କରିଥିଲେ।

cଚକୋଲେଟ କେକ୍‌ କୁକିଜ୍‌ କୁ ଅନ୍ତରିକ୍ଷରେ ଓଭାନରେ ପ୍ରସ୍ତୁତ କରିବା ପାଇଁ ପାଖାପାଖି ୨ ଘଣ୍ଟା ଲଗିଥାଏ କିନ୍ତୁ ଆହୁରି ଅଧିକ ଭଲ କରିବା ପାଇଁ୧୨୦ ରୁ ୧୩୦ ମିନିଟ୍‌ ଲାଗିଥିଲା। ପ୍ରୋଟୋଟାଇପ ଓଭାନ ଚଭଳ ମାଇକ୍ରୋଗ୍ରୋଭିଟିରେ ବ୍ୟବହାର କରାଯାଇପାରିବ। ଏହାକୁ ନାନୋରେକ୍ସ ଏବଂ ଜିରୋ ଜି କିଚେନ୍‌ ଦ୍ୱାରା ଡିଜାଇନ ଏବଂ ନିର୍ମିତ କରାଯାଇଥିଲା। ଯେତେବେଳେ ଆମ ପାଖରେ ଆଇଏଏସ୍‌ ରେ ବସିଥିବା ଚାଳକ ଦଳଙ୍କର ପ୍ରରମ୍ଭିକ ଦୃଶ୍ୟ ଓ ଗନ୍ଧ ପ୍ରତିକ୍ରିୟାରେ ମିଳିବା ପରେ ଆମେ ଏହି ବେକିଂ ପରିଣାମକୁ ସମ୍ପୂର୍ଣ୍ଣ ରୁପେ ବୁଝିବା ପାଇଁ ଉତ୍ସାହିତ ଅଛୁ। ପ୍ରଶ୍ନ ଉଠିଛି ଏଥିରେ ବ୍ରେକିଂ କାହିଁକି ସାମିଲ ହୋଇଛି। ମହାକାଶରେ କୁକିଜ୍‌ ସେକିବା ସମୟ ଏବଂ ତାପମାନ ସେହି ଜିନିଷ ଠାରୁ ଭିନ୍ନ ହୋଇଥାଏ, ଯାହା ଆମେ ଦେଖିବାକୁ ଅଭ୍ୟସ୍ତ। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି କୁକିଜ୍‌ କୁ କେହି ଟେଷ୍ଟ କରିନାହାନ୍ତି।

Space Cookiesଏହି କୁକିଜ୍‌ ମଧ୍ୟରୁ ୩ଟି କୁକିଜ୍‌ ୭ ଜାନୁଆରୀରେ ପୃଥିବୀକୁ ଆସିଥିଲା ଏବଂ ଏହାକୁ ଖାଦ୍ୟ ବୈଜ୍ଞାନିକଙ୍କ ଦ୍ୱାରା ପରୀକ୍ଷଣ କରି ନିର୍ଦ୍ଧାରିତ କରାଯିବ ଏହା ଖାଇବା ଉପଯୋଗୀ କି ନୁହେଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.