Below header

Airtel Xstreamର ସାନଦାର୍‌ ଅଫର: Google Nest Mini ଉପରେ ମିଳୁଛି ୨,୮୦୦ ଟଙ୍କା ଡିସକାଉଣ୍ଟ

ଟେଲିକମ୍‌ କମ୍ପାନୀ ଏୟାରଟେଲ୍‌ ନିଜର Airtel Xstream Thanks Offer ଅନ୍ତର୍ଗତ ଏୟାରଟେଲ୍‌ ଏକ୍ସଷ୍ଟ୍ରିମ୍‌ ବକ୍ସ ଉପରେ ଡିସକାଉଣ୍ଟ ଦେଉଛି । କେବଳ ଏତିକି ନୁହେଁ ଗୁଗଲ ନେଷ୍ଟ ମିନିରେ ମଧ୍ଯ ଡିସକାଉଣ୍ଟ ମିଳୁଛି । ଆସନ୍ତୁ ଏବେ ଆପଣଙ୍କୁ ଏୟାରଟେଲ୍‌ ଅଫର ସମ୍ପର୍କରେ ବିସ୍ତାରରେ ଅବଗତ କରାଇବୁ ।

netflixAirtel Xstream Thanks Offer: ଏୟାରଟେଲର ଏହି ଅଫର ଅନ୍ତର୍ଗତ ଲାଟେଷ୍ଟ ଗୁଗଲ ନେଷ୍ଟ ମିନିକୁ ଡିସକାଉଣ୍ଟ ପରେ ୧୬୯୯ ଟଙ୍କାରେ କିଣି ପାରିବେ । ଗୁଗଲର ଏହି ସ୍କାର୍ଟ ସ୍ପିକରର ମୂଲ୍ଯ ୪୪୯୯ଟଙ୍କା । ସୂଚନା ଅନୁଯାୟୀ ଏୟାରଟେଲ୍‌ ଏକ୍ସଟ୍ରିମ୍‌ ସେଟ୍‌-ଟପ୍‌ ବକ୍ସ କିଣିବା ଉପରେ କମ୍ପାନୀ ବର୍ଷେ ପାଇଁ ଏୟାରଟେଲ୍‌ ଏକ୍ସଟ୍ରିମ୍‌ ଆପ୍ଳିକେସନ୍‌ ଏବେ ଜି-୫ର ସବସ୍କ୍ରିପସନ୍‌ ଦେଉଛି । ଏୟାରଟେଲ୍‌ ଏକ୍ସଷ୍ଟ୍ରିମ୍‌ ବକ୍ସ ଉପରେ ଡିସକାଉଣ୍ଟ କଥା କହିବାକୁ ଗଲେ ଏହି ଅଫର କେବଳ କିଛି ସହରର ଏୟାରଟେଲ୍‌ ଗ୍ରହକଙ୍କ ପାଇଁ ଅପଲବ୍ଧ ହେଉଛି । ଏହି ଅଫର ଅନ୍ତର୍ଗତ ଏୟାରଟେଲ୍‌ ଏକ୍ସଟ୍ରିମ୍‌ ବକ୍ସକୁ ଡିସକାଉଣ୍ଟ ପରେ ୩୯୯୯ ଟଙ୍କା ବଦଳରେ ୨୨୪୯ ଠଙ୍କାରେ ବିକ୍ରି କରାଯାଉଛି । ଏହା ଅର୍ଥ ୧୭୫୦ଟଙ୍କା ଡିସକାଉଣ୍ଟ ମିଳୁଛି ।

airtel offerଏହି ଗୁଗଲ ନେଷ୍ଟ ମିନି ଅଫର କେଳରେ ସେହି ୟୁଜର୍ସଙ୍କ ପାଇଁ ଉପଲବ୍ଧ ଯେଉଁମାନେ ୮ଜାନୁଆରୀରୁ ୩୧ ଜାନୁଆରୀ ଭିତରେ ଏୟାରଟେଲ୍‌ ଏକ୍ସଷ୍ଟ୍ରିମ୍‌ କନେକସନ୍‌ ଆକ୍ଟିଭେଟ୍‌ କରିଥିବେ । ଉପଯୁକ୍ତ ଗ୍ରାହକଙ୍କୁ ଏସଏମଏସ୍‌ ଜରିଆରେ ଡିସକାଉଣ୍ଟ କୋଡ୍‌ ମିଳିବ ଯାହା ସାହାଯ୍ଯରେ ସ୍ପିକରକୁ ୧୬୯୯ ଟଙ୍କାରେ କିଣି ଯାଇପାରିବ । ଜାଣିରଖନ୍ତୁ କି, ଏହି କେଡ୍‌ ୨୯ ଫେବ୍ରୁଆରୀ ଯାଏ ବୈଧ ରହିବ ।

airtel boxଏହି ଏୟାରଟେଲ୍‌ ଏକ୍ସଷ୍ଟ୍ରିମ୍‌ ବକ୍ସରେ କନେକ୍ଟିଭିଟି ପାଇଁ ଓ୍ଵାଇଫାଇ ଏବଂ ବ୍ଳୁଟୁଥ୍‌ ସପୋର୍ଟ ମିଳିବ । ଏହାଛଡା ଏଥିରେ ବିଲ୍ଟ ଇନ୍‌ କ୍ରୋମକାଷ୍ଟର ଅପସନ୍‌ ମଧ୍ଯ ରହିଛି । ଏହାସହିତ ୟୁନିଭର୍ସଲ ରିମୋର୍ଟ ମିଳିଥାଏ ଯାହା ଗୁଗଲ ଆସିଷ୍ଟାଣ୍ଟ ଆଧାରିତ ଭଏସ୍‌ ସର୍ଚ୍ଚ ଏବଂ ରିମୋଟରେ ନେଟଫ୍ଳିକ୍ସ୍‍,ଆମାଜନ୍‌ ପ୍ରାଇମ୍‌ ଭିଡିଓ ଏବଂ ୟୁଟ୍ଯୁବ୍‌ ବଟମ୍‌ ସହିତ ଆସିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.