ନିଆରା ଉଦାହରଣ ସୃଷ୍ଟି କଲେ ଏହି ଦମ୍ପତି, ୧୦୦୦ କିଲୋମିଟର ପଦଯାତ୍ରା କରୁଛନ୍ତି କେବଳ ଗାନ୍ଧିଜୀଙ୍କ ପାଇଁ, ଜାଣନ୍ତୁ କାହିଁକି

କୁହାଯାଏ, ଲୋକେ ମରନ୍ତି ନାହିଁ, କାହିଁକି ନା ତାଙ୍କ ବିଚାର ଅମର ରହିଥାଏ। ଭଗତ ସିଂ ମଧ୍ୟ ଠିକ୍‌ ଏହା ହିଁ କହିଥିଲେ, ଆପଣ ମୋତେ ମାରିପାରିବେ, କିନ୍ତୁ ମୋ ବିଚାରକୁ ନୁହେଁ। ଏବେ ଆମେ ଆପଣଙ୍କୁ ମହାତ୍ମା ଗାନ୍ଧୀଙ୍କ ବିଷୟରେ କହିବୁ। ତାମିଲନାଡ଼ୁର ମଦୁରାଇରୁ ଏକ ଦମ୍ପତି କେବଳ ମହାତ୍ମା ଗାନ୍ଧୀଙ୍କ ବିଚାରରେ ଅନୁପ୍ରାଣିତ ହୋଇ ପଦଯାତ୍ରା କରୁଛନ୍ତି। ୧୦୦୦ କିଲୋମିଟର ରାସ୍ତା ଚାଲି ଚାଲି ସେମାନେ ଗାନ୍ଧୀଙ୍କ ବିଚାରଧାରାକୁ ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି।

a1

୪୯ ବର୍ଷୀୟ ଏମ୍‌. କରୁପାୟା ଓ ତାଙ୍କ ଧର୍ମପତ୍ନୀ ୫୧ ବର୍ଷୀୟା କେ. ଚିତ୍ରା ଗତ ରବିବାର Sendampalayamଠାରୁ ଯାତ୍ରା ଆରମ୍ଭ କରିଛନ୍ତି। ହାତରେ ତ୍ରିରଙ୍ଗା ସହ ସାଇକେଲ ମଧ୍ୟ ଆଣିଛନ୍ତି। ତାଙ୍କର ଗୋଟିଏ ଲକ୍ଷ୍ୟ, ୧୦୦୦ କିଲୋମିଟର ପଦଯାତ୍ରା କରି ୧୨ ମାର୍ଚ୍ଚରେ ହାଇଦ୍ରାବାଦରେ ପହଞ୍ଚିବା। କହି ରଖୁଛୁ, ୧୯୩୦ ମସିହା ଠିକ୍‌ ଏହି ଦିନ ଗାନ୍ଧୀ ଦାଣ୍ଡି ଯାତ୍ରା ଆରମ୍ଭ କରିଥିଲେ।

a5

ସାଇକେଲ ଉପହାର ଦେଇଛନ୍ତି ଲୋକେ

ଦାତାମାନେ ଏହି ଦମ୍ପତିଙ୍କୁ ସାଇକେଲ ଉପହାର ଦେଇଛନ୍ତି, ଯେପରି ସେମାନେ ଏହା ଉପରେ ନିଜ ଜିନିଷ ରଖିପାରିବେ। କରୁପାୟାଙ୍କ କହିବା ହେଲା, ଗାନ୍ଧୀଙ୍କ ବିଚାରଧାରା ସମ୍ପର୍କରେ ସେ ଲୋକମାନଙ୍କୁ ବୁଝାଇବେ। ବିଶେଷ କରି ଏକତା, ଆତଙ୍କମୁକ୍ତ ଦୁନିଆ, ଧାର୍ମିକ ସଦ୍‌ଭାବ, ନାରୀ ସଶକ୍ତୀକରଣ, ନଦୀଗୁଡ଼ିକର ସୁରକ୍ଷା ଭଳି ପ୍ରସଙ୍ଗ ଉପରେ ସେମାନେ ସଚେତନଭିତ୍ତିକ ବାର୍ତ୍ତା ପଠାଇବେ। ତେବେ ଦମ୍ପତିଙ୍କ ଆଗାମୀ ଲକ୍ଷ୍ୟ ରହିଛି ୧ ଲକ୍ଷ କିଲୋମିଟର ପଦଯାତ୍ରା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.