ପୁଣି ବସ୍ତିକୁ ଫେରିଲେ ଅଜହରୁଦ୍ଦିନ୍‌, ଯିଏ ଓସ୍କାର ଜିତିଥିବା ‘ସ୍ଳମଡଗ୍‌ ମିଲେନେୟର’ ପିଲ୍ମରେ ଜିତିଥିଲେ ସମସ୍ତଙ୍କ ହୃଦୟ

୨୦୦୮ରେ ହଲିଉଡ୍‌ ନିର୍ଦ୍ଦେଶକ ଡେନି ବୋୟଲଙ୍କ ଫିଲ୍ମ ‘ସ୍ଳମଡଗ୍‌ ମିଲେନେୟର’ ଓସ୍କାରରେ ଧୁମ୍‌ ମଚାଇଥିଲା । ଏହି ପୁରସ୍କାର ଦ୍ୱାରା ଗୋଟେ ଛୋଟ ପିଲାଟି ସମସ୍ତଙ୍କ କେନ୍ଦ୍ରବିନ୍ଦୁ ପାଲଟିଥିଲା । ଯାହାଙ୍କ ନାମ ଅଜହରୁଦ୍ଦୀନ୍‌ ଇସ୍ମାଇଲ୍‌ । ମୁମ୍ବାଇର ଏକ ବସ୍ତିରେ ରହୁଥିବା ଅଜହରୁଦ୍ଦୀନ୍‌ ଏହି ଫିଲ୍ମରେ ଛୋଟେ ସଲିମ୍‌ ଭୂମିକାରେ ନଜର ଆସିଥିଲା । ନିଜର ପ୍ରଥମ ଫିଲ୍ମରେ ଏତେ କିଛି ପାଇସାରିଥିବା ଅଜହରୁଦ୍ଦୀନକୁ ଫିଲ୍ମର ନିର୍ଦ୍ଦେଶକ ଏକ ଫ୍ଲାଟ୍‌ ଗିଫ୍ଟ କରିଥିଲେ । କିନ୍ତୁ ଗତ ୧୨ବର୍ଷ ପରେ ଏବେ ଅଜହରୁଦ୍ଦୀନ୍‌ ପୁଣି ସେହି ବସ୍ତି ଦୁନିଆକୁ ଫେରିଯାଇଛନ୍ତି । କେବଳ ସିଏ ନୁହେଁ ଏହି ଫିଲ୍ମରେ ଫ୍ରିଡା ପିଂଟା ଭୂମିକାରେ ନଜର ଆସିଥିବା ଲତିକାଙ୍କ ଛୋଟବେଳର ରୋଲ୍‌ କରିଥିବା ରୁବିନା ଅଲ୍ଲୀ କୁରେସୀ ମଧ୍‌ଯ ପୁଣି ସେହି ବସ୍ତି ଦୁନିଆକୁ ଫେରିଯାଇଛନ୍ତି ।

danny picସୂଚନା ଅନୁସାରେ ସ୍ଳମଡଗ୍‌ ମିଲେନେୟର ଫିଲ୍ମର ସଫଳତା ପରେ ନିର୍ଦ୍ଦେଶକ ଡେନି ଏହି ଫିଲ୍ମର ଦୁଇ ଶିଶୁ କଳାକାରଙ୍କ ସାହାଯ୍ଯ ପାଇଁ ଜୟ ହୋ ନାମରେ ଏକ ଟ୍ରଷ୍ଟ ଖୋଲିଥିଲେ । ଯାହା ପାଇଁ ସେମାନଙ୍କୁ ଫ୍ଳାଟ୍‌ ଏବଂ ମାସିକ ଭତ୍ତା ମିଳୁଥିଲା । କିନ୍ତୁ ବର୍ତ୍ତମାନ ଅଜହରୁଦ୍ଦୀନଙ୍କ ପରିବାର ଉକ୍ତ ଫ୍ଲାଟକୁ ବିକ୍ରି କରିଦେଇଛନ୍ତି। ୨୦୦୮ରୁ ବର୍ତ୍ତମାନ ଯାଏ ଅର୍ଥାତ୍‌ ୧୨ବର୍ଷରେ ଏବେ ଅଜହରୁଦ୍ଦୀନ୍‌ ୨୧ବର୍ଷର ହୋଇସାରିଛି । ରିପୋର୍ଟ ଅନୁସାରେ ଅଜହରୁଦ୍ଦୀନର ପରିବାର ସାନ୍ତାକ୍ରୁଜ୍‌ ସ୍ଥିତ ନିଜର ଘର ବିକ୍ରି କରି ଏବେ ପୁଣି ବାନ୍ଦ୍ରାର ଗରିବ ନଗର ସ୍ଥିତ ନିଜ ଚାଳ ଘରକୁ ଫେରିଯାଇଛନ୍ତି । ସେ ନିଜ ଫ୍ଲାଟକୁ ୪୯ଲକ୍ଷରେ ବିକ୍ରି କରିଦେଇଛନ୍ତି ।

Slumdog Millionaireତେବେ ଦ୍ୱିତୀୟ ଥର ପୁଣି ସେହି ବସ୍ତି ଅଞ୍ଚରେ ଫେରିବା ଅଜହରୁଦ୍ଦୀନଙ୍କୁ ସହଜରେ ହଜମ ହେଉନାହିଁ । ସେ ଏଥିପାଇଁ ବହୁଥର ରୋଗରେ ମଧ୍ଯ ପଡିସାରିଲେଣି । ଯାହାଫଳରେ ତାଙ୍କ ମା ତାଙ୍କୁ ନିଜ ଗାଁକୁ ନେଇଯାଇଛନ୍ତି । ଯେଉଁଠି ସେ ଗତ କିଛି ଦିନ ହେବ ରହୁଛନ୍ତି । ଅଜହରୁଦ୍ଦୀନ୍‌ ଏକ ସାକ୍ଷାତକାରରେ କହିଛନ୍ତି ଏବେ ମୋ ଷ୍ଟାରଡମ୍‌ ସରିଯାଇଛି, ମୋତେ ଏବେ ଘର ଚଳାଇବାକୁ ପଡିବ । ମୁଁ ବସ୍ତିରେ ଜନ୍ମ ହୋଇଛି ଏକଥା ସତ କିନ୍ତୁ ମୁଁ ପୁଣି ସେଠାକୁ ଫେରିବାକୁ ଚାହୁଁନି । ସେ ଏହା ମଧ୍‌ଯ କହିଛନ୍ତି କି, ଆର୍ଥିକ ଅନାଟନ କାରଣରୁ ସେ ତାଙ୍କ ଫ୍ଳାଟକୁ ବିକ୍ରି କରିବାକୁ ବାଧ୍ଯ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.