୨୪ ଘଣ୍ଟା ପାଇଁ ସାରା ଦେଶରେ ବନ୍ଦ ହେବ ଟିଭି ଦେଖା ..

ନୂଆଦିଲ୍ଲୀ : ଆସନ୍ତା ୨୪ ତାରିଖରେ ସାରା ଦେଶରେ କେବଲ ଅପରେଟର କଳା ଦିବସ ପାଳନ କରିବେ । ଓଡ଼ିଶା କେବଲ ଅପରେଟର ସଂଘ ଏଥିରେ ସାମିଲ ହୋଇଛି । ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି ଓଡିଶା କେବଲ ଅପରେଟର ଆସୋସିଏସନର ସଂପାଦକ କେ.ସେସୁ ସାଇ । ଟ୍ରାଇ ପକ୍ଷରୁ ଆସନ୍ତା ଫେବ୍ରୁଆରୀ ୧ ରୁ ଲାଗୁ ହେବାକୁ ଯାଉଛି ଏହି ନିୟମ । ଗ୍ରାହକ ଯେତିକି ଚ୍ୟାନେଲ ଦେଖିବାକୁ ଚାହିଁବେ କେବଳ ସେତିକିର ହିଁ ଦେୟ ଦେବେ । ଏହାକୁ ବିରୋଧ କରୁଛନ୍ତି କେବଲ ଅପରରେଟର ।