Below header

ବିମାନକୁ ଅପହରଣ ପାଇଁ ଯାତ୍ରୀଙ୍କ ଧମକ, ତାପରେ କଣ ହେଲା ?

ମସ୍କୋ : ଯାତ୍ରୀ ଦ୍ୱାରା ବିମାନ ଅପହରଣ । ଅଳ୍ପକେ ରକ୍ଷା ପାଇଲେ ୭୬ ଯାତ୍ରୀ । ସର୍ବିଆର ସର୍ଗୁଟ୍‌ରୁ ମସ୍କୋ ଯାଉଥିବା ଏହି ବାମନଟିକୁ ଜଣେ ଯାତ୍ରୀ ଅପହରଣ କରିବାକୁ ଚେଷ୍ଟା କରିଥିଲେ । ଯାତ୍ରୀ ଜଣକ ପାଇଲଟ୍‌ ଓ ବିମାନ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମସ୍କୋ ବଦଳରେ ବିମାନକୁ ଆଫଗାନିସ୍ତାନ ନେବାକୁ ବାଧ୍ୟ କରିଥିଲେ । ତେବେ ବିମାନ କର୍ମଚାରୀଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଏକ ବଡ଼ ଧରଣର ବିପଦ ଏଡ଼ାଇ ପାରିଛି । ଇନ୍ଧନ ଭରିବା ବାହାନାରେ ବିମାନଟିକୁ ଖାଣ୍ଟି ମୈନସିସ୍କ ବିମାନ ବନ୍ଦରରେ ଜରୁରୀ ଅବତରଣ କରାଯାଇଥିଲା । ଏହା ପରେ ଅପହରଣକାରୀକୁ ପୋଲିସ୍‌ ଗିରଫ କରିଥିବା ସୂଚନା ମିଳିଛି । ତେବେ ଯାତ୍ରୀ ଜଣକ ମଦ ପିଇ ନିଶାରେ ଚୁର୍‌ ଥିଲେ ବୋଲି ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.