ବିଏସ୍‌ଏନ୍‌ଏଲ୍‌ ଲଞ୍ଚ କଲା ଶାନଦାର ବ୍ରଡବ୍ୟାଣ୍ଡ ପ୍ଲାନ, ପ୍ରତିଦିନ ମିଳିବ ୨୨ ଜିବି ଡାଟା

ଲକଡାଉନରେ ଅନେକ ବଡବଡ କମ୍ପାନୀର କର୍ମଚାରୀ ଘରୁ ଅଫିସ କାମ ସହିତ ଭିଡିଓ କଲିଂ ସହାୟତାରେ ମିଟିଂ କରୁଛନ୍ତି। ଏମାନେ ପ୍ରତିଦିନ ଅନେକ ଅନେକ ଡାଟା ମଧ୍ୟ ସରୁଛି। ଏବେ ସରକାରୀ ଟେଲିକମ୍ କମ୍ପାନୀ BSNL ଘରୁ କାମ କରୁଥିବା ଗ୍ରାହକଙ୍କ ପାଇଁ ଅନେକ ବ୍ରଡବ୍ୟାଣ୍ଡ ପ୍ଲାନ୍ ମାର୍କେଟକୁ ଆଣିଛି କିନ୍ତୁ ସବୁଠାରୁ ଲାଭଦାୟକ ପ୍ଲାନ ହେଉଛି BSNL 22GB CUL ପ୍ଲାନ୍ । ଏହି ପ୍ଲାନରେ ପ୍ରତିଦିନ ୨୨ ଜିବି ଡାଟା ଅଫର୍ ରହିଛି। ଏହା ସହିତ ଏଥିରେ ଅନଲିମିଟଡ୍ କଲିଂର ସୁବିଧା ରହିଛି।

ବିଏସଏନଏଲର ଏହି ବ୍ରଡବ୍ୟାଣ୍ଡ ପ୍ଲାନର ଦାମ୍ ୧୨୯୯ ଟଙ୍କା । ଗ୍ରାହକଙ୍କୁ ଏହି ପ୍ଲାନରେ ୧୦ ଏମବିପିଏସ୍ ସ୍ପିଡରେ ପ୍ରତିଦିନ ୨୨ ଜିବି ଡାଟା ମିଳିବ । ଯଦି ୟୁଜର୍ସ ଗୋଟିଏ ଦିନରେ ୨୨ ଜିବି ଡାଟା ସମାପ୍ତ କରିଦେବେ ତେବେ ଇଣ୍ଟରନେଟ୍ ସ୍ପିଡ୍ ହ୍ରାସ ପାଇ ୨ ଏମବିପିଏସ୍ ହୋଇଯିବ । ଅନ୍ୟ ବେନିଫିଟ୍ସ କଥା କହିବା ତ ଏଥିରେ ୟୁଜର୍ସଙ୍କୁ ଅନଲିମିଟେଡ୍ କଲିଂର ସୁବିଧା ମିଳିବ । ୟୁଜର୍ସ ଏହାକୁ ପ୍ରତିମାସରେ ୧୨୯୯ ଟଙ୍କା ପୈଠ କରି ମାସ ପାଇଁ ଏବଂ ୧୨୯୯୦ ଟଙ୍କା ପୈଠ କରି ପ୍ଲାନର ବାର୍ଷିକ ସବସ୍କ୍ରିପ୍ସନ ମଧ୍ୟ ନେଇପାରିବେ ।

basnl

ବିଏସଏନଏଲ ୟୁଜର୍ସ ଏହି ପ୍ଲାନକୁ ୨ ଓ ୩ ବର୍ଷ ପାଇଁ ସବସ୍କ୍ରିପ୍ସନ କରିପାରିବେ । ୟୁଜର୍ସଙ୍କୁ ୨ ବର୍ଷ ପାଇଁ ୨୪,୬୮୧ ଟଙ୍କା ୩ ବର୍ଷ ପାଇଁ ୩୬,୩୭୨ ଟଙ୍କା ପୈଠ କରିବାକୁ ହେବ । ଗ୍ରାହକଙ୍କୁ ଏହି ପ୍ଲାନରେ ଏକ ଇ-ମେଲ୍ ଆଡ୍ରେସ୍ ସହିତ ୧ ଜିବି କ୍ଲାଉଡ୍ ଷ୍ଟୋରେଜ୍ ମିଳିବ । ଏହା ବ୍ୟତୀତ ଗ୍ରାହକ ୨୦୦୦ ଟଙ୍କା ଦେଇ ଏହି ପ୍ଲାନ ସହିତ ଏକ ଷ୍ଟେଟିକ୍ ଆଇପି ଆଡ୍ରେସ୍ ମଧ୍ୟ କିଣିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.