Below header

ଧସିଲା ଆରଡ଼ି ନିକଟ ମୁଆଁ ଗାଁ ଦେଇ ପ୍ରବାହିତ ବୈତରଣୀ ନଦୀର ସୁରକ୍ଷା ବନ୍ଧ, ନଦୀ କୂଳିଆ ଲୋକେ ଭୟଭୀତ

ଚାନ୍ଦବାଲି : ଭଦ୍ରକ ଜିଲ୍ଲା ଆରଡ଼ି ନିକଟସ୍ଥ ମୁଆଁ ଗାଁ ଦେଇ ପ୍ରବାହିତ ହେଉଥିବା ବୈତରଣୀ ନଦୀର ସୁରକ୍ଷା ବନ୍ଧ ଧସିଥିବା ଦେଖିବାକୁ ମିଳିଛି। ପାଖାପାଖି ୨ ଶହ ଫୁଟ୍‌ ଲମ୍ବର ସୁରକ୍ଷା ବନ୍ଧରୁ ମାଟି ଅତଡ଼ା ଧସି ନଦୀ ଗର୍ଭକୁ ଚାଲିଯାଇଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ନଦୀକୂଳିଆ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି।

ତା’ସହ ନଦୀ ଜୁଆରିଆ ଥିବାରୁ ଧସିଥିବା ସ୍ଥାନରେ ଜୁଆର ପାଣି ମାଡ଼ ହୋଇ ମାଟି ଅତଡ଼ା ଧସିବାରେ ଲାଗିଛି। ପୂର୍ବରୁ ମଧ୍ୟ ଏହିଠାରେ ବୈତରଣୀ ନଦୀର ସୁରକ୍ଷା ବନ୍ଧ ଧସିଥିଲା। ସ୍ଥାନୀୟ ଲୋକେ ଜଳସମ୍ପଦ ବିଭଗର ଉପରିସ୍ଥ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ବି କେହି କିଛି ଶୁଣିନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.