Below header

ଆମରଣ ଅନଶନରେ BSNL କର୍ମଚାରୀ, VRS ନେବାକୁ ବାଧ୍ୟ କରାଯାଉଛି

ସରକାରୀ ଟେଲିକମ୍‌ କମ୍ପାନୀ ଭାରତ ସଂଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନଏଲ) କର୍ମଚାରୀ ଆଜିଠାରୁ ଦେଶବ୍ୟାପୀ ଆମରଣ ଅନଶନ କରିଛନ୍ତି। କର୍ମଚାରୀ ୟୁନିୟନର ଅଭିଯୋଗ ଯେ, କମ୍ପାନୀ ପ୍ରବନ୍ଧକ କର୍ମଚାରୀଙ୍କୁ ସ୍ୱଇଚ୍ଛା ସେବାନିବୃତ୍ତି (VRS) ନେବାକୁ ବାଧ୍ୟ କରୁଛି। ଏଥିପାଇଁ କର୍ମଚାରୀ ଅନଶନରେ ବସିଛନ୍ତି। ଏହାକୁ ନେଇ ଅଲ ଇଣ୍ଡିଆ ୟୁନିୟନ ଆଣ୍ଡ ଆସୋସିଏସନ ଅଫ ଭାରତ ସଂଚାର ନିଗମ ଲିମିଟେଡ ସଂଯୋଜକ ପି ଅଭିମନ୍ୟୁ କହିଛନ୍ତି, ପ୍ରବନ୍ଧନ କର୍ମଚାରୀମାନଙ୍କୁ VRS ନେବାକୁ ବାଧ୍ୟ କରୁଛନ୍ତି। କର୍ମଚାରୀ ଯଦି ଏହି କାମ ନ କରନ୍ତି ତେବେ ସେମାନଙ୍କୁ ଦୂର ଜାଗାକୁ ବଦଳି କରିବା ଏବଂ ସେବାନିବୃତ୍ତ ବୟସ କମାଇ ଦିଆଯିବ ବୋଲି ଧମକ ଦିଆଯାଉଛି।

bsnl 1

ଏହି ଯୋଜନା କର୍ମଚାରୀମାନଙ୍କ ପାଇଁ ଫାଇଦାଯୁକ୍ତ ନୁହେଁ :

ଅଧିକାଂଶ କର୍ମଚାରୀ ନିଜ ଇଚ୍ଛାରେ ଏହି ଯୋଜନା ନେଇଥିଲେ। କିନ୍ତୁ ଏହି ଯୋଜନାକୁ ନେବା ପାଇଁ କାହାକୁ ବାଧ୍ୟ କରିପାରିବ ନାହିଁ। କିନ୍ତୁ ଏହି ଯୋଜନା କର୍ମଚାରୀଙ୍କ ପାଇଁ ଫାଇଦାଯୁକ୍ତ ନୁହେଁ। ବିଏସ୍‌ଏନଏଲର ୭୭ ହଜାର କର୍ମଚାରୀ ଏହି (VRS ) ପାଇଁ ଆବେଦନ କରିଥିଲେ। କମ୍ପାନୀରେ ପାଖାପାଖି ୧.୫୦ ଲକ୍ଷ କର୍ମଚାରୀ କାର୍ଯ୍ୟରତ ଅଛନ୍ତି। ଏହି ସ୍କିମ ଅନୁଯାୟୀ ୩୧ ଜାନୁଆରୀ ୨୦୨୦ ବେଳକୁ ସମସ୍ତେ ନିଜ ନିଜ ପଦରୁ ଅବସର ଗ୍ରହଣ କରିସାରିଥିବେ।

ଉଲ୍ଲେଖନୀୟ, ସରକାର ଗତ ମାସରେ ବିଏସ୍ଏନ୍ଏଲ ଏବଂ ଏମ୍ଟିଏନ୍ଏଲର ପୁନଃରୁଦ୍ଧାର ପାଇଁ ୬୯,୦୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ। ଏହି ଯୋଜନାରେ କମ୍ପାନୀ ୫୦ ବର୍ଷରୁ ଅଧିକ ବୟସ ହୋଇଥିବା କର୍ମଚାରୀ ତଥା ନିୟମିତ କିମ୍ବା ସ୍ଥାୟୀ କର୍ମଚାରୀଙ୍କ ପାଇଁ ଲାଗୁ କରାଯାଇଛି। ଏଥିରେ ମଧ୍ୟ ବିଏସ୍ଏନଏଲର ଅନ୍ୟ ସଂଗଠନ କିମ୍ବା ଅନ୍ୟ ବିଭାଗ ମଧ୍ୟ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.