ପ୍ରତିଦିନ ନିବେଶ କରନ୍ତୁ ମାତ୍ର ୨୭ ଟଙ୍କା, ଏହି ସରକାରୀ ସ୍କିମ୍‌ ଆପଣଙ୍କୁ ଦେବ ୧୦.୬୨ ଲକ୍ଷ ଟଙ୍କା

ଜୀବନ ବୀମା ନିଗମ (LIC) ଏକ ନୂଆ ସ୍କିମ୍‌ ଆଣିଛି, ଯାହା ମାଧ୍ୟମରେ ଆପଣ ନିଜର ସବୁ ଆବଶ୍ୟକତା ପୂରଣ କରିପାରିବେ। ଆଉ ଆପଣଙ୍କ ଭବିଷ୍ୟତ ମଧ୍ୟ ସୁରକ୍ଷିତ ରହିପାରିବ। LICର ଏହି ଖାସ୍‌ ପଲିସିର ନାଁ ହେଉଛି ‘New Endowment Plan – 814’। ଏହି ପ୍ଲାନ୍‌ ଅଧୀନରେ ଆପଣ ପ୍ରତିଦିନ ୨୭ ଟଙ୍କା ଜମା କରି ୧୦ ଲକ୍ଷ ୬୨ ହଜାର ପଯ୍ୟର୍ନ୍ତ ରାଶି ପ୍ରାପ୍ତ କରିପାରିବେ। ଖାସ୍‌ କଥା ହେଉଛି, ଏଥିରେ ଆପଣଙ୍କୁ କୌଣସି ଟ୍ୟାକ୍ସ ଦେବାକୁ ପଡ଼ିବ ନାହିଁ। ଆସନ୍ତୁ ଜାଣିବା ଏହି ପଲିସି ବିଷୟରେ।

money1

ଏହାସହ ପଢ଼ନ୍ତୁ: ମାଗଣାରେ ଘରକୁ ଆଣନ୍ତୁ Crayon Envy ଇଲେକଟ୍ରିକ୍‌ ସ୍କୁଟର ! ଦମଦାର ଫିଚର୍ସ ସହିତ ରହିଛି ଆକର୍ଷଣୀୟ ଲୁକ୍‌

New Endowment Plan – 814ରେ ଆପଣଙ୍କ ମୋଟ ନିବେଶ ୩ ଲକ୍ଷ ଟଙ୍କା ହୋଇଥାଏ ଏବଂ ଏହା ଉପରେ ଆପଣଙ୍କୁ ୪ ଲକ୍ଷ ୩୨ ହଜାର ଟଙ୍କା ବୋନସ୍‌ ରୂପରେ ମିଳିଥାଏ। କେବଳ ଏତିକି ନୁହେଁ, ଆପଣଙ୍କୁ ୩ ଲକ୍ଷ ୩୦ ହଜାର ଟଙ୍କାର ଫାଇନାଲ୍‌ ଆଡିଶନାଲ୍‌ ବୋନସ୍‌ ବି ମିଳିବ। ଏହି ପ୍ଲାନ୍‌ ଜରିଆରେ ଆପଣ ବର୍ଷକୁ ୩୦୫୩ ଟଙ୍କାର ଟ୍ୟାକ୍ସ ବଞ୍ଚେଇ ପାରିବେ।

ଏହାସହ ପଢ଼ନ୍ତୁ: ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ମାରୁତି ଏହିସବୁ କାର ଉପରେ ଦେଉଛି ଭାରି ଡିସ୍‌କାଉଣ୍ଟ

ଯଦି ଆପଣଙ୍କୁ ୩୨ ବର୍ଷ, ଆଉ ଆପଣ LICର ଏହି ପ୍ଲାନ୍‌ କିଣିବାକୁ ଯୋଜନା କରୁଛନ୍ତି, ତା’ହେଲେ ପ୍ଲାନ୍‌ ଅଧୀନରେ ଆପଣଙ୍କୁ ୩୦ ବର୍ଷ ପଯ୍ୟର୍ନ୍ତ ନିବେଶ କରିବାକୁ ପଡ଼ିବ। ପ୍ରତିଦିନ ୨୭ ଟଙ୍କା ନିବେଶ କରିବାରେ ଆପଣଙ୍କ ମୋଟ ପ୍ରିମିୟମ୍‌ ପାଖାପାଖି ୩ ଲକ୍ଷ ଟଙ୍କା ହେବ। ୩ ଲକ୍ଷର ପ୍ରିମିୟମ୍‌ ଉପରେ ଯଦି ଆପଣ ବୋନସ୍‌ ଏବଂ ଫାଇନାଲ୍‌ ଆଡିଶନାଲ୍‌ ବୋନସ୍‌ର ରାଶି ଯୋଡ଼ିବେ, ତା’ହେଲେ ଏହା ୧୦ ଲକ୍ଷ ୬୨ ହଜାର ଟଙ୍କା ହେବ। ଏହି ପ୍ରକାରେ ଆପଣଙ୍କୁ ୭ ଲକ୍ଷ ୬୨ ହଜାର ଟଙ୍କାର ଲାଭ ମିଳିବ।

lic1

ଏହାସହ ପଢ଼ନ୍ତୁ: ଆଗାମୀ ୬ ମାସ ଯାଏଁ ହୁ ହୁ ହୋଇ ବଢିବ ସୁନା ଦର, ଜାଣନ୍ତୁ ଏହା ପଛର କାରଣ

LICର ଏହି ପଲିସି ଅଧୀନରେ ଆପଣଙ୍କୁ ପେମେଣ୍ଟର ଅପ୍‌ସନ ମଧ୍ୟ ମିଳିବ। ଆପଣ ଅର୍ଥରାଶିର ପେମେଣ୍ଟ ବର୍ଷକୁ ଥରେ, ୬ ମାସକୁ ଥରେ, ୩ ମାସକୁ ଥରେ ନଚେତ୍‌ ପ୍ରତ୍ୟେକ ମାସ କରିପାରିବେ। ଏହି ପ୍ଲାନ୍‌ ସହ ଜଡ଼ିତ ଅନ୍ୟ ତଥ୍ୟଗୁଡ଼ିକ LICର େଓ୍ଵବ୍‌ସାଇଟରେ ପାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.