Below header

ବୈଜ୍ଞାନିକ ଖୋଜି ବାହାର କଲେ ଈଶ୍ୱରଙ୍କ ଚେହେରା, ଏମିତି ଦେଖାଯାଆନ୍ତି ଭଗବାନ !

କଣ ଆପଣଙ୍କ ମନକୁ କେବେ ପ୍ରଶ୍ନ ଆସିଛି ଭଗବାନ ଦେଖିବାକୁ କିପରି ? ସାଧାରଣତଃ ଆମେ ଜାଣିଛନ୍ତି ୩୩ କୋଟି ଦେବୀ ଦେବତା ଅଛନ୍ତି। କିନ୍ତୁ ଏହିସବୁ ଭଗବାନଙ୍କୁ ମିଶାଇ ଯେଉଁ ଜଣେ ଈଶ୍ୱର ବା ଭଗବାନ ଅଛନ୍ତି ତାଙ୍କ ଚେହେରା କେମିିତି ହୋଇଥିବ। ସେ ଦେଖିବାକୁ କିପରି ?

ଆମେ ଆପଣଙ୍କୁ ଯଦି କହିବୁ ଈଶ୍ୱର ଦେଖିବାକୁ କେଉଁଭଳି ଯଦି ଜଣାପଡିଯାଇଛି, ତେବେ ଆପଣ ନିହାତି ଆଶ୍ଚର୍ଯ୍ୟ ହେବେ ନା ? ଆଜ୍ଞା ହଁ ଆମେ ଏଠି ଯାହା କହିଲୁ ତାହା ପୂରାପୂରି ସତ। ବୈଜ୍ଞାନିକ ମାନେ ଏବେ ଈଶ୍ୱର ବା ଭଗବାନଙ୍କର ଚେହେରାକୁ ଖୋଜି ବାହାର କରିଛନ୍ତି। ବୈଜ୍ଞାନିକ ମାନଙ୍କର କହିବା କଥା ଯେ ଈଶ୍ୱରଙ୍କ ଚେହେରା ଜଣେ ଯୁବା ଏବଂ ବହୁତ ସୁନ୍ଦର ସ୍ତ୍ରୀ ଭଳି। ଭାରତରେ ଏମିତି କିଛି ରିସର୍ଚ୍ଚ ହୋଇନାହିଁ କିନ୍ତୁ ଆମେରିକା ବୈଜ୍ଞାନିକମାନେ ଅନେକ ଆମେରିକୀମାନଙ୍କର ଚେହେରାକୁ ନେଇ ରିସର୍ଚ୍ଚ କରି ଭଗବାନଙ୍କର ଏକ ସ୍କେଚ୍‌ ବନାଇଛନ୍ତି।

faceସବୁଠାରୁ ଖାସ୍‌ କଥା ହେଉଛି ଆମେରିକୀ ଖ୍ରୀଷ୍ଟିୟାନମାନେ ଈଶ୍ୱରଙ୍କ ଚେହେରାକୁ ବୁଢ଼ା ନୁହେଁ ବରଂ ଯୁବା ବୋଲି କହିଛନ୍ତି, ଏବେ ଏହା ଆଧାରରେ ଗବେଷଣା କରାଯାଉଛି। ବୈଜ୍ଞାନିକ ଏବଂ ମନୋବୈଜ୍ଞାନିକମାନେ ୫୧୧ ଆମେରିକୀ ଖ୍ରୀଷ୍ଟିୟାନଙ୍କ ସାହାଯ୍ୟରେ କାଲିଫର୍ଣ୍ଣିୟା ବିଶ୍ୱବିଦ୍ୟାଳୟର ଚେପଲ ହିଲରେ ଏହି ଚିତ୍ର ବନାଇଛନ୍ତି।

ଏହି ଅଧ୍ୟୟନରେ ଭାଗ ନେଇଥିବା ଶହ ଶହ ଲୋକଙ୍କ ରୂପକୁ ଅଲଗା ଅଲଗା ଚେହେରା ସହିତ ଯୋଡାଗଲା ଏବଂ ରିସର୍ଚ୍ଚ କରାଗଲା ଯେ ଏହି ପ୍ରତ୍ୟେକ ଯୋଡି ମଧ୍ୟରୁ କେଉଁ ଚେହେରା ଭଗବାନଙ୍କ ପରି ଦେଖାଯାଇଛି, ଯାହାକୁ କି କଳ୍ପନା କଲେ ସ୍ୱୟଂ ଭଗବାନ ପ୍ରକଟ ହେଲା ଭଳି ଲାଗିବ।

faceସମସ୍ତ ଚୟନ କରାଯାଇଥିବା ଚେହେରାକୁ ସଂଯୋଗ କରି ଅନୁସନ୍ଧାନକାରୀ ମାନେ ଏକ ସମଗ୍ର ‘ଈଶ୍ୱରଙ୍କ ଚେହେରା’ ଏକାଠି କରିଛନ୍ତି ଯାହା ଦର୍ଶାଥିଲା ଯେ ପ୍ରତ୍ୟେକ ବ୍ୟକ୍ତି ଭଗବାନଙ୍କୁ କେମିତି କଳ୍ପା କରିଥିଲେ। ଏହାର ପରିଣାମ ବହୁତ ଆଶ୍ଚଯ୍ୟର୍ଜନକ ଥିଲା। ଏହି ରିସର୍ଚ୍ଚରୁ ଭଗବାନମାନେ ଜାଣିବାକୁ ପାଇଲେ ଯେ ଖ୍ରୀଷ୍ଟୀୟାନ ମାନେ ଭଗବାନଙ୍କୁ ଯୁବା, ସ୍ତ୍ରୀ ଏବଂ କିଶୋର ରୂପରେ ଦେଖିବାକୁ ପାଇଲେ।
ଅଧିକାଂଶ ଲୋକ ଭଗବାନଙ୍କୁ ସ୍ତ୍ରୀ, ଛୋଟ ଏବଂ ଅଧିକ ସ୍ନେହଭରା ବୋଲି ଦେଖିବାକୁ ପାଇଲେ। ଆଉ କିଛି ଲୋକ ଭଗବାନ ଉଦାରବାଦୀ ଠାରୁ ଅଧିକ ଶକ୍ତିଶାଳୀ ଭଳି ଲାଗିଲା।

ଏହାସହ ପଢନ୍ତୁ : ମହିଳାଙ୍କୁ ବାରଣ ହନୁମାନଙ୍କ ପୂଜା, କିନ୍ତୁ କାହିଁକି?

ଯେଉଁ ଲୋକ ଶାରୀରିକ ରୂପରେ ଆକର୍ଷକ ଥିଲେ ସେମାନେ ଅଧିକ ଶାରୀରିକ ରୂପରେ ଆକର୍ଷକ ଭଗବାନଙ୍କୁ ବିଶ୍ୱାସ କରନ୍ତି। ଏହି ସବୁ ତଥ୍ୟ ରିସର୍ଚ୍ଚରୁ ପ୍ରମାଣିତ ହୋଇଛି। କିନ୍ତୁ ଆମ ଭାରତୀୟ ବୈଜ୍ଞାନିକମାନେ ଏପର୍ଯ୍ୟନ୍ତ ଏହାକୁ ନେଇ କୌଣସି ଗବେଷଣା କରିନାହାନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.