Below header

ଏବେ ଜିଓ, ଏୟାରଟେଲ୍‌ ଏବଂ ଭୋଡାଫୋନର ଏହି ପ୍ରିପେଡ୍‌ ପ୍ଲାନରେ ପ୍ରତିଦିନ ପାଇବେ 3GB ଡାଟା, ଜାଣନ୍ତୁ ସମ୍ପୂର୍ଣ୍ଣ ଅଫର୍‌ ସମ୍ପର୍କରେ

ବର୍ତ୍ତମାନ ଭାରତୀୟ ଟେଲିକମ ବଜାରରେ ରିଲାଏନ୍ସ ଜିଓ ର ସ୍ଥିତି ଅନ୍ୟ କମ୍ପାନୀ ତୁଳନାରେ ମଜବୁତ୍‌। ଜିଓକୁ ଟକ୍କର ଦେବା ପାଇଁ ଏୟାରଟେଲ, ବିଏସଏନଏଲ ଏବଂ ଭୋଡାଫୋନ ଭଳି କମ୍ପାନୀ ନୂଆ ଅଫର୍ସ ସହ ଅନଲିମିଟେଡ ଡାଟା ଏବଂ କଲିଂଗ ଭଳି ପ୍ରିପେଡ୍‌ ପ୍ଲାନ ଜାରି କରିବା ସହ ପୁରୁଣା ଡାଟା ପ୍ଲାନକୁ ଅପଡେଟ କରିଛି। ସେହିଭଳି ଅନ୍ୟପଟେ ଜିଓର ୟୁଜର୍ସମାନଙ୍କୁ ନନ୍‌-ଜିଓ ନେଟଓ୍ଵର୍କରେ କଲ କରିବା ପାଇଁ ଆଇୟୁସି ଚାର୍ଜ ଦେବାକୁ ପଡ଼ିବ, ଯାହା ଗତ ଅକ୍ଟୋବରରେ ଲାଗୁ କରାଯାଇଛି। ଆଜି ଆମେ ଆପଣଙ୍କୁ ତିନଟି କମ୍ପାନୀ ବିଷୟରେ କିଛି ପ୍ରିପେଡ୍‌ ପ୍ୟାକ୍ସ ସୂଚନା ଦେବୁ, ଯେଉଁଥିରେ ଆପଣ ପ୍ରତିଦିନ ୩ ଜିବି ଡାଟା ପାଇପାରିବେ। ତେବେ ଜାଣନ୍ତୁ କଣ ରହିଛି ସେହି ପ୍ଲାନ।

ରିଲାଏନ୍ସ ଜିଓର ୨୯୯ ଟଙ୍କାର ପ୍ଲାନ:

jio-ଜିଓ ୟୁଜର୍ସମାନଙ୍କୁ ଲାଭ ଦେବା ପାଇଁ ୨୯୯ ଟଙ୍କାର ରିଚାର୍ଜ ପ୍ଲାନ ଜାରି କରିଛି। ୟୁଜର୍ସଙ୍କୁ ଏହି ଫୋନରେ ପ୍ରତ୍ୟେକ ଦିନ ୩ ଜିବି ଡାଟା ମିଳିବ। ଏଥିସହ ୟୁଜର୍ସଙ୍କୁ ଜିଓ-ଟୁ-ଜିଓ ରେ କଲ୍‌ କରିବା ପାଇଁ ଅନଲିମିଟେଡ କଲିଂ ଏବଂ ୧୦୦ ଏସଏମଏମ ର ସୁବିଧା ମଧ୍ୟ ରହିଛି। ଯଦି ଉପଭୋକ୍ତା ଅନ୍ୟ ନେଟଓ୍ଵର୍କରେ କଲ୍‌ କରିବାକୁ ଚାହୁଁଛନ୍ତି ତେବେ ତାଙ୍କୁ ୧୦ଟଙ୍କାର ଅତିରିକ୍ତ ଆଇୟୁସି ଚାର୍ଜ କରିବାକୁ ପଡିବ। ଏହାଦ୍ୱାରା ୟୁଜର୍ସଙ୍କୁ ୧୨୪ ଆଇୟୁସି ମିନିଟ୍‌ ମିଳିବ। ଏହି ପ୍ଲାନର ସମୟ ସୀମା ୨୮ ଦିନ ରହିଛି।

ଏୟାରଟେଲ୍‌ ର ୩୪୯ ଟଙ୍କାର ପ୍ଲାନ:

airtelଏୟାରଟେଲର ଉପଭୋକ୍ତାମାନଙ୍କୁ ୩୪୯ ଟଙ୍କାର ପ୍ଲାନରେ ପ୍ରତିଦିନ ୩ଜିବି ଡାଟା ପାଇପାରିବେ। ଏହା ପୂର୍ବରୁ କମ୍ପାନୀ ଏହି ପ୍ୟାକରେ ୨ ଜିବି ଡାଟା ଦେଉଥିଲା। ଏହାବ୍ୟତୀତ ୟୁଜର୍ସ କୌଣସି ଭି ନେଟଓ୍ଵର୍କରେ ଅନଲିମିଟେଡ କଲିଂ କରିପାରିବେ। ସେହିଭଳି ଏହି ପ୍ଲାନର ବୈଧତା ୨୮ ଦିନ ରହିଛି।

ଭୋଡାଫୋନର ୫୬୯ ଟଙ୍କାର ପ୍ଲାନ:

vodaଭୋଡାଫୋନ କିଛି ଦିନ ପୂର୍ବରୁ ଏହି ପ୍ଲାନ ଜାରି କରିଛି। ଗ୍ରାହକମାନେ ଏହି ପ୍ୟାକରେ ପ୍ରତ୍ୟେକ ଦିନ ୩ଜିବି ଡାଟା ପାଇପାରିବେ। ଏଥିସହ ଉପଭୋକ୍ତା ଅନଲିମିଟେଡ କଲିଂ ଏବଂ ୧୦୦ ଏସଏମଏସ ର ଲାଭ ଉଠାଇପାରିବେ। ଏହା ବ୍ୟତୀତ ୟୁଜର୍ସଙ୍କୁ ପ୍ରିମିୟମ କଣ୍ଟେଟର ଏକ୍ସେସ୍‌ ମଧ୍ୟ ଦିଆଯିବ। ସେହିଭଳି ଏହି ପ୍ୟାକର ଭାଲିଡିଟି ୮୪ ଦିନ ରହିବ।

ଏହାସହ ପଢନ୍ତୁ: ଘରେ ବସି ଏହି ଆପରୁ ରୋଜଗାର କରନ୍ତୁ ଅଜସ୍ର ଟଙ୍କା, କରିବାକୁ ପଡିବନାହିଁ ଟଙ୍କାଟିଏ ବି ଖର୍ଚ୍ଚ

ପ୍ରିପେଡ୍‌ ପ୍ଲାନର ମୂଲ୍ୟ ହୋଇପାରେ ମହଙ୍ଗା:

jioଜିଓ ଲଞ୍ଚିଂର ତିନି ବର୍ଷ ପରେ ଟେଲିକମ ବଜାର ସମ୍ପୂର୍ଣ୍ଣ ବଦଳି ଯାଇଛି। ସମସ୍ତ କମ୍ପାନୀର ଅବସ୍ଥା ଖରାପ ହୋଇଛି। ସୂଚନା ଅନୁଯାୟୀ ଆସନ୍ତା କିଛଇ ଦିନ ମଧ୍ୟରେ ରିଲାଏନ୍ସ ଜିଓ, ଭୋଡାଫୋନ-ଆଇଡିଆ, ବିଏସଏନଏଲ ଏବଂ ଏୟାରଟେଲ ଦ୍ୱାରା ଟାରିଫ୍‌ ପ୍ଲାନର ମୂଲ୍ୟ ବଢାଇବା ଘୋଷଣା କରିବା ପରେ ବଜାରରେ ହଇଚଇ ସୃଷ୍ଟି ହୋଇଛି। ସାଧାରଣ ମଣିଷ ହଇରାଣ ହେଉଥିବା ବେଳେ ଏକ୍ସପର୍ଟଙ୍କ କହିବା ଅନୁଯାୟୀ ଟାରିଫ୍‌ ମହଙ୍ଗା ହେବା ଦ୍ୱାରା ଟେଲିକମ୍‌ ସେକ୍ଟରର ଅବସ୍ଥା ଠିକ୍‌ ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.