ଆଳୁ ପରାଠା ତ ଖାଇଛନ୍ତି କିନ୍ତୁ କଣ କେବେ ପନୀର ପରାଠା ଖାଇଛନ୍ତି ? ତାହେଲେ ଆଜି ହିଁ କରନ୍ତୁ ପ୍ରସ୍ତୁତ

ଆଜି ଘରେ କିଛି ଏମିତି ନୂଆ ବନାନ୍ତୁ ଯାହାକୁ ଖାଇବା ପରେ ଆପଣଙ୍କ ପରିବାର ଲୋକ ଆପଣଙ୍କୁ ପ୍ରଶଂସା କରିବାକୁ ବାଧ୍ୟ ହେବେ। ଖାସ୍‌ କରି କିଛି ନୂଆ ଡିସ୍‌ ହୋଇଥିଲେ ତାହାକୁ ସମସ୍ତେ ଖାଇବାକୁ ପସନ୍ଦ କରିଥାନ୍ତି। ନିରାମିଶ ବାରରେ କିଛି ଏମିତି ବନାନ୍ତୁ ଯାହାକୁ ସମସ୍ତେ ମନେ ରଖିବେ। ଆପଣ ଆଜି ଘରେ ପନୀର ପରାଠା ବନାଇପାରବେ। ଆପଣ ଆଗରୁ ଆଳୁ ପରାଠା ଖାଇଥିବେ କିନ୍ତୁ ଏହାର ସ୍ୱାଦ ବହୁତ ଅଲଗା। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

-୧ କପ୍‌ ଅଟା

-୧/୨ କପ୍‌ ପନୀର ଛୋଟ କଟା ହୋଇଥିବା

-୩ ଚାମଚ ଦହି

-ଅଳ୍ପ ଗରମ ମସଲା ପାଉଡର

-ଚିମୁଟାଏ ହଳଦି ପାଉଡର

-୧ ଚାମଚ ତେଲ

-୨ ଚାମଚ ଧନିଆ ପତ୍ର ଛୋଟ କଟା ହୋଇଥିବା

-୨ଟି କଞ୍ଚା ଲଙ୍କା କଟା ହୋଇଥିବା

-ତେଲ ଆବଶ୍ୟକ ଅନୁଯାୟୀ

-ପାଣି ଆବଶ୍ୟକ ଅନୁଯାୟୀ

-ଲୁଣ ସ୍ୱାଦାନୁସାରେ

ପ୍ରସ୍ତୁତି ପ୍ରଣାଳୀ

ଏକ ପାତ୍ରରେ ଅଟା, ପନୀର, ହଳଦି ପାଉଡର, କଞ୍ଚା ଲଙ୍କା, ଲୁଣ, ଧନିଆ ପତ୍ର ଏବଂ ଗରମ ମସଲା ପାଉଡର ପକାଇ ଭଲଭାବେ ମିକ୍ସ କରିଦିଅନ୍ତୁ।

ଏବେ ଆପଣ ପାଣି କିମ୍ବା ଦହି ଅଳ୍ପ ଅଳ୍ପ କରି ଢ଼ାଳି ଚକଟନ୍ତୁ। ସମସ୍ତ ସାମଗ୍ରୀକୁ ଖୁବ୍‌ ଭଲଭାବରେ ଚକଟି ଦିଅନ୍ତୁ।

ଏହି ଚକଟିଥିବା ଅଟାରେ ୧ ଚାମଚ ତେଲ ପକାନ୍ତୁ ଏବଂ ଏହାପରେ ଏହାକୁ ପୁଣିଥରେ ଚକଟନ୍ତୁ। ଯାହାଦ୍ୱାରା ଏହା ବହୁତ ନରମ ହୋଇଯିବ। ଏବେ ଚକଟି ରଖିଥିବା ଅଟାକୁ ରୋଟି କରିବା ଆକାରରେ ଗୋଲା କରନ୍ତୁ। ଏବେ ଏହାକୁ କପଡାରେ ଢ଼ାଙ୍କି ଦିଅନ୍ତୁ।

ଏବେ ଏହି ଗୋଲା କରି ରଖିଥିବା ଅଟା ଭିତରେ ପନୀରର ମିଶ୍ରଣ ଭର୍ତ୍ତୀ କରି ରୋଟି ବେଲିଲା ଭଳି ବଲି ଦିଅନ୍ତୁ।

ଏବେ ଏକ ତାଓ୍ଵାରେ ସାମାନ୍ୟ ତେଲ ପକାଇ ପନୀର ପରାଠାକୁ ପକାଇ ଦୁଇ ପାଖ ସେକି ଦିଅନ୍ତୁ। ଏହା ସୁନେଲୀ ରଙ୍ଗ ହୋଇଗଲା ପରେ

ପ୍ଲେଟକୁ କାଢ଼ି ଦିଅନ୍ତୁ। ଏହି ପରି ଭାବରେ ବାକି ଗୋଲାରେ ମଧ୍ୟ ପରାଠା ପ୍ରସ୍ତୁତ କରନ୍ତୁ। ଏବେ ଆପଣ ଏହି ପରାଠାକୁ ନିଜ ପସନ୍ଦର ଚଟଣୀ ସହିତ ଖାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.