Below header

ସରକାରୀ ଟେଲିକମ କମ୍ପାନୀ ଆଣିଲା “Work at home” ପ୍ଲାନ, ଏଣିକି ମାଗଣାରେ ମିଳିବ ଇଣ୍ଟରନେଟ ସୁବିଧା

ଦେଶରେ ବଢୁଥିବା କରୋନା ଭାଇରସ ସଂକ୍ରମଣ କାରଣରୁ ଦେଶର ପ୍ରମୁଖ କମ୍ପାନୀ ମାନେ ନିଜ କର୍ମଚାରୀ ମାନଙ୍କୁ ଘରୁ କାମ କରିବାର ସୁବିଧା ଯୋଗାଉଛି । ଏଭିତରେ ସରକାରୀ ଟେଲିକମ କମ୍ପାନୀ ବିଏସଏନଏଲ ବି ଗ୍ରାହକଙ୍କ ସୁବିଧା ପାଇଁ ପ୍ରମୋସନ ବ୍ରଡ଼ବ୍ୟାଣ୍ଡ ପ୍ଲାନର ଆରମ୍ଭ କରିଛି ।
ବିଏସଏନଏଲ ଏହି work at home ପ୍ଲାନ ଅନୁସାରେ କମ୍ପାନୀ ସମସ୍ତ ବ୍ରଡ଼ବ୍ୟାଣ୍ଡ ୟୁଜର୍ସଙ୍କୁ ୫ ଜିବି ଡାଟା ଫ୍ରିରେ ମିଳିପାରିବ । ଆଉ ସବୁଠୁ ଖାସ କଥା ହେଉଛି ଏହି ଡାଟାର ସ୍ପିଡ଼ ୧୦ ଏମବିପିଏସ ରହିବ । ବିଏସଏନଏଲର ଏହି ପ୍ଲାନର ସୁବିଧା ଲାଣ୍ଡ ଲାଇନ ୟୁଜର୍ସ ମାନଙ୍କୁ ବି ମିଳିପାରିବ । ଆଉ ସବୁଠୁ ଜରୁରୀ କଥା ହେଉଛି ଏହି ପ୍ଲାନର ସୁବିଧା ଆଣ୍ଡାମାନ ଓ ନିକୋବର ଅଂଚଳରେ ବି ଚାଲିବ ।

କହି ରଖିବା ଉଚିତକି ବିଏସଏନଏଲର ଅଧିକାଂଶ ପ୍ଲାନ ଏହି କେନ୍ଦ୍ର ଶାସିତ ଅଞ୍ଚଳରେ କାର୍ଯ୍ୟ କରିନଥାଏ । ବିଏସଏନଏଲ ଏହି ଅଫର ଅନୁଯାୟୀ ଗ୍ରାହକଙ୍କୁ ଏକ ଇ-ମେଲ ଆଇଡି ମିଳିବ । ଯାହା ସହ ୧ଜିବି ଷ୍ଟୋରେଜ ମାଗଣାରେ ଉପଲବ୍ଧ ହେବ । ପ୍ରତିଦିନ ୫ ଜିବି ଡାଟା ସୁବିଧା ଶେଷ ହେବା ପରେ ଗ୍ରାହକଙ୍କୁ ୧ ଏମବିପିଏସ ସ୍ପିଡ଼ର ଇଣ୍ଟରନେଟ ସୁବିଧା ମିଳିବା ଆରମ୍ଭ ହୋଇଯିବ । କିନ୍ତୁ କେବଳ ଲାଣ୍ଡଲାଇନ ବା ବ୍ରଡ଼ବ୍ୟାଣ୍ଡ ବ୍ୟବହାରକାରୀଙ୍କୁ ହିଁ ଏହି ସୁବିଧା ମିଳିବ । କମ୍ପାନୀର ଟୋଲ ଫ୍ରି ନମ୍ବର ସାହାଯ୍ୟରେ ଆପଣ ଏହି ନୂଆ ପ୍ଲାନ ବିଷୟରେ ଅଧିକ ତଥ୍ୟ ପାଇପାରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.