Below header

BSNLରେ ଅଫରର ବର୍ଷା, ଏହି ଶସ୍ତା ପ୍ଲାନ୍‌ରେ ଏବେ ପ୍ରତିଦିନ ମିଳିବ ୩ ଜିବି ଡାଟା

ଭାରତ ସଞ୍ଚାର ନିଗମ ଲିମିଟେଡ୍‌(BSNL) ପୁଣିଥରେ ପ୍ରାଇଭେଟ୍‌ କମ୍ପାନୀକୁ ମୁହଁତୋଡ଼ ଜବାବ ଦେଇ ନିଜ ପ୍ଲାନ୍‌କୁ ଅପ୍‌ଡେଟ୍‌ କରିଛି। ବିଏସ୍‌ଏନ୍‌ଏଲ୍‌ ଏବେ ନିଜ ସବୁଠାରୁ ଲୋକପ୍ରିୟ ପ୍ରି-ପେଡ୍‌ ପ୍ଲାନ୍‌କୁ ଅପଡେଟ୍‌ କରିଛି। ବିଏସ୍‌ଏନ୍‌ଏଲ୍‌ ୧୮୬ ଟଙ୍କିଆ ଓ ୧୮୭ ଟଙ୍କାର STV ଭାଉଚରକୁ ଅପଡେଟ୍‌ କରିଛି।

ଏହାସହ ପଢନ୍ତୁ: କାର କିଣିଲେ ମାଗଣାରେ ମିଳୁଛି ସ୍କୁଟର, ତୁରନ୍ତ କିଣନ୍ତୁ ଏହି କମ୍ପାନୀର କାର

ବିଏସ୍‌ଏନ୍‌ଏଲ୍‌ର ୧୮୬ ଟଙ୍କିଆ ପ୍ଲାନ୍‌ର ଫାଇଦା

ପୂର୍ବରୁ ବିଏସ୍‌ଏନ୍‌ଏଲ୍‌ର ୧୮୬ ଟଙ୍କିଆ ପ୍ଲାନ୍‌ରେ ୨ ଜିବି ଡାଟା ମିଳୁଥିଲା। କିନ୍ତୁ ବର୍ତ୍ତମାନ ଏହି ପ୍ଲାନ୍‌ରେ ୩ ଜିବି ଡାଟା ସହ ପ୍ରତିଦିନ ଯେକୌଣସି ନେଟ୍‌ଓ୍ଵାର୍କକୁ ୨୫୦ ମିନିଟ୍‌ର କଲିଂ ସୁବିଧା ମିଳିବ । ଏହି ପ୍ଲାନ୍‌ରେ ଗ୍ରାହକ ପ୍ରତିଦିନ ୧୦୦ ଏସ୍‌ଏମ୍‌ଏସ୍‌ ମଧ୍ୟ ମାଗଣାରେ ପାଇବେ। ତେବେ ଏହାର ବୈଧତା ୨୮ ଦିନ ପର୍ଯ୍ୟନ୍ତ ରହିବ ବୋଲି ଜଣାଯାଇଛି।

ବିଏସ୍‌ଏନ୍‌ଏଲ୍‌ର ୧୮୭ ଟଙ୍କିଆ ପ୍ଲାନ୍‌ର ଫାଇଦା

ଏହି ପ୍ଲାନ୍‌ରେ ପୂର୍ବରୁ ୨ ଜିବି ଡାଟା ମିଳୁଥିବା ବେଳେ ବର୍ତ୍ତମାନ ଏଥିରେ ପ୍ରତିଦିନ ୩ ଜିବି ଡାଟା ମିଳିବ। ଏହି ପ୍ଲାନ୍‌ର ସମୟସୀମା ୨୮ ଦିନ। ଏଥିରେ ପ୍ରତିଦିନ ୨୫୦ ମିନିଟ୍‌ କଲିଂର ସୁବିଧା ମିଳିବା ସହ ୧୦୦ ଏସ୍‌ଏମ୍‌ଏମ୍‌ ମାଗଣାରେ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.