Below header

ରୀତା ସାହୁ ହେଲେ ବିଜେପୁର ବିଜେଡି ପ୍ରାର୍ଥୀ, ମୋହର ମାରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ବରଗଡ(କେନ୍ୟୁଜ୍):  ରୀତା ସାହୁ ହେଲେ ବିଜେପୁର ବିଜେଡି ପ୍ରାର୍ଥୀ । ରୀତା ସାହୁଙ୍କ ନାଁରେ ମୋହର ମାରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆସନ୍ତା ୩୦ ତାରିଖରେ ସେ ନାମାଙ୍କନ ଦାଖଲ କରିବେ । ଦୁଇ ବର୍ଷରୁ କମ୍‌ ବ୍ୟବଧାନରେ ବିଜେପୁର ପାଇଁ ପ୍ରାର୍ଥୀ ହୋଇଛନ୍ତି ରୀତା ସାହୁ । ସ୍ୱାମୀ ସୁବଳ ସାହୁଙ୍କ ଦେହାନ୍ତ ପରେ ବିଜେଡିରୁ ୨୦୧୮ରେ ବିଜେପୁର ଉପନିର୍ବାଚନରେ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ । ୨୦୧୯ ନିର୍ବାଚନରେ ବିଜେପୁର ଆସନରୁ ବିଜୟୀ ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେପୁର ସହ ହିଞ୍ଜିଳିରୁ ବିଜୟୀ ହୋଇଥିବାରୁ ବିଜେପୁର ଆସନ ଛାଡିଥିଲେ । ଦୁଇ ବର୍ଷ ମଧ୍ୟରେ ବିଜେପୁର ଆସନ ପାଇଁ ତୃତୀୟ ଥର ନିର୍ବାଚନ ହେବାକୁ ଯାଉଛି । ଆସନ୍ତା ଅକ୍ଟୋବର ୨୧ ତାରିଖରେ ବିଜେପୁର ଉପନିର୍ବାଚନ ହେବ । ୨୪ ତାରିଖରେ ଗଣତି କରାଯିବ । ସେପ୍ଟେମ୍ବର ୩୦ରେ ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ରହିଛି । ପୂର୍ବରୁ କଂଗ୍ରେସ ପକ୍ଷରୁ ବିଜେପୁର ପାଇଁ ପ୍ରାର୍ଥୀ ହୋଇଛନ୍ତି ଦିଲ୍ଲୀପ ପଣ୍ଡା। ସେପଟେ ଆସନ୍ତାକାଲି ବିଜେପି ପ୍ରାର୍ଥୀ ଘୋଷଣା କରିବ ବୋଲି କହିଛି ଦଳ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.