ସାତକୋଶିଆ ଅଭୟାରଣ୍ୟରେ ପୁଣି ବାଘ ଆକ୍ରମଣରେ ଜଣେ ଗୁରୁତର
![tiger attack](https://knewsodisha.com/wp-content/uploads/2019/09/tiger-attack.jpg)
ଅନୁଗୁଳ(କେନ୍ୟୁଜ୍): ସାତକୋଶିଆ ଅଭୟାରଣ୍ୟରେ ପୁଣି ବାଘ ଆତଙ୍କ । ବାଘ ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ହେଲେ ଅନ୍ତୁଳିଆ ଅଞ୍ଚଳ ଦଳବେହେରା ସାହିର ଚିତ୍ତରଞ୍ଜନ ଦଳ ବେହେରା । ଆଜି ସକାଳେ ଜଙ୍ଗଲ ନିକଟସ୍ଥ ଗାଁ ମୁଣ୍ଡକୁ ଶୌଚ ହେବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଥିଲା। ବାଘ ଆକ୍ରମଣ ଫଳରେ ଚିତ୍ତରଞ୍ଜନଙ୍କର ମୁଣ୍ଡ, ଛାତି ଓ ବାମ ହାତରେ ଗଭୀର ଆଘାତ ଲାଗିଛି । ତାଙ୍କ ଚିତ୍କାର ଶୁଣି ଗାଁ ଲୋକ ଘଟଣାସ୍ଥଳରେ ପହଁଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ଚିତ୍ତରଞ୍ଜନଙ୍କୁ ଉଦ୍ଧାର କରାଯାଇଥିବା ସ୍ଥାନରେ ବାଘର ପାଦ ଚିହ୍ନ ଦେଖିବାକୁ ମିଳିଛି । ଏହା ଏକ କଲରାପତରିଆ ବାଘ ବୋଲି ସନ୍ଦେହ କରାଯାଉଛି ।