କାଳିଆର ସ୍ୱାସ୍ଥ୍ୟ ଅବସ୍ଥା ସଂକଟାପନ୍ନ, ଦିଲ୍ଲୀ ଏମ୍ସରୁ ୨ ଜଣ ବିଶେଷଜ୍ଞ ଡାକ୍ତର ପଠାଇବାକୁ SCB କର୍ତ୍ତୃପକ୍ଷଙ୍କ ଚିଠି
କେନ୍ୟୁଜ୍(ବ୍ୟୁରୋ): କାଳିଆର ସ୍ୱାସ୍ଥ୍ୟ ଅବସ୍ଥା ସଂକଟାପନ୍ନ । ଏସ୍ସିବି ମେଡିକାଲରେ ଚାଲିଛି କାଳିଆର ଚିକିତ୍ସା । ଭେଣ୍ଟିଲେଟରରେ ରହିଛି କାଳିଆ । ଦିଲ୍ଲୀ ଏମ୍ସରୁ ୨ ଜଣ ବିଶେଷଜ୍ଞ ଡାକ୍ତର ପଠାଇବାକୁ ଚିଠି ଲେଖି ଜଣାଇଛନ୍ତି SCB କର୍ତ୍ତୃପକ୍ଷ । ଡକ୍ଟର ଦୀପକ ଗୁପ୍ତା ଓ ଡକ୍ଟର ରାକେଶ ଲୋଧାଙ୍କୁ ଏସ୍ସିବିକୁ ପଠାଇବାକୁ ଚିଠି ଲେଖାଯାଇଥିବା କହିଛନ୍ତି ଏସସିବି ମେଡିକାଲର ଜରୁରୀ କାଳୀନ ଅଧିକାରୀ ଡକ୍ଟର ଭୁବନାନନ୍ଦ ମହାରଣା । କାଳିଆର ସ୍ୱାସ୍ଥ୍ୟ ଉପରେ କିଛି ପରୀକ୍ଷା କରାଯିବ । ଆଜି ଏମ୍ସ ଡାକ୍ତର ଟିମ୍ ସହ ଭିଡିଓ କନଫୋରେନ୍ସରେ କଥା ହୋଇଛନ୍ତି ଏସସବି ଡାକ୍ତରୀ ଟିମ୍ ।