Below header

ଯାଜପୁର : ସାପ କାମୁଡ଼ାରେ ଜଣେ ମୃତ

ଯାଜପୁର ଟାଉନ: ଯାଜପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟ ନିକଟ କୋଟବସନ୍ତପୁର ଗ୍ରାମରେ ସାପ କାମୁଡାରେ ଜଣଙ୍କର ମୃତ୍ୟୁ ହେଇଛି । ସୁଚନା ଅନୁଯାୟୀ ବ୍ୟକ୍ତି ଜଣକ ଆଜି ସକାଳ ୭ ଘଟିକା ସମୟରେ ମହାଳୟା ପୂଜା ନିମିତ୍ତ କଦଳୀପତ୍ର କାଟିବା ପାଇଁ ପାଳକୁ ଯାଇଥିଲେ । କଦଳୀପତ୍ର କାଟୁଥିବା ଅବସ୍ଥାରେ ଏକ ବିଷଧର ସର୍ପ ତାଙ୍କ ମୁହଁକୁ ଆଘାତ କରିଥିଲା । ସଙ୍ଗେ ସଙ୍ଗେ ସେ ଘରକୁ ଫେରି ଆସିଥିଲେ । ଘରେ ପହଞ୍ଚିବା ପରେ ତାଙ୍କର ଚେତା ଶୁନ୍ୟ ହେଇ ଯାଇଥିଲା । ଘର ଲୋକେ ଦେଖି ସଙ୍ଗେ ସଙ୍ଗେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ସେଠାରେ ଡାକ୍ତରଙ୍କ ପ୍ରାଥମିକ ପରିକ୍ଷା ପରେ ତାଙ୍କୁ ମୃତ ଘୋଷଣା କରାଯାଇଛି । ତାଙ୍କର ଘର କୋଟବସନ୍ତପୁର ଠାରେ ହୋଇଥିବା ବେଳେ ନାମ ଗଣେଶ ଚନ୍ଦ୍ର ସାହୁ ବେଲି ଜଣାପଡିଛି । ମୃତକ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କୁ ସରକାରୀ ସାହାଯ୍ୟ ଯୋଗାଇ ଦେବା ଲାଗି ସରକାରଙ୍କୁ ସ୍ଥାନୀୟ ଲୋକେ ଅନୁରୋଧ ଜଣାଇଛନ୍ତି । ଖବର ପାଇ ଯାଜପୁର ଥାନା ପୋଲିସ ଯାଜପୁର ମୋଡ଼ିକାଲରେ ପହଞ୍ଚି ଶବକୁ ବ୍ୟବଛେଦ ପାଇଁ ପଠାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.