ଭାରତରେ ଲଞ୍ଚ ହେଲା LG Q60 , ଜାଣନ୍ତୁ କଣ ରହିଛି ଏହାର ବିଶେଷତ୍ୱ

ଇଲେକ୍ଟ୍ରୋନିକ କମ୍ପାନୀ LG ଭାରତରେ LG Q60 ସ୍ମାର୍ଟଫୋନର ବଜାର ପ୍ରବେଶ କରାଇଛି। ଏହି ଫୋନର ବିଶେଷତ୍ୱ ହେଉଛି ଏହାର 3ଟି ରିଅର କ୍ୟାମେରା। ଏହି ଫୋନରେ 6.26 ଇଞ୍ଚର HD+ ଫୁଲ ଭିଜନ ଡିସପ୍ଲେ ରହିଛି। ଡିସପ୍ଲେରେ ୱାଟରଡ୍ରପ ନଚ ରହିଛି। LG Q60ରେ 2.0GHz ର ପ୍ରୋସେସର ରହିଛି ଯାହାର ନାଁ ସମ୍ପର୍କରେ କମ୍ପାନୀ ତରଫରୁ କୌଣସି ସୂଚନା ଦିଆଯାଇନାହିଁ।

ଏହାସହ ପଢନ୍ତୁ: ଭାରତରେ ଲଞ୍ଚ ହେଲା Samsung Galaxy A70s ସ୍ମାର୍ଟଫୋନ୍‌, 64MP କ୍ୟାମେରା ସହିତ ମିଳିବ ସ୍ନାପଡ୍ରାଗନ୍‌ ପ୍ରୋସେସର

LG Q60 ରେ 3 GB RAM ସହ 64 GB ର ଷ୍ଟୋରେଜ ମିଳିବ ଯାହାକୁ ମେମୋରୀ କାର୍ଡ ସାହାଯ୍ୟରେ 2 ଟିବି ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ। ଏହି ଫୋନରେ ଟ୍ରିପଲ ରିଅର କ୍ୟାମେରା ସେଟଅପ ରହିଛି ଏହାର ଗୋଟିଏ କ୍ୟାମେରା 16 MP ର ରହିଥିବା ବେଳେ ଅନ୍ୟ ଦୁଇଟି 5 ଓ 2 MPର ରହିଛି। ଏହାର ଫ୍ରଣ୍ଟ କ୍ୟାମେରା 13 MPର ଦିଆଯାଇଛି। ଉଭୟ କ୍ୟାମେରା ସହ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଅର୍ଥାତ AI ସପୋର୍ଟ ରହିଛି।

ଏହି ଫୋନରେ 172 ଗ୍ରାମ ଓଜନ ବିଶିଷ୍ଟ 3500mAh ର ବ୍ୟାଟେରୀ ଦିଆଯାଇଛି। ଫୋନର ରିଅର ପ୍ୟାନେଲରେ ଫିଙ୍ଗରପ୍ରିଣ୍ଟ ସେନ୍ସର ରହିଛି। ଏଥିସହ ଫୋନରେ ଡୁଆଲ ଆପ ଫିଚର ମଧ୍ୟ ରହିଛି। ଫୋନରେ ଗୁଗଲ ଆସିଷ୍ଟାଣ୍ଟ ପାଇଁ ଅଲଗା ବଟନ ଦିଆଯାଇଛି। ଫୋନରେ ବ୍ଲୁଟୁଥ, wifi, LTE ଏବଂ 3.5MMର ହେଡଫୋନ ଜ୍ୟାକ ମଧ୍ୟ ରହିଛି। ଏହି ଫୋନରେ ଗ୍ରାହକ DTS: X 3D ସରାଉଣ୍ଡ ସାଉଣ୍ଡ ର ଅତ୍ୟାଧୁନିକ ସୁବିଧା ମଧ୍ୟ ପାଇପାରିବେ। ଫୋନର ଦାମ 13,490 ଟଙ୍କା ଥିବାବେଳେ ଅକ୍ଟୋବର ପହିଲାରୁ ଏହାର ବିକ୍ରି ଉଭୟ ଅନଲାଇନ ଓ ଅଫଲାଇନରେ ହେବ।