Below header

‘ଆପଣ ଡାଏଲ୍ କରୁଥିବା ନମ୍ବରଟି ଉପଲବ୍ଧ ନାହିଁ’ . . . . ଖୁବ୍ ଶୀଘ୍ର ବନ୍ଦ ହୋଇଯିବ BSNL !

ଟେଲିକମ୍ ମାର୍କେଟରେ ଭୂକମ୍ପ ସୃଷ୍ଟି କରିଛି ଜିଓ । ଜିଓର ଏଣ୍ଟ୍ରି ପରେ ଅନେକ ଟେଲିକମ୍ କମ୍ପାନୀ ବନ୍ଦ ହେବା ଉପରେ । ଆଉ ଏଥିରୁ ବାଦ୍ ପଡିନି BSNL (ଭାରତ ସଂଚାର ନିଗମ ଲିମିଟେଡ୍) । ଶୁଣିବାକୁ କ୍ଷତିରେ ଚାଲୁଥିବା ଯୋଗୁଁ ଖୁବ୍ ଶୀଘ୍ର ଏହାକୁ ସରକାର ବନ୍ଦ କରିଦେଇପାରନ୍ତି । ଗତ ତିନି ବର୍ଷ ଧରି ବିଏସଏନଏଲ କ୍ଷତିରେ ଚାଲିଛି। ବର୍ଷକୁ ବର୍ଷ କଂପାନିର କ୍ଷତି ବଢ଼ିଚାଲିଥିବା ବେଳେ ଆୟ କମିବାରେ ଲାଗିଛି। ଯାହା ସରକାରଙ୍କ ପାଇଁ ପାଲଟିଛି ମୁଣ୍ଡବିନ୍ଧାର କାରଣ ।

ରିପୋର୍ଟ ମୂତାବକ, କ୍ଷତିରେ ଚାଲୁଥିବା BSNL କୁ ସରକାର ଏନେଇ ଜବାବ୍ ମାଗିଛନ୍ତି । ଏପରିକି ସରକାର କହିଦେଇଛନ୍ତି ନିଜ ସେବା ବନ୍ଦ କରିଦିଅ ନଚେତ୍ ଦ୍ବିତୀୟ କୌଣସି ବିକଳ୍ପ ବାହାର କର ।

ଏହା ସହ ପଢନ୍ତୁ

ଯଦି Vodafone ର ଇନକମିଙ୍ଗ ସେବା ବନ୍ଦ ହୋଇଯାଇଛି, ତେବେ ଜାଣନ୍ତୁ ଏହି ୫ଟି ପ୍ଲାନ୍ ବିଷୟରେ

କଂପାନୀର ଭାଗ୍ୟକୁ ନେଇ କେନ୍ଦ୍ର ଦୂରସଂଚାର ସଚିବ ଅରୁଣା ସୁନ୍ଦରରାଜନ ଏବଂ BSNL ର କିଛି ବଡ଼ ଅଧିକାରୀଙ୍କ ମଧ୍ୟରେ କିଛି ଦିନ ତଳେ ଏକ ବୈଠକରେ ହୋଇଥିଲା। ୨୦୧୬ – ୧୭ ବର୍ଷରେ ଲାଣ୍ଡଲାଇନ୍ , ବ୍ରଡବ୍ୟାଣ୍ଡ ଏବଂ ବ୍ୟଣ୍ଡୱିଥ୍ ଭଳି ବ୍ୟବସାୟରେ ୪୭୯୩ କୋଟି ଟଙ୍କାର କ୍ଷତି ସହିଛି କମ୍ପାନୀ ।

ଜିଓ ଆସିବା ପରେ ଟେଲିକମ୍ ମାର୍କେଟରେ ପ୍ରତିଯୋଗିତା ବଢିଯାଇଛି । ୨୦୦୦ରେ ସ୍ଥାପନ ହୋଇଥିବା ବିଏସ୍ଏନ୍ଏଲ୍ ମୋବାଇଲ୍ ସେବା କ୍ଷେତ୍ରରେ ଏହା ଜିଓ, ଏୟାରଟେଲ ଓ ଭୋଡାଫୋନ ସହିତ ଆଉ ପ୍ରତିଦ୍ବନ୍ଦ୍ବିତା କରିପାରୁନାହିଁ । ଏହା ସହ କମ୍ପାନୀରେ ଅଧିକ ବୟସ୍କ କର୍ମଚାରୀ କାମ କରୁଥିବାରୁ ମଧ୍ୟ କ୍ଷତି ସହିବାକୁ ପଡୁଛି । କାରଣ ସେମାନଙ୍କ ଦରମା ଖୁବ୍ ଅଧିକ । ତେଣୁ ଏହି ସବୁ କାରଣକୁ ଆଖି ଆଗରେ ରଖି ଖୁବ୍ ଶୀଘ୍ର ବନ୍ଦ ହୋଇଯାଇପାରେ BSNL ।

ଏହା ସହ ପଢନ୍ତୁ

Twitterରେ ଭିକ ମାଗି ମାସକୁ ୫ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଏହି ୨୫ ବର୍ଷର ଯୁବକ, ଚଳଣି ଦେଖି ମୁଣ୍ଡରେ ଦେବେ ହାତ !

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.