ନିଚ୍ଛକ ପ୍ରେମ କାହାଣୀର ଗାଥା ବହନ କରିଛି ସୁବର୍ଣ୍ଣପୁରର ଶଶୀଶେଣା ମନ୍ଦିର

ସୁବର୍ଣ୍ଣପୁର(କେନ୍ୟୁଜ୍) : ଆଜି ଭାଲେଣ୍ଟାଇନ୍ସ ଡେ । ଏହି ଦିନକୁ ବିଭିନ୍ନ ଲୋକ ଭିନ୍ନ ଭିନ୍ନ ପ୍ରକାରରେ ପାଳନ କରିଥାନ୍ତି। ପ୍ରେମକୁ ଜୀବନ୍ତ କରିବା ପାଇଁ କିଏ ମନ୍ଦିର ତୋଳିଛି ତ ଆଉ କିଏ ଉପହାର ଦେଉଛି । ତେବେ ଆଜିର ଏଇ ଭାଲେଣ୍ଟାଇନ ଡେ’ରେ ଜାଣିବା ନିଚ୍ଛକ ପ୍ରେମ କାହାଣୀର ଗାଥା ବହନ କରୁଥିବା ସୁବର୍ଣ୍ଣପୁରର ଶଶୀଶେଣା ମନ୍ଦିର ସମ୍ପର୍କରେ ।

templeମନ୍ଦିରର କୋଣ ଅନୁକୋଣରେ ପ୍ରେମର ସ୍ମୃତି। କାନ୍ଥ କାନ୍ଥରେ ଦେଖିବାକୁ ମିଳିଛି ଏହାର ଝଲକ୍‌। ରାଜକୁମାରୀ ମାନଙ୍କ ତ୍ରିକୋଣୀୟ ପ୍ରେମ କାହାଣୀର ସ୍ମୃତି ବହନ କରୁଛି ଏହି ମନ୍ଦିର । ମନ୍ଦିର ମାଳିନୀ ସୁବର୍ଣ୍ଣପୁର । ସହରରେ ଛୋଟବଡ ହୋଇ ୧୦୮ଟି ମନ୍ଦିର ରହିଛି । ଏସବୁ ମଧ୍ୟରେ ଶଶୀଶେଣା ମନ୍ଦିରର ରହିଛି ଏକ ଭିନ୍ନ କାହାଣୀ । ମନ୍ଦିରଟି ଯେତିକି ପୁରୁଣା, ତାର ଇତିହାସ ମଧ୍ୟ ସେତିକି ପ୍ରାଚୀନ । ସୋନପୁରର ରାଜକୁମାରୀ ମାନଙ୍କ ତ୍ରିକୋଣୀୟ ପ୍ରେମ କାହାଣୀର ସ୍ମୃତି ବହନ କରୁଛି ଏହି ମନ୍ଦିର । ସେପଟେ ଏହି ମନ୍ଦିର ସାରା ଦେଶରେ ବିରଳ ବୋଲି କହିଛନ୍ତି ସଂସ୍କୃତି ଗବେଷକ ।

ଏହି ମନ୍ଦିରକୁ ନେଇ ପୂର୍ବରୁ ସିନେମା ତିଆରି କରାଯାଇଛି । ଦିନରେ ମେଣ୍ଢା ଓ ରାତିରେ ଭେଣ୍ଡା ଚରିତ୍ର କଥା ଆଜି ବି ମନ୍ଦିର କାନ୍ଥରେ ଦେଖିବାକୁ ମିଳେ । ଅନ୍ୟପଟେ ମନ୍ଦିରର ସୁରକ୍ଷା ସମସ୍ତଙ୍କ ଦାୟିତ୍ୱ ବୋଲି କହିଛନ୍ତି ସଂସ୍କୃତି ଅଧିକାରୀ ଅଶୋକ ମିଶ୍ର ।

 

ସୁବର୍ଣ୍ଣପୁରରୁ ଶେଷଦେବ ବାରିକଙ୍କ ରିପୋର୍ଟ କେ ନ୍ୟୁଜ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.