ବଜେଟ ୨୦୨୩: ମହଙ୍ଗା ହେଲା ସୁନା, ରୁପା, ପ୍ଲାଟିନମ ଏବଂ ସିଗାରେଟ୍‌

ସଂସଦରେ ଆଜି ଉପସ୍ଥାପିତ ହୋଇଛି ବଜେଟ ୨୦୨୩-୨୪ । ବଜେଟ ଉପସ୍ଥାପନ ସହ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କିଛି ଜିନିଷ ଉପରୁ ଟିକସ ହ୍ରାସ କରିଥିବା ବେଳେ ଆଉ କେତେକ ସାମଗ୍ରୀ ମହଙ୍ଗା କରିଛନ୍ତି ।

କ’ଣ ହେଲା ମହଙ୍ଗା : 

ଚଳିତ ବଜେଟ୍‌ରେ କିଛି ଜିନିଷ ଉପରେ ମଧ୍ୟ ଟିକସ ବୃଦ୍ଧି କରାଯାଇଛି।

ସିଗାରେଟ ଉପରେ ଟିକସ ବୃଦ୍ଧି ହୋଇଛି।

ସୁନା, ରୁପା, ପ୍ଲାଟିନମ ଗହଣା ଉପରେ ଟିକସ ବୃଦ୍ଧି, ଫଳରେ ଏହା ଆହୁରି ମହଙ୍ଗା ହେବ।