ନବ ଦାସଙ୍କ ହତ୍ୟା ଘଟଣା: ପିଏସ୍ଓ ସସ୍‌ପେଣ୍ଡ, ଆଇଆଇସି ହେଲେ ବଦଳି

ଝାରସୁଗୁଡା (କେନ୍ୟୁଜ): ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା ଘଟଣାକୁ ନେଇ ତଦନ୍ତ ଜାରି ରହିଛି। ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ। ତଦନ୍ତ ଜାରି ରହିଥିବାବେଳେ ନବ ଦାସଙ୍କ ପିଏସ୍ଓ ମିତ୍ରଭାନୁ ଦେଓ ସସ୍‌ପେଣ୍ଡ ହୋଇଥିବା ଖବରରୁ ଜଣା ପଡିଛି। ସେହିପରି ବ୍ରଜରାଜନଗର ଆଇଆଇସି ପ୍ରଦ୍ୟୁମ୍ନ କୁମାର ସ୍ୱାଇଁଙ୍କୁ ସମ୍ବଲପୁର ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି।

ପୂର୍ବରୁ ଝାରସୁଗୁଡ଼ା ଏସ୍‌ପି ଏବଂ ଏସ୍‌ଡିପିଓଙ୍କୁ ବଦଳି କରାଯାଇଥିଲା। ଝାରସୁଗୁଡ଼ା ଏସ୍‌ପି ରାହୁଲ ଜୈନଙ୍କ ବଦଳି କରାଯାଇ ଥିବାବେଳେ ବ୍ରଜରାଜନଗର ଏସ୍‌ଡିପିଓ ଗୁପ୍ତେଶ୍ୱର ଭୋଇଙ୍କୁ ମଧ୍ୟ ବଦଳି କରାଯାଇଛି। ସମ୍ବଲପୁରରୁ ଝାରସୁଗୁଡ଼ାକୁ ଆସିଲେ ଧବଳେଶ୍ୱର ସାହୁ। ବର୍ତ୍ତମାନ ନବ ଦାସଙ୍କ ପିଏସ୍ଓଙ୍କୁ ନିଲମ୍ବିତ କରାଯାଇଛି।