ବଜେଟ ୨୦୨୩: ଶସ୍ତା ହେବ ମୋବାଇଲ ଓ କ୍ୟାମେରା, ଟିଭି, ସାଇକେଲ ଏବଂ ଇଲେକ୍ଟ୍ରିକ୍‌ ବାଇକ୍‌ ଦାମ୍‌

ବଜେଟ ୨୦୨୩ରେ ଶସ୍ତା ହେଲା ଅଟୋମୋବାଇଲ ସାମଗ୍ରୀ । ମୋବାଇଲ, ଟିଭି, ସାଇକେଲ ଏବଂ ଇଲେକ୍ଟ୍ରି ଗାଡି ଉପରୁ କଷ୍ଟମ ଡ୍ୟୁଟି ହ୍ରାସ କରାଯିବ । ଲିଥିୟମ ଆୟନ ଆମଦାନୀ ଉପରେ ସୀମା ଶୁକ୍ଲ କମିଲା । କିଚେନ ଚିମିନି ଉପରେ ୧୫ ପ୍ରତିଶତ ଟିକସ ହ୍ରାସ ପାଇଛି । ଆଶୋଧିତ ଗ୍ଳିସେରିନ୍ ଉପରେ ୨.୫%କୁ ଟିକସ ହ୍ରାସ ।

କ’ଣ ହେଲା ଶସ୍ତା : 

ମୋବାଇଲ ଶିଳ୍ପରେ ବ୍ୟବହୃତ କ୍ୟାମେରା ଲେନ୍ସ, ବ୍ୟାଟେରୀ କଷ୍ଟମ ଡ୍ୟୁଟି ହ୍ରାସ

ମୋବାଇଲ ଉପକରଣ

ଷ୍ଟିଲ, ନିକେଲ କଞ୍ଚାମାଲ ଉପରୁ ଡ୍ୟୁଟି ହ୍ରାସ

ସ୍ୱଦେଶୀ ମୋବାଇଲ

ଟିଭି

ଇଲେକ୍ଟ୍ରି ଯାନ

କ୍ୟାମେରା ଲେନ୍ସ

ଖେଳଣା

ସାଇକେଲ

ବିଦେଶରୁ ଆସୁଥିବା ରୁପା

ହିଟ୍‌ କଏଲରୁ କଷ୍ଟମ ଡ୍ୟୁଟି ହ୍ରାସ