ଟିକସଦାତାଙ୍କୁ ବଡ଼ ଆଶ୍ୱସ୍ତି: ୭ ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ ଟିକସ ଛାଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ

ଟିକସଦାତାଙ୍କ ପାଇଁ ବଡ଼ ଆଶ୍ୱସ୍ତିକର ଘୋଷଣା। ନୂତନ ଆୟକର ବ୍ୟବସ୍ଥାକୁ ଆକର୍ଷକ କରିବା ପାଇଁ ଆୟକର ସ୍ଲାବରେ ବଡ଼ ପରିବର୍ତ୍ତନ କରାଯାଇଛି। ଏବେ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କୌଣସି ଟିକସ ଦେବାକୁ ପଡିବ ନାହିଁ, ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ୫ ଲକ୍ଷ ଟଙ୍କା ଥିଲା। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନୂତନ କର ବ୍ୟବସ୍ଥା ଅଧୀନରେ ଟିକସଦାତାଙ୍କୁ ବଡ଼ ଆରାମ ପ୍ରଦାନ କରିଛନ୍ତି। ନୂତନ ଆୟକର ବ୍ୟବସ୍ଥା ଅଧୀନରେ ଟିକସ ଛାଡ ସୀମାକୁ ୨.୫୦ ଲକ୍ଷ ଟଙ୍କାରୁ ବଢ଼ାଇ ୭ ଲକ୍ଷ ଟଙ୍କା କରି ଦିଆଯାଇଛି।

କେନ୍ଦ୍ର ସରକାର ବଜେଟରେ ନୂଆ ଆୟକର ସ୍ଲାବ ପ୍ଲାନ ମଧ୍ୟ ଘୋଷଣା କରିଛନ୍ତି। ସରକାରଙ୍କ ଘୋଷଣା ଅନୁଯାୟୀ, ୭ ଲକ୍ଷ ଟଙ୍କା ଯାଏ ବ୍ୟକ୍ତିଗତ ଆୟରେ କୌଣସି ପ୍ରକାରର ଟିକସ ଲାଗିବ ନାହିଁ। ତେବେ ୩ ଲକ୍ଷରୁ ୬ ଲକ୍ଷ ଟଙ୍କା ଯାଏ ଆୟ କରୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ୫% ଯାଏ ଟିକସ ଲାଗୁ ହୋଇପାରେ। ଯଦି ସେମାନେ ରିହାତି ସ୍କିମ ଯଥା ଗୃହ ଋଣ, ଏଲଆଇସି କିମ୍ବା ଆୟକର ରିଟର୍ଣ୍ଣର ୧୮୮ ସିସି ନିୟମ ଅଧୀନରେ ନ ଥିବେ, ତା’ହେଲେ ସେମାନଙ୍କୁ ୫% ଟିକସ ଦେବାକୁ ପଡ଼ିବ। ବାକି ଅନ୍ୟମାନଙ୍କୁ ୭ ଲକ୍ଷ ଟଙ୍କା ଯାଏ କୌଣସି ପ୍ରକାରର ଟିକସ ଦେବାକୁ ପଡ଼ିବ ନାହିଁ।

୫ରୁ ୭.୫୦ ଲକ୍ଷ ଟଙ୍କା ଆୟ ଉପରେ ୧୦ ପ୍ରତିଶତ, ୭.୫୦ରୁ ୧୦ ଲକ୍ଷ ମଧ୍ୟରେ ଆୟ ଉପରେ ୧୫ ପ୍ରତିଶତ, ୧୦ରୁ ୧୨.୫୦ ଲକ୍ଷ ମଧ୍ୟରେ ଆୟ ଉପରେ ୨୦ ପ୍ରତିଶତ, ୧୨.୫ରୁ ୧୫ ଲକ୍ଷ ମଧ୍ୟରେ ଆୟ ଉପରେ ୨୫ ପ୍ରତିଶତ ଏବଂ ୧୫ ଲକ୍ଷରୁ ଅଧିକ ଟଙ୍କା ଆୟ ଉପରେ ୩୦% ଟିକସ ଦେବାକୁ ପଡ଼ିବ।

-ଆୟକର ସ୍ଲାବ ସୀମା ବୃଦ୍ଧି ଘୋଷଣା କଲେ ଅର୍ଥମନ୍ତ୍ରୀ

-ଆୟକର ସ୍ଲାବ ସୀମା ୫ ଲକ୍ଷରୁ ୭ ଲକ୍ଷକୁ ବୃଦ୍ଧି

-ନୂଆ ଆୟକର ସ୍ଲାବ ପ୍ଲାନ ମଧ୍ୟ ଘୋଷଣା କଲେ ଅର୍ଥମନ୍ତ୍ରୀ

-୩ ଲକ୍ଷ ପର୍ଯ୍ୟନ୍ତ ବାର୍ଷିକ ଆୟ ପାଇଁ ଆୟକର ଶୂନ

-୩ରୁ ୬ ଲକ୍ଷ ଆୟ ପାଇଁ ଆୟକର ୫%

-୬ରୁ ୯ ଲକ୍ଷ ଆୟ ପାଇଁ ଆୟକର ୧୦%

-୯ରୁ ୧୨ ଲକ୍ଷ ପାଇଁ ଆୟକର ୧୫%

-୧୨ରୁ ୧୫ ଲକ୍ଷ ଆୟ ପାଇଁ ଆୟକର ୨୦%

-୧୫ ଲକ୍ଷରୁ ଅଧିକ ଆୟ ପାଇଁ ଆୟକର ୩୦%