ବଜେଟ୍‌ ୨୦୨୩-୨୪ : ବଢିବ ନିଯୁକ୍ତି ସୁଯୋଗ ଘୋଷଣା କଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ : ଉପସ୍ଥାପନ ହେଲା ସାଧାରଣ ବଜେଟ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରୁଛନ୍ତି । ବଜେଟ୍‌ ଉଦ୍‌ବୋଧନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଅମୃତ କାଳର ଏହା ପ୍ରଥମ ବଜେଟ । ଏହି ବଜେଟରେ ବଢିବ ନିଯୁକ୍ତି ସୁଯୋଗ ।

-ଟେକ୍ନୋଲୋଜି ଉପରେ ଦିଆଯିବ ଅଧିକ ଗୁରୁତ୍ୱ
-ଏମଏସଏମଇ କ୍ରେଡିଟ୍‌ ପାଇଁ ୯,୦୦୦ କୋଟି ନିବେଶ ହେବ
-ବରିଷ୍ଠ ନାଗରିକଙ୍କ ପାଇଁ ସର୍ବାଧିକ ଜମା ସୀମା ୩୦ ଲକ୍ଷକୁ ବୃଦ୍ଧି
-୨୦୨୩ରେ ବିତ୍ତୀୟ ନିଅଣ୍ଟ ୬.୪ ପ୍ରତିଶତ ହେବ
-୨୦୨୪ରେ ବିତ୍ତୀୟ ନିଅଣ୍ଟ ଜିଡିପିର ୫.୯ ପ୍ରତିଶତ ହେବ
-ମହିଳାଙ୍କୁ ସମୃଦ୍ଧ କରିବାକୁ ଆରମ୍ଭ ହେବ ମହିଳା ସମ୍ମାନ ବଚତ ପତ୍ର
-ସ୍ବଳ୍ପ ସଞ୍ଚୟ ଜରିଆରେ ୨ ବର୍ଷ ପାଇଁ ସ୍ଥାୟୀ ଜମା ବ୍ୟବସ୍ଥା
-୨ ବର୍ଷ ପାଇଁ ଝିଅ, ମହିଳାଙ୍କ ନାଁରେ ସ୍ଥାୟୀ ଜମା ରଖାଯାଇପାରିବ
-ମଝିରୁ ଉଠାଣ ବ୍ୟବସ୍ଥା ରହିବ, ସୁଧ ହାର ୭.୫%
-ବିତ୍ତୀୟ ନିଅଣ୍ଟ ମୋଟ ଜିଡିପିର ୫.୯% ରହିବା ଆକଳନ
-୨୦୨୫ ସୁଦ୍ଧା ବିତ୍ତୀୟ ନିଅଣ୍ଟ ୪.୯%କୁ ଆଣିବା ଆକଳନ

-ନୂଆ ଆୟକର ସ୍ଲାବ ପ୍ଲାନ ମଧ୍ୟ ଘୋଷଣା କଲେ ଅର୍ଥମନ୍ତ୍ରୀ
– ଆୟକର ସ୍ଲାବ ସୀମା ୫ ଲକ୍ଷରୁ ୭ ଲକ୍ଷକୁ ବୃଦ୍ଧି
-୩ ଲକ୍ଷ ପର୍ଯ୍ୟନ୍ତ ବାର୍ଷିକ ଆୟ ପାଇଁ ଆୟକର ଶୂନ
-୩ରୁ ୬ ଲକ୍ଷ ଆୟ ପାଇଁ ଆୟକର ୫%
-୬ରୁ ୯ ଲକ୍ଷ ଆୟ ପାଇଁ ଆୟକର ୧୦%
-୯ରୁ ୧୨ ଲକ୍ଷ ପାଇଁ ଆୟକର ୧୫%
-୧୨ରୁ ୧୫ ଲକ୍ଷ ଆୟ ପାଇଁ ଆୟକର ୨୦%
-୧୫ ଲକ୍ଷରୁ ଅଧିକ ଆୟ ପାଇଁ ଆୟକର ୩୦%
-ମୋବାଇଲ ଶିଳ୍ପରେ ବ୍ୟବହୃତ କ୍ୟାମେରା ଲେନ୍ସ, ବ୍ୟାଟେରୀ କଷ୍ଟମ ଡ୍ୟୁଟି ହ୍ରାସ
-ମୋବାଇଲ ଉପକରଣ ଏବଂ ପୋଷାକରୁ ଟିକସ ହ୍ରାସ, ଶସ୍ତା ହେବ
-ମେରାଇନ୍ ପ୍ରଡ ଉପରୁ ଡ୍ୟୁଟି ହ୍ରାସ ନେଇ ବଜେଟରେ ଘୋଷଣା
-ଷ୍ଟିଲ, ନିକେଲ କଞ୍ଚାମାଲ ଉପରୁ ଡ୍ୟୁଟି ହ୍ରାସ ଜାରି ରହିବ
-ଆୟକର ସ୍ଲାବ ସୀମା ବୃଦ୍ଧି ଘୋଷଣା କଲେ ଅର୍ଥ ମନ୍ତ୍ରୀ
-ଟିଭି ଉପକରଣ ଉପରେ ୨.୫ ପ୍ରତିଶତ ଟିକସ ହ୍ରାସ
-ଶସ୍ତା ହେଲା ସ୍ବଦେଶ ମୋବାଇଲ୍ ଓ ଇଲେକ୍ଟ୍ରିକ୍ ଯାନ
-ସାଇକେଲ୍ ଛୋଟ ପିଲାଙ୍କ ଖେଳନା ଶସ୍ତା ହୋଇଛି
-ଲୁହା ଉପରେ ରିହାତି ଜାରି ରହିବ
-ଲିଥିୟମ ଆୟନ ଆମଦାନୀ ଉପରେ ସୀମା ଶୁକ୍ଲ କମିଲା
-କିଚେନ ଚିମିନି ଉପରେ ୧୫ ପ୍ରତିଶତ ଟିକସ ହ୍ରାସ ପାଇଛି
– ଆଶୋଧିତ ଗ୍ଳିସେରିନ୍ ଉପରେ ୨.୫%କୁ ଟିକସ ହ୍ରାସ
– ଲ୍ୟାବ ପ୍ରସ୍ତୁତ ହୀରାର ବର୍ହି ଟିକସ ହ୍ରାସ ହୋଇଛି
– ସୁନା, ରୁପା ଓ ପ୍ଲାଟିନୟମ ସାମଗ୍ରୀ ଉପରେ ଶୁକ୍ଳ ବୃଦ୍ଧି
– ରୁପା ପଥରରେ ବି ଶୁକ୍ଲ ବୃଦ୍ଧି
– ସିଗାରେଟ୍ ଉପରେ ୧୬% ଅଧିକ କର ଲାଗିବ
– ଇମ୍ପୋଟେଡ୍ ଡୋର ମହଙ୍ଗା ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.