ରେଳବାଇ ପାଇଁ ୨.୪୦ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ, ୨୦୧୪ ତୁଳନାରେ ୯ ଗୁଣ ଅଧିକ

ଆଜି ସଂସଦରେ ବଜେଟ ୨୦୨୩-୨୪ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟ ୨୦୨୩କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ ଦେବା ପରେ ସଂସଦ ଭବନରେ ପହଞ୍ଚିଥିଲେ ଅର୍ଥମନ୍ତ୍ରୀ । ଲୋକସଭାରେ ବଜେଟ ଉପସ୍ଥାପନା କରୁଛନ୍ତି ଅର୍ଥମନ୍ତ୍ରୀ । ସରକାରଙ୍କ ପଦକ୍ଷେପ ବିଷୟରେ ସୂଚନା ଦେଉଛନ୍ତି ସୀତାରମଣ ।ଏହି ବଜେଟ ଆଗାମୀ ୨୫ ବର୍ଷର ବ୍ଲୁ ପ୍ରିଣ୍ଟ । ଏହି ବଜେଟରେ ସବୁ କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇଛି ।

ତେବେ ଏଥର ମଧ୍ୟ ରେଲେଓ୍ଵକୁ ୨.୪ କୋଟି ଟଙ୍କାର ବଜେଟ ଉପସ୍ଥାପନା କରାଯାଇଛି । ଏହାଛଡା ଅନେକ ବଡ ପ୍ରୋଜେକ୍ଟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଆଗାମୀ କିଛି ମାସ ଏବଂ ବର୍ଷ ମଧ୍ୟରେ କୋଟି କୋଟି ଲୋକଙ୍କୁ ଫାଇଦା ମିଳିବ । ଗତଥର ବଜେଟରେ ରେଳବାଇ ପାଇଁ ୧୪.୧୩ କୋଟି ଟଙ୍କା ଆବଣ୍ଟନ ହୋଇଥିଲା ।

ରେଲୱେ ପାଇଁ ୨.୪୦ ଲକ୍ଷ କୋଟି ଟଙ୍କାର ବଜେଟ ଘୋଷଣା କରାଯାଇଛି । ରେଲୱେର ନୂଆ ଯୋଜନା ପାଇଁ ୭୫ ହଜାର କୋଟି ଟଙ୍କା । ସେହିପରି ୫୦ଟି ଅତିରିକ୍ତ ବିମାନବନ୍ଦର ଏବଂ ଏୟାରଷ୍ଟ୍ରିପର ହେବ ପୁନରୁଦ୍ଧାର । ଆଦିବାସୀଙ୍କ ବିକାଶ ପାଇଁ ୧୫ ହଜାର କୋଟି ଏବଂ ପ୍ରଧାନମନ୍ତ୍ରୀ ଆବାସରେ ଖର୍ଚ୍ଚ ହେବ ୭୯ ହଜାର କୋଟି ଟଙ୍କା । ପିଏମ ଗତି ଶକ୍ତି ଓ ନ୍ୟାଶନାଲ ଲଜିଷ୍ଟିକ ନୀତି ଦ୍ୱାରା ଭାରତୀୟ ରେଳବାଇ ତା’ର ସେବାକୁ ତ୍ୱରାନ୍ୱିତ କରୁଛି। ୨୦୨୩ ଆର୍ଥିକ ବର୍ଷରେ ରେଳବାଇ ୧.୩୭ ଲକ୍ଷ କୋଟି ଟଙ୍କାର ବଜେଟ ସମର୍ଥନ ପାଇଥିବା ବେଳେ ରାଜସ୍ୱ ଖର୍ଚ୍ଚ ବାବଦରେ ୩,୨୬୭ କୋଟି ପାଇଛି। ଏହା ଗତବର୍ଷ ତୁଳନାରେ ୧୭% ଅଧିକ।

ରେଳ ପାଇଁ ୨.୪ କୋଟି ଟଙ୍କାର ବଜେଟ ।

୨୦୧୩-୧୪ ବଜେଟ ତୁଳନାରେ ରେଳବାଇ ପାଇଁ ପାଖାପାଖି ୯ ଗୁଣ ଅଧିକ ବଜେଟ ।

ଚଳିତବର୍ଷ ୧୦୦ଟି ନୂଆ ଯୋଜନା ଆରମ୍ଭ ହେବ ।

ନୂଆ ଯୋଜନା ପାଇଁ ୭୫ କୋଟି ଟଙ୍କା ଫଣ୍ଡ ଦିଆଯାଇଛି ।

ଆଗାମୀ ୩ ବର୍ଷରେ ୪୦୦ ବନ୍ଦେ ଭାରତ ଟ୍ରେନ ନିର୍ମାଣ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.