Below header

Amazonର ଜବରଦସ୍ତ ଅଫର! ମାତ୍ର ୧ ଟଙ୍କାରେ କିଣନ୍ତୁ ଅଧା କିଲୋ ଟମାଟୋ ଓ କିଲେ ଚିନି; ଆଜି ହିଁ ଫ୍ରେସ୍‌ ଡିଲ୍ସର ଉଠାନ୍ତୁ ଲାଭ

ଆମାଜନରେ ପ୍ରତିଦିନ କିଛି ନା କିଛି ଜିନିଷ ଉପରେ ଜବରଦସ୍ତ ଅଫର୍ ମିଳିଥାଏ। ନିକଟରେ ଆମାଜନରେ ସେଲ୍‌ ଶେଷ ହୋଇଛି, କିନ୍ତୁ ଏଠାରେ ଡିଲ୍‌ ଅଫ୍‌ ଦ ଡେ’ ଏବଂ ଫ୍ରେସ୍‌ ଡିଲ୍ସ ଲଗାତାର ଆସିଥାଏ। ଯଦି ଆପଣ ରାସନ କିଣିବାକୁ ଚାହୁଁଛନ୍ତି ଏବଂ ଅଫର ପାଇଁ ଅପେକ୍ଷା କରିଛନ୍ତି, ତ ଆଜି ହିଁ ହେଉଛି ଉପଯୁକ୍ତ ସୁଯୋଗ। ଆମାଜନରେ ରାସନ ସାମଗ୍ରୀ ଉପରେ ଧମାକାଦାର ଡିସ୍‌କାଉଣ୍ଟ ଦିଆଯାଉଛି। ଆଜି ଫ୍ରେସ୍‌ ଡିଲ୍ସ ୧ ଟଙ୍କା(Fresh Deals @ Rs 1)ରେ ଟମାଟୋ ଏବଂ ଚିନି ତାଲିକାଭୁକ୍ତ ରହିଛି। ଆଜି ଟମାଟୋ ଏବଂ ଚିନିକୁ ବହୁତ ଶସ୍ତା ମୂଲ୍ୟରେ କିଣା ଯାଇପାରିବ।

ଅଧା କିଲୋଗ୍ରାମ ଟମାଟୋକୁ ମାତ୍ର ୧ ଟଙ୍କାରେ କିଣନ୍ତୁ

ଅଧା କିଲୋ ଟମାଟୋର ମୂଲ୍ୟ ୪୫ ଟଙ୍କା, କିନ୍ତୁ ଏଠି ଆଜି ଟମାଟୋ ଉପରେ ୯୭ ପ୍ରତିଶତ ରିହାତି ଦିଆଯାଉଛି। ଅର୍ଥାତ୍ ଅଧା କିଲୋ ଟମାଟୋକୁ ୧ ଟଙ୍କାରେ କିଣା ଯାଇପାରିବ। କିନ୍ତୁ ଆପଣଙ୍କୁ କହି ରଖୁଛୁ କି, ଅଫରରେ ଆପଣ କେବଳ ଅଧା କିଲୋ ଟମାଟୋ ହିଁ କିଣି ପାରିବେ।

୧ ଟଙ୍କାରେ କିଣନ୍ତୁ ଏକ କିଲୋଗ୍ରାମ ଚିନି

ଆମାଜନର ବ୍ରାଣ୍ଡ ବେଦାକାର ଏକ କିଲୋଗ୍ରାମ ଚିନି ପ୍ୟାକେଟକୁ ମାତ୍ର ୧ ଟଙ୍କାରେ କିଣା ଯାଇପାରିବ। ଚିନିର ମୂଲ୍ୟ ୭୦ ଟଙ୍କା ବୋଲି କୁହାଯାଉଛି, କିନ୍ତୁ ଏହା ଉପରେ ୯୮ ପ୍ରତିଶତ ରିହାତି ମିଳୁଛି। ଏଠାରେ ମଧ୍ୟ ଆପଣଙ୍କୁ ଅଫରରେ ଚିନି ଏକ କିଲୋଗ୍ରାମ ହିଁ ମିଳିବ।

ଏହି ପ୍ରଡକ୍ଟଗୁଡିକ ଉପରେ ମଧ୍ୟ ଅଫର୍ ରହିଛି

୧୦ କିଲୋଗ୍ରାମ ଆଶୀର୍ବାଦ ଅଟାର ମୂଲ୍ୟ ୩୭୫ ଟଙ୍କା ଥିବା ବେଳେ ଅଫରରେ କିନ୍ତୁ ଏହାକୁ ୩୪୯ ଟଙ୍କାରେ କିଣା ଯାଇପାରିବ। ଏହା ବ୍ୟତୀତ ଅନ୍ୟ ଜିନିଷଗୁଡ଼ିକ ଉପରେ ୪୦ ପ୍ରତିଶତର ଅଫର ଦିଆଯାଉଛି। ଚିପ୍ସ ଏବଂ ସ୍ନାକ୍ସ ଉପରେ ୨୦ ପ୍ରତିଶତ ଅଫର ମିଳୁଛି। ଧରନ୍ତୁ, ଯଦି ଆପଣ ଅଧା କିଲୋଗ୍ରାମ ଟମାଟୋ, ଏକ କିଲୋଗ୍ରାମ ଚିନି ଏବଂ ୧୦ କିଲୋଗ୍ରାମ ଅଟାର ପ୍ୟାକେଟ୍‌ କିଣୁଛନ୍ତି, ତ ଆପଣଙ୍କୁ ମୋଟ ୩୫୧ ଟଙ୍କା ହିଁ ଦେବାକୁ ପଡ଼ିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.