ପୁଣି ଓଡିଶାରେ ଆଉ ୨ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ, ଉଭୟ ନାଇଜେରିଆ ଫେରନ୍ତା

ଭୁବନେଶ୍ବର(କେନ୍ଯୁଜ୍):ରାଜ୍ୟରେ ଆଉ ଦୁଇ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ । ଆଇଏଲଏସରେ ଜିନମ୍‌ ସିକ୍ୱେନ୍ସିଂ ପରେ ୨ ଜଣଙ୍କ ଠାରେ ଓମିକ୍ରନ୍‌ ଭାରିଆଣ୍ଟ ଥିବା ଜଣାପଡ଼ିଛି । ଦୁଇ ଜଣ ଆକ୍ରାନ୍ତ ନାଇଜେରିଆ ଫେରନ୍ତା ବୋଲି ଜଣାପଡିଛି। ୨ ନୂଆ ଆକ୍ରାନ୍ତ ନାବାଳିକା ଓ ଏମାନଙ୍କ ବୟସ ଯଥାକ୍ରମେ ୧୫ବର୍ଷ ଓ ୧୧ବର୍ଷ ବୟସ ।

୧୩ତାରିଖରେ ସେମାନଙ୍କ ପରିବାର ନାଇଜେରିଆରୁ ଫେରିଥିଲେ। ପରିବାରର ଅନ୍ୟ ସଦସ୍ୟ ମାନଙ୍କ ଟେଷ୍ଟ କରାଯାଇଛି। ତେବେ ଅନ୍ୟମାନଙ୍କ ରିପୋର୍ଟ ନେଗେଟିଭ ଆସିଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର। ସେମାନେ ସମସ୍ତେ ସଙ୍ଗରୋଧରେ ଥିଲେ । ବିମାନବନ୍ଦରରୁ ସିଧାସଳଖ ସେମାନେ ଟାକ୍ସିଯୋଗେ ଘରକୁ ଯାଇଥିଲେ। ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ଥିବା ସେ କହିଛନ୍ତି। ଏହାସହ ଓଡିଶାରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି।

ରାଜ୍ୟରେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଏବେ ଜୋରଦାର ହେବ ସର୍ଭେଲାନ୍‌ସ। ଟିକାକରଣକୁ ଆହୁରି ବ୍ୟାପକ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ବିଦେଶ ଫେରନ୍ତାଙ୍କ ଉପରେ ତୀକ୍ଷଣ ନଜର ରଖିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି।