୧୫ ଲକ୍ଷରୁ ବି କମ ଦାମରେ କିଣନ୍ତୁ ଏହି ୫ ଟି କାର, ଜାଣନ୍ତୁ ଲିଷ୍ଟ

ଯଦି ଆପଣ ମଧ୍ୟ କମ ବଜେଟରେ ସୁନ୍ଦର ଏବଂ ଭଲ କାର କିଣିବାକୁ ଚାହୁଁଛନ୍ତି ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ଖୁସି ଖବର । ମାତ୍ର ୧୫ ଲକ୍ଷ ଟଙ୍କାରୁ ବି କମ ବଜେଟରେ ହାଇ ସ୍ପିଡରେ ଚାଲୁଥିବା ପାଞ୍ଚଟି ଫାଷ୍ଟ କାର ଆପଣ କିଣି ପାରିବେ ।

ଲୋକମାନେ କାର କିିଣିବା ପାଇଁ ବହୁତ ଇଚ୍ଛା କରନ୍ତି । ନିଜ କାର ଥିଲେ ମନ ଇଚ୍ଛା କାର ଧରି ଘରୁ ବାହାରି ପାରନ୍ତି । କିନ୍ତୁ ବେଳେବେଳେ ଲୋକଙ୍କ ପାଖରେ ଅଧିକ ବଜେଟ ନଥାଏ ଭଲ କାର କିଣିବା ପାଇଁ । ଯଦି ଆପଣ ମଧ୍ୟ କମ ବଜେଟରେ ସୁନ୍ଦର ଏବଂ ଭଲ କାର କିଣିବାକୁ ଚାହୁଁଛନ୍ତି ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ଖୁସି ଖବର । ମାତ୍ର ୧୫ ଲକ୍ଷ ଟଙ୍କାରୁ ବି କମ ବଜେଟରେ ହାଇ ସ୍ପିଡରେ ଚାଲୁଥିବା ପାଞ୍ଚଟି ଫାଷ୍ଟ କାର ଆପଣ କିଣି ପାରିବେ । ତେବେ ଆସନ୍ତୁ ଜାଣିବା ଏହି ଲିଷ୍ଟରେ କେଉଁ କାର ସାମିଲ ରହିଛି ।

Honda Elevate MT- ଭାରତରେ ହୋଣ୍ଡାର ମିଡ ସାଇଜ୍‌ SUV Elevateକୁ ଖୁବ୍ ଲୋକପ୍ରିୟତା ମିଳୁଛି । ଏଥିରେ ହାଇ-ରେଭିଙ୍ଗ ୧୨୧ ଏଚପି ପାଓ୍ଵାରର ୧.୫ ଲିଟରର ନେଚୁରାଲ ଆସ୍ପିରେଟଡ ଇଞ୍ଜିନ୍‌ ମିଳିଥାଏ । ଏହି କାର ଘଣ୍ଟା ପ୍ରତି ୧୦୦ କିଲୋମିଟର ସ୍ପିଡରେ ପହଞ୍ଚିବା ପାଇଁ ୧୦.୨୮ ସେକେଣ୍ଡ ସମୟ ନେଇଥାଏ । ଯାହା ହୋଣ୍ଡା ସିଟି ଠାରୁ ମାତ୍ର ୦.୬୨ ସେକେଣ୍ଡ ଅଧିକ । Honda Elevate ମାନୁଆଲର ଦାମ୍‌ ୧୧ ଲକ୍ଷରୁ ୧୪.୯ ଲକ୍ଷ ମଧ୍ୟରେ ରହିଛି ।

Volkswagen Virtus 1.0 TSI MT – Volkswagen Virtus 1.0 TSI ଏହାର ୧.୦ ଲିଟର ଇଞ୍ଜିନ୍ ସହିତ ୧୧୫hpର ପାଓ୍ଵାର ଜେନେରେଟ କରେ । ଏହା ୬-ସ୍ପିଡ୍ ମାନୁଆଲ୍ ଟ୍ରାନ୍ସମିସନ୍ ସହିତ ମିଳୁଛି । ଏହି କାରଟି ଘଣ୍ଟା ପ୍ରତି ୦ ରୁ ୧୦୦ କିଲୋମିଟର ସ୍ପିଡରେ ୧୦.୮ ସେକେଣ୍ଡରେ ପହଞ୍ଚିଥାଏ । ଏହି କାରର ଏକ୍ସ ସୋ ରୁମ ଦାମ୍‌ ୧୧.୪୮ ଲକ୍ଷରୁ ୧୫.୨୩ ଲକ୍ଷ ଟଙ୍କା ମଧ୍ୟରେ ରହିଛି ।

citroen c3 turbo – citroen c3ରେ ଏକ ଦମଦାର ୧.୨ ଲିଟର ଟର୍ବୋ-ପେଟ୍ରୋଲ୍ ଇଞ୍ଜିନ୍ ମିଳିଥାଏ ଯାହା ୬-ସ୍ପିଡ୍ ମାନୁଆଲ୍ ଗିଅରବକ୍ସ ସହିତ ଯୋଡି ହୋଇଛି । ଏହାର ଦାମ୍‌ ୮.୨୮ ଲକ୍ଷ ରୁ ୮.୯୨ ଲକ୍ଷ ମଧ୍ୟରେ ରହିଛି । c3 turbo ହେଉଛି ଭାରତର ସବୁଠାରୁ ଫାଷ୍ଟ କାର ଯାହା ୧୦ ଲକ୍ଷରୁ ବି କମ୍ ଦାମରେ ବିକ୍ରି ହେଉଛି ।
Honda City MT – ହୋଣ୍ଡାର ଦମଦାର ଆସ୍ପିରେଟେଡ ଫ୍ରି ରେଭିଙ୍ଗ ୧୨୧ ଏଚପି, ୧.୫ ଲିଟର ପେଟ୍ରୋଲ ଇଞ୍ଜିନ୍ ଦ୍ୱାରା ଲ୍ୟାସ ହୋଇଥିବା ସିଟି ସେଡାନ୍ ଏହାର ସ୍ଲିକ୍ ୬-ସ୍ପିଡ୍ ମାନୁଆଲ୍ ଗିଅରବକ୍ସ ସହିତ ମିଶି ମାତ୍ର ୧୦.୨ ସେକେଣ୍ଡରେ ୦ ରୁ ୧୦୦ କିଲୋମିଟର ପର୍ଯ୍ୟନ୍ତ ସ୍ପିଡ ଦେଇଥାଏ । ଏହାର ଏକ୍ସ ଶୋ’ରୁମ୍ ଦାମ୍‌ ୯.୫ ଲକ୍ଷରୁ ୧୪.୮୬ ଲକ୍ଷ ମଧ୍ୟରେ ରହିଛି ।

Skoda Slavia 1.5 TSI MT – Skoda Slavia ୧.୫ ଲିଟର ଟର୍ବୋ-ପେଟ୍ରୋଲ ଇଞ୍ଜିନ୍ ଏବଂ ୬-ସ୍ପିଡ୍ ମାନୁଆଲ୍ ଗିଅରବକ୍ସ ସହିତ ଆସିଥାଏ । ଏହି ଫାଷ୍ଟ କାରର ଦାମ୍‌ ୧୫ ଲକ୍ଷ ଟଙ୍କା । ଏହା ମାତ୍ର ୮.୬୩ ସେକେଣ୍ଡରେ ଘଣ୍ଟା ପ୍ରତି ୧୦୦ କିଲୋମିଟର ସ୍ପିଡ ଦେଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.