Below header

ଆଜିଠୁ ଶସ୍ତା ହେଲା ଚାରିଚକିଆ ଯାନ, ଦେଖନ୍ତୁ କେଉଁ ଗାଡ଼ିର କେତେ କମିଲା ଦର

ନିକଟରେ ସରକାରଙ୍କ ତରଫରୁ ଅନୁଷ୍ଠିତ ହୋଇଥିବା ଜିଏସ୍‌ଟି କାଉନ୍‌ସିଲ୍‌ର ୩୭ତମ ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି ନିୟମ ଆଜିଠାରୁ ଅର୍ଥାତ୍‌ ଅକ୍ଟୋବର ୧ରୁ ଲାଗୁ ହୋଇଛି। ଜିଏସ୍‌ଟି କାଉନ୍‌ସିଲ୍‌ ୨୮ ପ୍ରତିଶତ ଜିଏସ୍‌ଟି ମଧ୍ୟରେ ଆସୁଥିବା ୧୦ରୁ ୧୩ ସିଟ୍‌ ଥିବା ପେଟ୍ରୋଲ ଏବଂ ଡିଜେଲ ଗାଡ଼ି ଉପରୁ ସେସ୍‌ ଉଠାଇ ଦେଇଛି। ଏବେ ପେଟ୍ରୋଲରେ ଚାଲୁଥିବା ୧୨୦୦ସିସି ଗାଡ଼ି ଉପରେ ୧ ପ୍ରତିଶତ ସେସ୍‌ ଏବଂ ୧୫୦୦ ସିସିର ଡିଜେଲ ଗାଡ଼ି ଉପରେ ୩ ପ୍ରତିଶତ ସେସ୍‌ କମ୍‌ କରାଯାଇଛି। ଏହି ଦୁଇ ପ୍ରକାର ଗାଡ଼ିରେ ସେସ୍‌ ଦର ୧୫ ପ୍ରତିଶତ ଥିବା ବେଳେ ଜିଏସ୍‌ଟି କିନ୍ତୁ ୨୮ ପ୍ରତିଶତ ରହିଛି।

ଏହାସହ ପଢ଼ନ୍ତୁ : ଏୟାରଟେଲର ଏହି ପ୍ଲାନରେ ୟୁଜରଙ୍କୁ ମିଳିବ ଡବଲ ଟକଟାଇମ ସହ ମାଗଣା ଡାଟା

ଏହି ଲୋକପ୍ରିୟ ମଡେଲର କମିଲା ଦର

ସରକାରଙ୍କ ତରଫରୁ କର୍ପୋରେଟ୍‌ ଟ୍ୟାକ୍ସ ଉଠାଯିବା ପରେ କମ୍ପାନୀ ନିଜ ବଛା ବଛା କେତେକ ମଡେଲର ଦାମ୍‌ ୫୦୦୦ ଟଙ୍କା ପର୍ଯ୍ୟନ୍ତ କମ୍‌ କରିଛି। ମାରୁତି ସୁଜୁକି ନିଜ ଅଲ୍ଟୋ ୮୦୦, ଅଲ୍ଟୋ କେ୧୦, ସ୍ୱିଫ୍ଟ ଡିଜେଲ, ସେଲେରିଓ, ବଲେନୋ ଡିଜେଲ, ଇଗ୍ନିସ୍‌, ଡିଜାୟର ଡିଜେଲ, ଟୁର ଏସ୍‌ ଡିଜେଲ, ବିଟାରା ବ୍ରେଜା ଏବଂ ଏସ୍‌-କ୍ରାସର ଦାମ୍‌ ଫ୍ଲାଟ୍‌ ୫୦୦୦ ଟଙ୍କା କମାଇ ଦେଇଛି।

ମାରୁତି ସୁଜୁକି କାର୍‌ର ମୂଲ୍ୟ ହ୍ରାସ କରିଥିଲେ ମଧ୍ୟ ଗାଡ଼ିରେ ମିଳୁଥିବା ପ୍ରମୋଶନାଲ ଅଫର ଠାରୁ ଏହା ଅଲଗା ବୋଲି ସୂଚନା ଦେଇଛି। ଏଭଳି ଦର ହ୍ରାସ ହେଲେ ଗ୍ରାହକମାନେ ସହଜରେ କାର୍‌ କିଣିବେ ଓ ପୂଜାରେ ଅଧିକ ବିକ୍ରି ହେବ ବୋଲି କମ୍ପାନୀ ଆଶା କରିଛି। ସୂଚନାଯୋଗ୍ୟ ଯେ, ଗତ ୧୦ ମାସ ହେବ ଅଟୋ ସେକ୍ଟରରେ ମାନ୍ଦାବସ୍ଥା ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.