ସହରୀ ଲୋକଙ୍କ ପାଇଁ ଆଉ ଚଳିବନି ପ୍ଲାଷ୍ଟିକ୍‌, କାଲିଠାରୁ ପୂରା ବ୍ୟାନ୍‌; ନମାନିଲେ ୫ ବର୍ଷ ଜେଲ୍‌

ଆସନ୍ତାକାଲି ହେଉଛି ଗାନ୍ଧି ଜୟନ୍ତୀ । ସାରା ଦେଶ ପାଳନ କରୁଛି ବାପୁଙ୍କ ୧୫୦ତମ ଜୟନ୍ତୀ । ଆଉ ଏହି ଦିନରୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ଆଉ ଚଳିବ ନାହିଁ ପଲିଥିନ୍‌ । ଥରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ୍‌କୁ ସମ୍ପୂର୍ଣ୍ଣ ରୂପେ ବ୍ୟାନ୍‌ କରାଯାଇଛି । ହେଟେଲ, ରେଷ୍ଟୁରାଣ୍ଟ, ବିବାହ ଉତ୍ସବ, ଅନୁଷ୍ଠାନ ଓ କାର୍ଯ୍ୟାଳୟରେ ଏଭଳି ପ୍ଲାଷ୍ଟିକ୍‌ ବ୍ୟବହାର ହେଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ । ଦଣ୍ଡ ମିଳିବ ୫ ବର୍ଷ ଯାଏ ଜେଲ ଏବଂ ୧ ଲକ୍ଷ ଟଙ୍କା ଯାଏଁ ଜରିମାନା ।
କେଉଁଟା ବ୍ୟାନ୍‌
୨ ଶହ ଏମଏଲରୁ କମ୍‌ କ୍ଷମତା ବିଶିଷ୍ଟ ପାଣି ବୋତଲ, ପାଣି ପାଉଚ, ପ୍ଲାଷ୍ଟିକ ବ୍ୟାଗ, ଥରେ ବ୍ୟବହୃତ ପ୍ଲାଷ୍ଟିକ୍‌ ଥାଳି ଓ ଥଳି, ଚାମଚ, କପ୍‌, ପ୍ଲେଟ୍‌, ଗ୍ଲାସ୍‌ ଆଦି ଉପରେ ନିଷେଧ ଲାଗୁଛି । ସେହିପରି ହୋଟେଲ, ରେଷ୍ଟୁରାଣ୍ଟ, ବିବାହ ଉତ୍ସବ, ଅନୁଷ୍ଠାନ ଓ କାର୍ଯ୍ୟାଳୟରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ ଟିଫିନ, ଷ୍ଟ୍ର, ଘର ସାଜସଜ୍ଜା ପାଇଁ ବ୍ୟବହୃତ ପ୍ଲାଷ୍ଟିକ ଥର୍ମୋକୁଲ ବ୍ୟାନ୍‌ ହେବ।
କେଉଁଟା ବ୍ୟବହାର କରିହେବ

plastic୨ ଶହ ଏମଏଲରୁ ଅଧିକ କ୍ଷମତା ବିଶିଷ୍ଟ ପ୍ଲାଷ୍ଟିକ ବୋତଲ । କମ୍ପୋଷ୍ଟ ହେଇପାରୁଥିବା ପ୍ଲାଷ୍ଟିକ ପେପର ନିର୍ମିତ ପ୍ଲାଷ୍ଟିକ ଲେୟାର ଥିବା କାର୍ଟୁନ ବ୍ୟବହାର କରିହେବ। ଯେଉଁ ପ୍ଲାଷ୍ଟିକ ରିସାଇକେଲ ହେଇପାରୁଥିବ ବା ମଲଟି ଲେୟାର ପ୍ଲାଷ୍ଟିକକୁ ବ୍ୟବହାର କରିହେବ। ସେହିପରି ଘରୋଇ କ୍ଷେତ୍ରରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ ସାମଗ୍ରୀଗୁଡ଼ିକ ଔଷଧ ବିତରଣ ଓ ଏ ସମ୍ବନ୍ଧିତ କ୍ଷେତ୍ରରେ ଲାଗୁଥିବା ପ୍ୟାକେଜିଂ ପ୍ଲାଷ୍ଟିକ ବ୍ୟବହାର କରିହେବ। ମାଛ ସାଇତି ରଖିବା ପାଇଁ ବ୍ୟବହାର ହେଉଥିବା ଥର୍ମୋକୁଲ ସିମେଣ୍ଟ ବସ୍ତା, ପାଲ, ରେନକୋଟ୍‌, ଟେଣ୍ଟ ଆଦିରେ ବ୍ୟବହୃତ ହେଉଥିବା ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା ରହିବ ନାହିଁ ।

bottle_plastic
ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଏସ୍‌ପି, ବନ ବିଭାଗ ଅଧିକାରୀ, ତହସିଲଦାର, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଓ ପୌର ସଂସ୍ଥାର ଅଧିକାରୀଙ୍କୁ ନେଇ ଏକ ଟିମ୍‌ ଗଠନ କରିବେ । ଏହି ଟିମ୍‌ ବିଭିନ୍ନ ସ୍ଥାନରେ ଚଢାଉ କରି ପଲିଥିନ୍‌ ବ୍ୟବହାରକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.