LPGକୁ ନେଇ କେନ୍ଦ୍ର ସରକାର ନେଲେ ବଡ ନିଷ୍ପତ୍ତି, ୭ କୋଟି ଗ୍ରାହକଙ୍କ ଉପରେ ପଡିବ ପ୍ରଭାବ

ଏଲ୍ପିଜି ଗ୍ୟାସକୁ ନେଇ ଆଉ ଏକ ବଡ ନିଷ୍ପତ୍ତି ନେଲେ କେନ୍ଦ୍ର ସରକାର । ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ଼ରେ ଥିବା ନିଜର ୫୩
ପ୍ରତିଶତ ଭାଗକୁ ବିକିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ବିପିସିଏଲର ବର୍ତ୍ତମାନ ସମୟରେ ଦେଶର ଵିଭିନ୍ନ ପ୍ରାନ୍ତରେ ୭ କୋଟିରୁ ଉର୍ଦ୍ଧ୍ବ ସଂଖ୍ୟକ ଗ୍ରାହକ ଥିବା ନେଇ ଜଣାଯାଇଛି । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁଯାୟୀ, ବିପିସିଏଲ କମ୍ପାନୀର ପ୍ରାଇଭେଟାଇଜେସନ ପରେ ଉପଭୋକ୍ତା ମାନଙ୍କୁ ପୂର୍ବ ପରି ପ୍ରତି ଗ୍ୟାସରେ ସବ୍ସିଡି ମିଳିବ । ଏନେଇ କୌଣସି ପ୍ରକାର ପରିବର୍ତ୍ତନ କରାଯାଇନାହିଁ । କହିରଖିବା ଉଚିତ ହେବକି,

ଦେଶର ରେଜିଷ୍ଟର୍ଡ ଗ୍ରାହକ ମାନଙ୍କୁ ଡିଜିଟାଲ ମାଧ୍ୟମରେ ହିଁ ଗ୍ୟାସରେ ସବ୍ସିଡି ପ୍ରଦାନ କରାଯାଇଥାଏ । ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ପ୍ରଧାନ କହିଛନ୍ତିକି, ତିନି ତୈଳ କମ୍ପାନୀ ଗୁଡିକୁ ଭବିଷ୍ୟତରେ ଏକାଠି ହେବେ କି ନାହିଁ ସେନେଇ ଏଯାବତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ । କହିରଖିବା ଉଚିତ ହେବକି ବିପିସିଏଲ ମୁମ୍ବାଇ, କୋଚି , ବିନା , ନୁମାଲିଗଡ଼ ପରି ସ୍ଥାନ ମାନଙ୍କରେ ପ୍ରତିବର୍ଷ ୩୮.୮ ମିଲିୟନ ଟନ କ୍ଷମତା ବିଶିଷ୍ଟ ଚାରି ଚାରିଟି ରିଫାଇନାରୀ ସଂଚାଳନ କରିଥାଏ । ଯାହାକି ଭାରତର ସମୁଦାୟ କ୍ଷମତାର ପାଖାପାଖି ୧୫.୩୩ ପ୍ରତିଶତ ହେବ । ଅନ୍ୟପକ୍ଷରେ କହିଲେ ବିପିସିଏଲକୁ କିଣୁଥିବା ବ୍ୟକ୍ତି ୧୫.୩୩ ତୈଳ କାରବାରର ମାଲିକ ହେବେ ।

ବର୍ତ୍ତମାନ ସମୟରେ ବିପିସିଏଲ ଦେଶ ବ୍ୟାପି ୧୭ ହଜାର ୩୫୫ ପେଟ୍ରୋଲ ପମ୍ପ, ୬ ହଜାର ୧୫୯ ଏଲ୍ପିଜି ବିତରକ ଏଜେନ୍ସି, ୨୫୬ଟି ବିମାନନ ଷ୍ଟେସନର ମାଲିକାନା ନିଜ ହାତରେ ରଖିଛି । କହିରଖିବା ଉଚିତ ହେବକି, କେନ୍ଦ୍ର ସରକାର ପ୍ରତି ବର୍ଷ ୧୪.୨ କିଲୋର ୧୨ ଟି ରନ୍ଧନ ଗ୍ୟାସ ଉପରେ ସବସିଡି ଦେଇଥାନ୍ତି । ଏହି ସବସିଡି ଅର୍ଥ ସିଧାସଳଖ ଉପଭୋକ୍ତା ମାନଙ୍କ ବ୍ୟାଙ୍କ ଖାତାକୁ ଯାଇଥାଏ ।

Leave A Reply

Your email address will not be published.