ଆଇଏଫଏସ୍‌ ଅଭୟକାନ୍ତ ପାଠକଙ୍କ ଘଟଣାରେ ଜେରା ହୋଇପାରନ୍ତି ବିଧାୟକ ପ୍ରଦୀପ ପାଣିଗ୍ରାହୀ, ଆୟର ଉତ୍ସ ଖୋଜିବାକୁ ଖୋଳତାଡ କରିପାରେ SIT

କେନ୍ୟୁଜ୍(ବ୍ୟୁରୋ): ଆଇଏଫଏସ୍‌ ଅଭୟକାନ୍ତ ପାଠକଙ୍କ ଆୟର ଉତ୍ସ, ବେନାମୀ ଟ୍ରାଞ୍ଜାକସନ୍‌ ଓ ବେନାମୀ ସମ୍ପତ୍ତିର ସରଜମିନ ଖୋଳତାଡ କରିବ ଭିଜିଲାନ୍ସର ୨୦ ଜଣିଆ ଏସଆଇଟି । ସବୁ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ କରାଯବି । ତଦନ୍ତ ପରିସରଭୁକ୍ତ ହେବେ ବ୍ୟାଙ୍କ ଅଧିକାରୀ, ବନ ବିଭାଗ ଅଧିକାରୀ, ଅଭୟକାନ୍ତଙ୍କ ସମ୍ପର୍କୀୟ, କର୍ମଚାରୀ ଓ ସହଯୋଗୀ । ତେବେ ଏଠି ପ୍ରଶ୍ନ ଉଠୁଛି, ଜେରା ହେବେକି ବିଧାୟକ ପ୍ରଦୀପ ପାଣିଗ୍ରାହୀ । କାରଣ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅଙ୍କ ସହ ଆକାଶ ପାଠକଙ୍କ ଏନ୍‌ଗେଜ୍‌ମେଣ୍ଟ ସରିଛି ।

ଡିସେମ୍ବର ୧୧ ତାରିଖରେ ହୋଇଥାନ୍ତା ବାହାଘର । ଏଥିପାଇଁ ରାଜସ୍ଥାନ ଉଦୟପୁରର ତାଜ ଲେକ୍‌ ପ୍ୟାଲେସରେ ହାଇପ୍ରୋଫାଇଲ୍‌ ୱେଡିଂ ପ୍ଲାନିଂ ହୋଇଥିଲା । ଏଥିପାଇଁ ୨୦ ଲକ୍ଷ ଟଙ୍କା ଆଡ୍‌ଭାନ୍ସ ମଧ୍ୟ ଦିଆଯାଇଥିଲା । ଏସବୁର ତଦନ୍ତ କରିପାରେ ଏସ୍‌ଆଇଟି । ଏହାସହ ତାଙ୍କ ଅଭୟଙ୍କ ପୁତୁରାଙ୍କ ଘରୁ ୫୦ ଲକ୍ଷ ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ପୁତୁରା ଓ ଅନ୍ୟ ପରିବାର ସଦସ୍ୟଙ୍କୁ ଜେରା କରିପାରେ ଏସ୍‌ଆଇଟି । ଦାମୀ ଗାଡ଼ି କିଣା ଯାଇଥିବା ସଂସ୍ଥାକୁ ବି ପଚରାଉଚରା ପାଇଁ ଡାକିବ ଭିଜିଲାନ୍ସ ବିଭାଗ

Leave A Reply

Your email address will not be published.