Below header

ଯୁବଗୋଷ୍ଠୀଙ୍କ ପାଇଁ ବଡ ଖବର! କେନ୍ଦ୍ର ସରକାର ପ୍ରତି ମାସ ଦେବେ ୩୪୦୦ ଟଙ୍କା, ଜାଣନ୍ତୁ କଣ ରହିଛି ମାମଲା

କେନ୍ଦ୍ର ସରକାରଙ୍କ ତରଫରୁ ଗରିବ, ଚାଷୀ ଏବଂ ମହିଳାଙ୍କୁ ନେଇ ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ଅନେକ ସରକାରୀ ସ୍କିମ୍‌ କାର୍ଯ୍ୟକାରୀ ହେଉଛି। ଏହି ଯୋଜନା ଅନ୍ତର୍ଗତ ଆର୍ଥିକ ସହାୟତା ଠାରୁ ଆରମ୍ଭ କରି ମାଗଣା ରାସନ୍‌ ସମେତ ଅନେକ ସୁବିଧା ଉପଲବ୍ଧ ହେଉଛି। ନିକଟରେ ଏକ ପୋଷ୍ଟ ସାମ୍ନାକୁ ଆସିଛି, ଯେଉଁଥିରେ ଦାବି କରାଯାଉଛି ଯେ କେନ୍ଦ୍ର ସରକାର ଯୁବାଗୋଷ୍ଠିକୁ ପ୍ରତି ମାସ ୩୪୦୦ ଟଙ୍କା ଦେବେ। ତେବେ ଆସନ୍ତୁ ଜାଣିବର କଣ ରହିଛି ପୂରା ମାମଲା।

ବର୍ତ୍ତମାନ ସୋସିଆଲ ମିଡିଆରେ ଅନେକ ପ୍ରକାର ଖବର ଭାଇରାଲ ହେଉଛି ଯାହାକୁ ବହୁତ ମାତ୍ରାରେ ସେୟାର କରାଯାଉଛି। ଏହି ଭାଇରାଲ ପୋଷ୍ଟରେ ଦାବି କରାଯାଉଛି ଯେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଜ୍ଞାନବୀର ଯୋଜନା ଅନୁଯାୟୀ ଯୁବଗୋଷ୍ଠୀଙ୍କୁ ପ୍ରତି ମାସ ୩୪୦୦ ଟଙ୍କା ଦିଆଯାଉଛି।

ଏହି ପୋଷ୍ଟକୁ ଦେଖିବା ପରେ ପିଆଇବି ଏହାର ଫ୍ୟାକ୍ଟ ଚେକ କରିଛି। ଫ୍ୟାକ୍ଟ ଚେକରେ ଏହାର ସତ୍ୟତା ବିଷୟରେ କୁହାଯାଇଛି। ପିଆଇବି ନିଜର ଅଫିସିଆଲ ଟ୍ଵିଟରରେ ଏହାକୁ ନେଇ ସୂଚନା ଦେଇଛି। ପିଆଇବି ତାର ପୋଷ୍ଟରେ ଦାବି କରିଛି ଯେ ପ୍ରଧାନମନ୍ତ୍ରୀ ଜ୍ଞାନବୀର ଯୋଜନା ଏହି ପୋଷ୍ଟରେ ଦାବି କରାଯାଉଛି ପ୍ରଧାନମନ୍ତ୍ରୀ ଜ୍ଞାନବୀର ଯୋଜନା ଅନୁଯାୟୀ ପଞ୍ଜୀକରଣ କରିବା ଦ୍ୱାରା ସବୁ ଯୁବାଗୋଷ୍ଠିଙ୍କୁ ପ୍ରତିମାସ ୩,୪୦୦ ଦିଆଯିବ। ପିଆଇବି ଜଣାଇଛି ଯେ ଏହି ଦାବି ଫର୍ଜି ବା ନକଲି ଅଟେ। ଏହିଭଳି କୌଣସି େଓ୍ଵବସାଇଟ ବା ଲିଙ୍କରେ ନିଜର ବ୍ୟକ୍ତିଗତ ଡାଟା ଦିଅନ୍ତୁନାହିଁ। ଏହି ଭଳି କୌଣସି ବି ପୋଷ୍ଟକୁ ସେୟାର କରିବା ପୂର୍ବରୁ ଏହାର ଫ୍ୟାକ୍ଟ ଚେକ୍‌ ନିଶ୍ଚୟ କରିବା ଉଚିତ।

କେମିତି କରିବେ ଫ୍ୟାକ୍ଟ ଚେକ୍‌

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ସୋସିଆଲ ମିଡିଆ ଯୁଗରେ ଭୁଲ ଖବର ଭାଇରାଲ ହେବାରେ ଲାଗିଛି। ଯଦି ଆପଣଙ୍କୁ ସୋସିଆଲ ମିଡିଆ ଆକାଉଣ୍ଟ କିମ୍ବା ହ୍ଵାଟ୍ସଆପରେ ଆସିଥିବା କୌଣସି ଖବରକୁ ନେଇ ସନ୍ଦେହ ହେଉଛି ତାହେଲେ ଆପଣ ପିଆଇବି ଜରିଆରେ ଫ୍ୟାକ୍ଟ ଚେକ୍‌ କରିପାରିବେ। ଏଥିପାଇଁ ଆପଣଙ୍କୁ ଅଫିସିଆଲ ଲିଙ୍କ୍‌ ପିଆଇବି ଜରିଆରେ ଫ୍ୟାକ୍ଟ ଚେକ୍‌ କରିପାରିବେ। ଏହାବ୍ୟତୀତ ଆପଣ ହ୍ଵାଟ୍ସଆପ୍‌ ନମ୍ବର ୮୭୯୯୭୧୧୨୫୯ କିମ୍ବା ଇମେଲ [email protected] କୁ ସୂଚନା ପଠାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.