ରାସ୍ତା ଉପରେ ସମ୍ପୂର୍ଣ୍ଣ ଜଳିଗଲା ବସ: ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ

ସମ୍ବଲପୁର (କେନ୍ୟୁଜ): ଜଳିଗଲା ବସ । ବୁର୍ଲା ଏମସିଏଲ ନିକଟରେ ଛିଡା ହୋଇଥିବା ସମୟରେ ଜଳିଗଲା ବସ। ସର୍ଟସର୍କିଟ ଯୋଗୁଁ ବସଟିରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। Od 15 k – 0355 ନମ୍ବର ବିଶିଷ୍ଟ ନାଗରାଜ ନାମକ ବସଟି ସମ୍ପୂର୍ଣ ଭାବରେ ଜଳିପୋଡି ପାଉଁଶ ହୋଇଯାଇଛି।

ଗତକାଲି ବସଟିର ଯାତ୍ରା କେନସଲ ହୋଇଥିବା ଯୋଗୁଁ ବସଟି ବୁର୍ଲା ଏମସିଏଲ ନିକଟରେ ଠିଆ ହୋଇଥିଲା। ଫଳରେ ବସରେ ଡ୍ରାଇଭର, ହେଲ୍ପର ଓ କୌଣସି କର୍ମଚାରୀ ମଧ୍ୟ ନଥିଲେ। ତେବେ କେଉଁ ସମୟରେ ବସଟିରେ ନିଆଁ ଲାଗିଲା ଓ କେଉଁ ପରିସ୍ଥିତି ରେ ନିଆଁ ଲାଗିଛି ତାହା ତଦନ୍ତ ସାପେକ୍ଷ। ବସଟି ପ୍ରତିଦିନ ବୁର୍ଲା ରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଥାଏ।ଗତକାଲି ବସଟିର ଯାତ୍ରା କେନସଲ ହେବା ଫଳରେ ବସରେ କୌଣସି ଯାତ୍ରୀ ନଥିଲେ।