ପଦ୍ମପୁରରେ ନବୀନଙ୍କ କ୍ରେଜ୍, ବର୍ଷା ସିଂ ବରିହାଙ୍କ ପାଇଁ ମାଗିଲେ ଭୋଟ୍

ବରଗଡ଼ (କେନ୍ୟୁଜ): ପଦ୍ମପୁରରେ ନବୀନ କ୍ରେଜ୍ । ସତୀଭଟା ଏୟାରଷ୍ଟ୍ରିପରେ ପହଞ୍ଚିବା ପରେ ସେଠାରୁ ଯାଇ ଝାରବନ୍ଧ ସଭାସ୍ଥଳରେ ପହଞ୍ଚିଛନ୍ତି । ସେଠାରେ ଜନସମାବେଶକୁ ସମ୍ବୋଧିତ କରିବା ସହ ବର୍ଷା ସିଂ ବରିହାଙ୍କ ପାଇଁ ଭୋଟ ମାଗିଛନ୍ତି। ସାଢେ ୧୨ଟାରେ ପାଇକମାଳ ଏମ୍ଇ ସ୍କୁଲ ପଡ଼ିଆରେ ନିର୍ବାଚନୀ ସଭାରେ ଯୋଗ ଦେବେ ।
ଅପରାହ୍ଣ ସାଢ଼େ ୩ଟାରେ ପଦ୍ମପୁର ହାଇସ୍କୁଲ ପଡ଼ିଆରେ ସାଧାରଣ ସଭାରେ ବର୍ଷାଙ୍କ ପାଇଁ ପଦ୍ମପୁର ଭୋଟରଙ୍କ ସମର୍ଥନ ମାଗିବେ ନବୀନ ପଟ୍ଟନାୟକ । ସୁପ୍ରିମୋଙ୍କ ପ୍ରଚାର ଦଳୀୟ କର୍ମୀଙ୍କ ମଧ୍ୟରେ ନୂଆ ଉତ୍ସାହ ଭରିଛି । ପଦ୍ମପୁର ନିର୍ବାଚନ ମଣ୍ଡଳୀର ନିର୍ବାଚନୀ ସଭାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି ପୋଲିସ ।