ସିଙ୍ଗର ଜୁବିନ ନୌଟିୟାଲ ଗୁରୁତର ଆହତ; ଘର ସିଡିରୁ ଖସି ଭାଙ୍ଗିଲା କହୁଣୀ, ମୁଣ୍ଡ ଓ ପଞ୍ଜରା ହାଡ଼ରେ ଆଘାତ

ସିଙ୍ଗର ଜୁବିନ ନୌଟିୟାଲ ଗୁରୁବାର ନିଜ ଘର ସିଡିରୁ ଖସି ଗୁରୁତର ଆହତ ହୋଇଛନ୍ତି। ଏଥିରେ ତାଙ୍କୁ ଗମ୍ଭୀର ଆଘାତ ଲାଗିଛି। ଜୁବିନଙ୍କ କହୁଣୀ ଭାଙ୍ଗି ଯାଇଥିବା ବେଳେ ତାଙ୍କ ମୁଣ୍ଡ, ପଞ୍ଜରା ହାଡ଼ ଓ ମଥାରେ ମଧ୍ୟ ଆଘାତ ଲାଗିଛି। ତାଙ୍କୁ ଗୁରୁତର ଆହତ ଅବସ୍ଥାରେ ମୁମ୍ବାଇର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

କହି ରଖୁଛୁ, ଜୁବିନ ନୌଟିୟାଲଙ୍କ ନୂଆ ଗୀତ ‘ତୁ ସାମନେ ଆଏ’ ନିକଟରେ ରିଲିଜ୍‌ ହୋଇଛି। ଏହି ଗୀତକୁ ସେ ସିଙ୍ଗର ୟୋହାନୀଙ୍କ ସହିତ ଗାଇଛନ୍ତି। ଗୁରୁବାର ନୌଟିୟାଲ ଓ ୟୋହାନୀଙ୍କୁ ଏକାଠି ଗୀତର ଲଞ୍ଚିଂରେ ଦେଖାଯାଇଥିଲା। ଏହାପରେ ହିଁ ସେ ଦୁର୍ଘଟଣାର ଶିକାର ହୋଇଥିଲେ। ଏହି ଦୁର୍ଘଟଣା ଯୋଗୁ ସିଙ୍ଗରଙ୍କୁ ନିଜର ଡାହାଣ ହାତ ଅପରେସନ କରାଇବାକୁ ପଡ଼ିବ। ତାଙ୍କୁ ଡାକ୍ତର ଡାହାଣ ହାତ ବ୍ୟବହାର ନ କରିବାକୁ ପରାମର୍ଶ ଦେଇଛନ୍ତି।

ସିଙ୍ଗର ଜୁବିନ ନୌଟିୟାଲ ଇଣ୍ଡଷ୍ଟ୍ରୀରେ ଅନେକ ପରିଶ୍ରମ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ବିଗତ କିଛି ଦିନ ହେବ ତାଙ୍କର ଗୋଟିଏ ପରେ ଗୋଟିଏ ଗୀତ ରିଲିଜ୍‌ ହେଉଛି। ଏଥିରେ ମାନିକେ ସିଙ୍ଗର ୟୋହାନୀଙ୍କ ସହ ‘ତୁ ସାମନେ ଆଏ’ ଏବଂ ଫିଲ୍ମ ‘ଗୋବିନ୍ଦା ନାମ ମେରା’ର ଗୀତ ‘ବନା ଶରାବୀ’ ସାମିଲ ଅଛି। ଫିଲ୍ମ ‘ଥ୍ୟାଙ୍କ୍‌ ଗଡ୍‌’ର ଗୀତ ‘ମାନିକେ’କୁ ଜୁବିନ, ୟୋହାନୀଙ୍କ ସହ ମିଶି ଗାଇଥିଲେ।

ଏହା ପୂର୍ବରୁ ବି ଜୁବିନ ଅନେକ ହିଟ୍‌ ଗୀତ ଦେଇ ସାରିଛନ୍ତି। ତାଙ୍କର ଗ୍ଲୋବାଲ ହିଟ୍‌ ଗୀତଗୁଡ଼ିକର ତାଲିକା ବହୁତ ଲମ୍ବା ରହିଛି। ଏଥିରେ ‘ରାତାଁ ଲମ୍ବିୟାଁ’, ‘ଲୁଟ୍‌ ଗଏ’, ‘ହମନଓ୍ଵା ମେରେ’, ‘ତୁମ୍‌ ହି ଆନା’, ‘ବେଓ୍ଵଫା ତେରା ମାସୁମ ଚେହେରା’ ଓ ‘ତୁଝେ କିତନା ଚାହନେ ଲଗେ ହମ୍‌’ ଭଳି ଗୀତ ସାମିଲ ଅଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.