ଟିକସ୍‌ ଆଇନ୍‌ରେ ସଂଶୋଧନ ଆଣିବେ କେନ୍ଦ୍ର ସରକାର, ହଟିବ ବିବାଦୀୟ ରିଟ୍ରୋସ୍ପେକ୍‌ଟିଭ୍‌ ଟ୍ୟାକ୍ସ ଡିମାଣ୍ଡ ପ୍ରୋଭିଜନ୍‌

କେନ୍ୟୁଜ୍(ବ୍ୟୁରୋ):   ଟିକସ୍‌ ଆଇନ୍‌ରେ ସଂଶୋଧନ ଆଣିବେ କେନ୍ଦ୍ର ସରକାର । ଟ୍ୟାକ୍ସେସନ୍‌ ଲ ଆମେଣ୍ଡମେଣ୍ଟ ବିଲ୍‌ ୨୦୨୧ ଲୋକସଭାରେ ଆଗତ ହୋଇଛି । ବିଲ୍‌ ପାସ୍‌ ହେଲେ ବିବାଦୀୟ ରିଟ୍ରୋସ୍ପେକ୍‌ଟିଭ୍‌ ଟ୍ୟାକ୍ସ ଡିମାଣ୍ଡ ପ୍ରୋଭିଜନ୍‌ ହଟିବ । ରିଟ୍ରୋ ଟ୍ୟାକ୍ସ ପ୍ରୋଭିଜନ୍‌ ୟୁପିଏ ସରକାର ୨୦୧୨ରେ ଆରମ୍ଭ କରିଥିଲେ । କାଏର୍ଣ୍ଣ ଏନର୍ଜୀ ପିଏଲ୍‌ସି, ଭୋଡାଫୋନ୍‌ ଗ୍ରୁପ୍‌ ଭଳି କମ୍ପାନୀ ଠାରୁ ପୁଞ୍ଜି ଲାଭ କର ଆଦାୟ ଏହାର ଉଦ୍ଦେଶ୍ୟ ଥିଲା। ସଂଶୋଧନ ବିଲ୍‌ ପାସ ହେଲେ ଭୋଡ଼ାଫୋନ୍‌ ଓ କାଏର୍ଣ୍ଣ ସମେତ ୧୫ କମ୍ପାନୀକୁ ଫାଇଦା ମିଳିବ । ଏମାନେ ବିନା ସୁଧରେ ଭାରତ ସରକାରଙ୍କୁ ଦେଇଥିବା ଟଙ୍କା ଫେରି ପାଇବେ ।

ଭୋଡାଫୋନ୍‌ରେ ସଂକଟ ସୃଷ୍ଟି ହୋଇଥିବା ବେଳେ ଟିକସ୍‌ ସଂଶୋଧନ ବିଲ୍‌ ଆଣିଛନ୍ତି ସରକାର । ତେବେ ଏହି ବିଲ୍‌ ମୌସୁମୀ ଅଧିବେଶନର ସଂସଦର ଅନୁମୋଦନ ଲାଭ କରିବ। ଗତକାଲି ଭୋଡାଫୋନ୍‌ ବୋର୍ଡରୁ କୁମାର ମଙ୍ଗଳମ୍‌ ବିର୍ଲା ଇସ୍ତଫା ଦେଇଥିଲେ । କମ୍ପାନୀର ୨୭ ପ୍ରତିଶତ ଅଂଶ ନେବା ପାଇଁ ସରକାରଙ୍କୁ ଅଫର ଦେଇଥିଲେ ବିର୍ଲା । ରିଟ୍ରୋସ୍ପେକ୍‌ଟିଭ୍‌ ଟିକସ୍‌ ବିରୋଧରେ କାଏର୍ଣ୍ଣ ଓ ଭୋଡ଼ାଫୋନ୍‌ ଅନ୍ତର୍ଜାତୀୟ କୋର୍ଟକୁ ଯାଇଥିଲେ । ଉଭୟରେ କେସ୍‌ ହାରିଥିଲା ଭାରତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.