Below header

ପୁଣି ବଢିଲା ଏଲପିଜି ଗ୍ୟାସ୍‌ ଦାମ୍‌, ସିଲିଣ୍ଡର ପିଛା ୭ ଟଙ୍କା ବୃଦ୍ଧି

କର୍ମସିଆଲ ଏଲପିଜି ଗ୍ୟାସ୍‌ ଦାମ ପୁଣି ବଢିଲା । ସିଲିଣ୍ଡର ପିଛା ୭ ଟଙ୍କା ବୃଦ୍ଧି ହୋଇଛି । ଦିଲ୍ଲୀରେ କର୍ମସିଆଲ ଗ୍ୟାସ ସିଲିଣ୍ଡର ୧୯ କିଲୋ ମୂଲ୍ୟ ୧,୭୭୩ ଟଙ୍କାରୁ ବଢି ୧୭୮୦ ହୋଇଛି ।

ପୁଣି ଲୋକଙ୍କୁ ମହଙ୍ଗା ଛାଟ୍‌ । ପନିପରିବା ଦାମ୍‌ ହୁଁ ହୁଁ ବଢୁଥିବା ବେଳେ ପୁଣି ଗ୍ୟାସ୍‌ ଦାମ୍‌ ବଢିଛି । ସାଧାରଣ ଗ୍ରାହକଙ୍କ ପକେଟ ଉପରେ ଏହାର ପ୍ରଭାବ ପଡିଛି । ପୁଣି ବଢିଲା ଏଲପିଜି ଗ୍ୟାସ ସିଲିଣ୍ଡର ଦାମ୍‌ । କିନ୍ତୁ ଏହା ଘରୋଇ ନୁହେଁ ବରଂ କର୍ମସିଆଲ ଗ୍ୟାସ୍‌ ଦର ବଢିଛି । ସିଲିଣ୍ଡର ପିଛା ୭ ଟଙ୍କା ବୃଦ୍ଧି ପାଇଛି । ଦିଲ୍ଲୀରେ କର୍ମସିଆଲ ଗ୍ୟାସ ସିଲିଣ୍ଡର ୧୯ କିଲୋ ମୂଲ୍ୟ ୧,୭୭୩ ଟଙ୍କାରୁ ବଢି ୧୭୮୦ ହୋଇଛି ।

ଏହି ନୂଆ ଦର ଜୁଲାଇରୁ ଲାଗୁ ହେବ । ଏହା ପୂର୍ବରୁ ଜୁନରେ କର୍ମସିଆଲ ଗ୍ୟାସ ଦର ବଢିଥିଲା । ନୂଆ ଦର ଲାଗୁ ହେବା ପରେ ଦିଲ୍ଲୀରେ ୧୯ କେଜି କମର୍ସିଆଲ ସିଲିଣ୍ଡର ଦର ପୂର୍ବରୁ ୧୭୭୩ ଥିବା ବେଳେ ଆଜି ନୂଆ ଦର ଅନୁଯାୟୀ ୧୭୮୦ ଟଙ୍କା ହୋଇଛି। କୋଲକତାରେ ୧୯ କେଜି କମର୍ସିଆଲ ଗ୍ୟାସ୍ ଦାମ ୧୮୭୫.୫୦ ଟଙ୍କାରୁ ବଢ଼ି ୧୮୮୨.୫୦ ଟଙ୍କାରେ ପହଞ୍ଚିଛି। ମୁମ୍ବାଇରେ ଏହାର ଦାମ ୧୭୨୫ ଟଙ୍କାରୁ ୧୭୩୨ ଟଙ୍କାରେ ପହଞ୍ଚିଛି । ଚେନ୍ନାଇରେ ଏହାର ଦାମ ପୂର୍ବରୁ ୧୯୩୭ ଟଙ୍କା ଥିବା ବେଳେ ଏବେ ତାହା ୧୯୪୪ ଟଙ୍କା ହୋଇଛି।

ଗତ ମାର୍ଚ୍ଚରେ କର୍ମସିଆଲ ଗ୍ୟାସ୍ ଦାମ ୩୫୦.୫୦ ଟଙ୍କା ବଢ଼ିଥିଲା। ଗତ ଜୁନ୍ ୧ ତାରିଖରେ କମର୍ସିଆଲ ସିଲିଣ୍ଡର ଦାମ୍ ୮୩.୫ ଟଙ୍କା ଶସ୍ତା କରାଯାଇଥିଲା। ଏହା ପୂର୍ବରୁ ମେ’ରେ ଏହି ଗ୍ୟାସ୍ ଦାମ ୧୭୨ ଟଙ୍କା କମ୍ ହୋଇଥିଲା।
ସେହିପି ମୁମ୍ବାଇରେ ଘରୋଇ ଗ୍ୟାସ ସିଲିଣ୍ଡର ଦାମ୍‌ ୧୧୦୨.୫୦ ଟଙ୍କା ରହିଛି । କୋଲକତାରେ ୧୧୨୯ ଟଙ୍କା, ଚେନ୍ନାଇ ୧୧୧୮.୫୦ ଏବଂ ଦିଲ୍ଲୀରେ ୧୧୦୩ ଟଙ୍କା ରହିଛି । ଚଳିତବର୍ଷ ମାର୍ଚ୍ଚରେ ଘରୋଇ ଗ୍ୟାସ ସିଲିଣ୍ଡର ଦାମ୍‌ ୫୦ ଟଙ୍କା ବଢିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.